Delhi Terror Blast: ସିଲିଣ୍ଡର ବ୍ଲାଷ୍ଟ ଏବେ ଆତଙ୍କବାଦୀ ଆକ୍ରମଣ ହୋଇଗଲା, ଆମ ମୁଣ୍ଡରେ ଅଠା ବୋଳିବାକୁ ଚାହୁଁଛି ଭାରତ: ପାକିସ୍ତାନ

ଦିଲ୍ଲୀର ଲାଲକିଲ୍ଲା ନିକଟରେ ଘଟିଥିବା ବିସ୍ଫୋରଣ ପରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ଭାରତକୁ ଯୁଦ୍ଧ ଧମକ ଦେଇଛନ୍ତି।ସିଲିଣ୍ଡର ବ୍ଲାଷ୍ଟ ଏବେ ଆତଙ୍କବାଦୀ ଆକ୍ରମଣ ହୋଇଗଲା। ଆମ ମୁଣ୍ଡରେ ଅଠା ବୋଳିବାକୁ ଭାରତ ଚାହୁଁଛି ବୋଲି ସେ କହିଛନ୍ତି।

khawaja-asif

Khawaja Asif On India Photograph: (sambad.in)

ନୂଆଦିଲ୍ଲୀ: ଦିଲ୍ଲୀର ଲାଲକିଲ୍ଲା ନିକଟରେ ଘଟିଥିବା ବିସ୍ଫୋରଣ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବା ଦେଶ ପାକିସ୍ତାନର ଚିନ୍ତାକୁ ବଢ଼ାଇ ଦେଇଛି। ସୋମବାର ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ ହେବା ପରେ, ମଙ୍ଗଳବାର ଇସଲାମାବାଦ କୋର୍ଟ ପରିସରରେ ଏକ ବିସ୍ଫୋରଣ ଘଟିଥିଲା। ଏଥିରେ ୧୨ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ନେଇ ଏବେ ପୁଣି ଥରେ ପାକିସ୍ତାନ ବିବାଦୀୟ ମନ୍ତବ୍ୟ ଦେବା ଆରମ୍ଭ କରିଛି।  ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ଭାରତକୁ ଯୁଦ୍ଧ ଧମକ ଦେଇଛନ୍ତି। ଇସଲାମାବାଦ ଆକ୍ରମଣ ପାଇଁ ତେହେରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି) ନିଜକୁ ଦାୟୀ କରିଥିବା ବେଳେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଏଥିପାଇଁ ଭାରତକୁ ଟାର୍ଗେଟ କରିଛନ୍ତି।

ଭାରତ ଯେକୌଣସି ସମୟରେ ପାକିସ୍ତାନ ମୁଣ୍ଡରେ ଅଠା ବୋଳିପାରେ

ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ଦିଲ୍ଲୀ ଆତଙ୍କବାଦୀ ଆକ୍ରମଣ ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ,  "ଗତକାଲି ପର୍ଯ୍ୟନ୍ତ ଏହା ଏକ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଥିଲା। ଏବେ ସେମାନେ ଏହାକୁ ଏକ ବିଦେଶୀ ଷଡଯନ୍ତ୍ର ଭାବରେ ଚିତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି। ଭାରତ ଯେକୌଣସି ସମୟରେ ପାକିସ୍ତାନକୁ ଏହି ଆକ୍ରମଣ ପାଇଁ ଦୋଷ ଦେଇପାରେ। ପାକିସ୍ତାନ ଏବେ ଏକାସାଙ୍ଗରେ ଦୁଇଟି ଯୁଦ୍ଧ ଲଢ଼ିବାକୁ ପ୍ରସ୍ତୁତ। ଆମେ ଉଭୟ ପୂର୍ବ (ଭାରତ) ଏବଂ ପଶ୍ଚିମ (ଆଫଗାନିସ୍ତାନ) ସୀମାରେ ଲଢ଼ିବାକୁ ପ୍ରସ୍ତୁତ। ଈଶ୍ବର ପ୍ରଥମ ରାଉଣ୍ଡରେ ଆମକୁ ସାହାଯ୍ୟ କରିଥିଲେ, ଏବଂ ଦ୍ୱିତୀୟ ରାଉଣ୍ଡରେ ମଧ୍ୟ ସେ ଆମକୁ ସାହାଯ୍ୟ କରିବେ।"

ବାବ୍ରି ମସଜିଦ୍ ଭଙ୍ଗାର ପ୍ରତିଶୋଧ ନେବାକୁ ଚାହୁଁଥିଲେ

ଦିଲ୍ଲୀର ଲାଲକିଲ୍ଲାରେ ହୋଇଥିବା ବିସ୍ଫୋରଣର ତଦନ୍ତ ପରେ ଏବେ ଆଉ ଏକ ବଡ଼ ଖୁଲାସା ହୋଇଛି। ସୂଚନା ମିଳିଛି ଯେ, ଡିସେମ୍ବର ୬ତାରିଖରେ ଜାତୀୟ ରାଜଧାନୀ ଅଞ୍ଚଳର ୬ଟି ସ୍ଥାନରେ ବିସ୍ଫୋରଣ ଯୋଜନା କରାଯାଇଥିଲା। ଦିଲ୍ଲୀରେ ଇଣ୍ଡିଆ ଗେଟ୍, ରେଲୱେ ଷ୍ଟେସନ, ଲାଲକିଲ୍ଲା, ଗୌରୀ ଶଙ୍କର ମନ୍ଦିର, କନ୍‌ଷ୍ଟିଟ୍ୟୁସନ କ୍ଲବ ଏବଂ ପ୍ରମୁଖ ସପିଂ ମଲ୍‌ଗୁଡ଼ିକୁ ଟାର୍ଗେଟ୍‌ କରିବାକୁ ଆତଙ୍କବାଦୀଙ୍କ ଯୋଜନା ଥିଲା। ଡିସେମ୍ବର ୬ତାରିଖଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ୧୯୯୨ ମସିହାର ଏହି ତାରିଖରେ ଅଯୋଧ୍ୟାର ବାବ୍ରି ମସଜିଦ ଭାଙ୍ଗି ଦିଆଯାଇଥିଲା। ଗିରଫ ହୋଇଥିବା ଆତଙ୍କବାଦୀମାନେ ସ୍ବୀକାର କରିଛନ୍ତି ଯେ, ସେମାନେ ଏହି ତାରିଖ ବାଛିଥିଲେ କାରଣ ସେମାନେ "ବାବ୍ରି ମସଜିଦ ଧ୍ୱଂସର ପ୍ରତିଶୋଧ" ନେବାକୁ ଚାହୁଁଥିଲେ।

ଆହୁରି ପଢ଼ନ୍ତୁ: Juhi's Secret Wedding: ଏହି କାରଣରୁ ଗର୍ଭବତୀ ହେବା ପର୍ଯ୍ୟନ୍ତ ବିବାହ କଥା ଲୁଚାଇଥିଲେ ଜୁହି

ଆହୁରି ପଢ଼ନ୍ତୁ: Uttar Pradesh:  ବାଣ କାରଖାନାରେ ପ୍ରଚଣ୍ଡ ବିସ୍ଫୋରଣ, ୨ ମୃତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe