Tri-services exercise Trishul:  : ଭାରତର ତ୍ରି-ସେବା (ସେନା, ନୌସେନା ଏବଂ ବାୟୁସେନା) ମିଳିତ ସାମରିକ ଅଭ୍ୟାସ "ତ୍ରିଶୁଳ"କୁ ନେଇ ପାକିସ୍ତାନ ଚିନ୍ତାରେ ପଡ଼ିଯାଇଛି । କାରଣ ଏବେ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ସଂପର୍କ ଖରାପ ହେବାରେ ଲାଗିଛି । ଯେକୌଣସି ସମୟରେ ସଂଘର୍ଷ ଲାଗିଯିବାର ଆଶଙ୍କା ରହିଛି । ଏପରି ସମୟରେ ଭାରତର ସମରାଭ୍ୟାସ ପାକିସ୍ତାନକୁ ଭୟଭୀତ କରିଛି । 

Advertisment

ପାକିସ୍ତାନୀ ସାମରିକ ଜନସମ୍ପର୍କ ବିଭାଗ, ଇଣ୍ଟର-ସର୍ଭିସେସ୍ ପବ୍ଲିକ୍ ରିଲେସନ୍ସ (ଆଇଏସପିଆର)ର ମହାନିର୍ଦ୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ ଅହମ୍ମଦ ସରିଫ ଚୌଧୁରୀ ରାୱଲପିଣ୍ଡିରେ ସାମ୍ବାଦିକମାନଙ୍କ ସହ ଏକ ଅନୌପଚାରିକ ଆଲୋଚନା ସମୟରେ ଭାରତକୁ ଚେତାବନୀ ଦେଇ କହିଛନ୍ତି, "ଭାରତ ଜାଣିବା ଉଚିତ ଯେ ଏଥର ଆମର ଜବାବ ଆହୁରି କଠୋର ହେବ।"

ଆହୁରି ପଢନ୍ତୁ : Russian Oil : ଧରାପଡ଼ିଲା ଟ୍ରମ୍ପଙ୍କ ମିଛ, ରୁଷରୁ ତେଲ କିଣା ବଢାଇଛି ଭାରତ

ଲେଫ୍ଟନାଣ୍ଟ ଜେନେରାଲ ଚୌଧୁରୀ ଆହୁରି କହିଛନ୍ତି, "ପାକିସ୍ତାନ ଭାରତର ତ୍ରି-ସେବା ସାମରିକ ଅଭ୍ୟାସ ଉପରେ କଡ଼ା ନଜର ରଖିଛି। ଭାରତ ଆରବ ସାଗରରେ ଆଉ ଏକ ଫଲ୍ସ ଫ୍ଲାଗ୍ ଅଭିଯାନ (ମିଛ ଅପରେସନ) ପାଇଁ ପ୍ରସ୍ତୁତ ହେଉଛି।" 

ଆଉ କେତେକ ରିପୋର୍ଟ ଅନୁସାରେ ଗୁଜରାଟ ଉପକୂଳ ସାର କ୍ରିକ୍ ଅଂଚଳରେ ପାକିସ୍ତାନର କାର୍ଯ୍ୟକଳାପ ଏବଂ ବାଂଲାଦେଶରେ ଆଇଏସଆଇର କାର୍ଯ୍ୟକଳାପ ବୃଦ୍ଧି ପାଉଥିବାରୁ ଭାରତ ନିଜର ଶକ୍ତି ପ୍ରଦର୍ଶନ ଆରମ୍ଭ କରିଛି । କେବଳ ପଶ୍ଚିମ ଉପକୂଳ ନୁହେଁ, ପୂର୍ବ ଭାଗରେ ବି ଭାରତ ଏକ ଯୁଦ୍ଧାଭ୍ୟାସ କରିବାର ଯୋଜନା କରୁଛି । ଏହା ଦ୍ବାରା ଉଭୟ ପାକିସ୍ତାନ ଓ ବାଂଲାଦେଶକୁ ବାର୍ତ୍ତା ଦେଉଛି ଭାରତ ।

ଆହୁରି ପଢନ୍ତୁ : Sudan Crisis : ସୁଦାନରେ ଓଡ଼ିଆ ଯୁବକଙ୍କୁ ଅପହରଣ, ପଚାରିଲେ ଶାହରୁଖ ଖାଁଙ୍କୁ ଜାଣିଛ ?