ରାଉରକେଲା: ଟ୍ରେନ୍ର ମନ୍ଥର ଗତି ଯୋଗୁଁ ଯାତ୍ରୀମାନେ ବିରକ୍ତି ପ୍ରକାଶ କରିଛନ୍ତି। ଯାତ୍ରୀମାନେ ଶେଷରେ ବିରକ୍ତି ପ୍ରକାଶ କରିବା ସହ ଟ୍ରେନ୍ରୁ ଓହ୍ଲାଇ ପଡ଼ିଛନ୍ତି। ଦକ୍ଷିଣ-ପୂର୍ବ ରେଳପଥର ଚକ୍ରଧରପୁର ଡିଭିଜନ ଅନ୍ତର୍ଗତ ଝାଡ଼ଖଣ୍ଡର ଲୋଟା ପାହାଡ଼ ଷ୍ଟେସନ୍ ନିକଟରେ ଆଜି ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି।
ଆହୁରି ପଢ଼ନ୍ତୁ: Bulldozer At White House: ହ୍ବାଇଟ୍ ହାଉସ୍ରେ ବୁଲ୍ଡୋଜର୍ ଚଳାଇଲେ ଟ୍ରମ୍ପ୍
ଟାଟା ମେମୋ ଟ୍ରେନ୍ ଯାଉଥିବା ସମୟରେ ଲୋଟା ପାହାଡ ଷ୍ଟେସନ୍ ନିକଟରେ ଏକ ମାଲବାହୀ ଟ୍ରେନ୍ ଉକ୍ତ ଲାଇନ୍ରେ ଯାଉଥିଲା। କିନ୍ତୁ କୌଣସି କାରଣରୁ ମାଲବାହୀ ଟ୍ରେନ୍ ଅତି ମନ୍ଥର ଗତିରେ ଚାଲୁଥିଲା। ଫଳରେ ଦୁଇଟି ଯାକ ଟ୍ରେନ୍ ଗୋଟିଏ ଲାଇନ୍ରେ ରହି ଯାଇଥିଲେ। ଲୋଟା ପାହାଡ଼ରୁ ଚକ୍ରଧରପୁର ମାତ୍ର ୧୦ କିଲୋମିଟର। କିନ୍ତୁ ରାଉରକେଲା-ଟାଟା ମେମୋକୁ ୧୦ କିଲୋମିଟର ଅତିକ୍ରମ କରିବାକୁ ଲାଗି ଗଲା ୧ ଘଣ୍ଟା ୪୫ ମିନିଟ୍ରୁ ଅଧିକ ସମୟ। ଫଳରେ ବହୁ ଯାତ୍ରୀ ଟ୍ରେନ୍ରୁ ଓହ୍ଲାଇ ଚାଲିଚାଲି ଯାଇଥିଲେ।
ଆହୁରି ପଢ଼ନ୍ତୁ: Swiggy Delivered Chicken: ଦୀପାବଳିରେ ଭୁଲ୍ରେ ଆମିଷ ଖାଦ୍ୟ ଦେଇଦେଲା ସ୍ବିଗି; ଅଭିଯୋଗ ଆଣିଲେ ଗ୍ରାହକ
ଲୋଟା ପାହାଡ ଷ୍ଟେସନ୍ରେ ପାଣି ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ନଥିବାରୁ ପରିବାର ନେଇ ଯାଉଥିବା ଲୋକମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ରାଉରକେଲାରୁ ଟ୍ରେନ୍ରେ ଯାଉଥିବା ଜଣେ ଯାତ୍ରୀ ଆମକୁ ଏହି ସୂଚନା ଦେଇଛନ୍ତି। ରେଳବାଇ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରିବାକୁ ଉଦ୍ୟମ କରାଯାଇଥିଲେ ମଧ୍ୟ କୌଣସି ସୂଚନା ପାଇବା ସମ୍ଭବପର ହୋଇ ପାରି ନାହିଁ।
Rourkela | Indian Railways
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/10/21/rourkel-2025-10-21-17-19-52.jpg)