ଇସଲାମାବାଦ୍: ଇରାନ ଉପରେ ଇସ୍ରାଏଲ୍-ଆମେରିକାର ଆକ୍ରମଣ ପରେ, ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫଙ୍କ ଏକ ବିବୃତ୍ତି ସାମ୍ନାକୁ ଆସିଛି। ସେ ଇସ୍ରାଏଲ ଉପରେ ଗମ୍ଭୀର ଅଭିଯୋଗ ଆଣି କହିଛନ୍ତି, ଇସ୍ରାଏଲ ପାକିସ୍ତାନକୁ ନିଜର କାଠ କଣ୍ଢେଇ କରିବାକୁ ଚାହୁଁଛି, ଏବଂ ଭାରତ ମଧ୍ୟ ଏହି ଯୋଜନାରେ ସାମିଲ ଅଛି। ଯଦି ଇସ୍ରାଏଲ ଏହି ସଂଘର୍ଷରେ ଫାଇଦା ପାଏ, ତେବେ ସେ ଆଫଗାନିସ୍ତାନ, ଭାରତ ଓ ଇରାନ ସହିତ ମିଶି ପାକିସ୍ତାନ ବିରୁଦ୍ଧରେ ଏକ ମେଣ୍ଟ ଗଠନ କରିପାରିବ, ଏବଂ ପାକିସ୍ତାନକୁ ଶତ୍ରୁମାନଙ୍କ ଦ୍ୱାରା ଘେରି ରଖିବ ଓ ପାକିସ୍ତାନର ସୁରକ୍ଷାକୁ ଦୁର୍ବଳ କରିବ।
ଶତ୍ରୁମାନଙ୍କୁ ଚିହ୍ନଟ କରିବାକୁ ନିବେଦନ କରିଛନ୍ତି
ଅପରପକ୍ଷରେ ଖୱାଜା ଆସିଫ୍ ପାକିସ୍ତାନର ୨୫କୋଟି ନାଗରିକଙ୍କୁ ରାଜନୈତିକ ଓ ଧାର୍ମିକ ମତଭେଦରୁ ଉପରକୁ ଉଠି ଶତ୍ରୁମାନଙ୍କୁ ଚିହ୍ନଟ କରିବାକୁ ନିବେଦନ କରିଛନ୍ତି। ସେ ପରମାଣୁ ଶକ୍ତି କଥା ଉଠାଇବା ସହ ପାଲେଷ୍ଟାଇନକୁ ସମର୍ଥନ କରି "ମୁକ୍ତ ପାଲେଷ୍ଟାଇନ" ସ୍ଲୋଗାନକୁ ମଧ୍ୟ ପୁନରାବୃତ୍ତି କରିଛନ୍ତି ଏବଂ ମୁସଲିମ ଦେଶଗୁଡ଼ିକୁ ଏକତ୍ର ହେବାକୁ ନିବେଦନ କରିଛନ୍ତି।
ଆହୁରି ପଢ଼ନ୍ତୁ: Trump brings back 15 fighter jets: ଇରାନ ଉପରେ ଆକ୍ରମଣ ପାଇଁ ସାମରିକ ଘାଟି ଦେବାକୁ ମନା କଲା ନାଟୋ ଦେଶ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2026/03/04/pakistan-defense-minister-raises-issue-2026-03-04-11-57-52.jpg)