ଇସଲାମାବାଦ: ଭାରତ ଗତବର୍ଷ ମେ ମାସରେ ଭାରତର ‘ଅପରେସନ ସିନ୍ଦୂର’ ପାକିସ୍ତାନରେ ବ୍ୟାପକ କ୍ଷତି ଘଟାଇଲା। ଭାରତ ପାକିସ୍ତାନ ଓ ପାକ୍-ଅଧିକୃତ କାଶ୍ମୀରରେ ଅନେକ ଆତଙ୍କବାଦୀ ଶିବିର ନଷ୍ଟ କରିଥିଲା। ଏହାସହିତ ପାକିସ୍ତାନର ସାମରିକ ପ୍ରତିଷ୍ଠାନ ଉପରେ ଘନ ଘନ ଆକ୍ରମଣ କରି ଏହାକୁ ନଷ୍ଟ କରିଦେଇଥିଲା। ପାକିସ୍ତାନ ଏହାକୁ ସ୍ବୀକାର କରୁ ନ ଥିଲେ ମଧ୍ୟ କ୍ଷତିଗ୍ରସ୍ତ ଭିତ୍ତିଭୂମି ସଜାଡ଼ିବାରେ ଲାଗିଛି। କରାଚିସ୍ଥିତ ଭୋଲାରି ଏୟାର୍ବେସ୍କୁ ସଜଡ଼ା ଯାଉଥିବା ସଦ୍ୟତମ ଉପଗ୍ରହ ଚିତ୍ରରୁ ଜଣାପଡ଼ିଛିି।
କ୍ଷତିଗ୍ରସ୍ତ ଭିତ୍ତିଭୂମି ସଜାଡ଼ିବାରେ ଲାଗିଛି ପାକିସ୍ତାନ
ଅଧିକପଢ଼ନ୍ତୁ:ରୁଷ୍ରୁ ତେଲ କିଣା ଏଡ଼ାଇଲେ ଭାରତୀୟ କମ୍ପାନି
ପାକିସ୍ତାନ ବାୟୁସେନା ଏହି ଏୟାର୍ବେସ୍ରେ ହ୍ୟାଙ୍ଗର ମରାମତି କରିବାର ଚିତ୍ର ଦେଖିବାକୁ ମିଳିଛି। ଏଥିପାଇଁ କ୍ଷତିଗ୍ରସ୍ତ ହୋଇଥିବା ଛାତ ପୂରାପୂରି ହଟେଇ ଦିଆଯାଇଛି। ଉପଗ୍ରହ ଚିତ୍ରରୁ ଛାତ ମରାମତି କାମ ସ୍ପଷ୍ଟ ଜଣାପଡ଼ୁଛି। ଅପରେସନ ସିନ୍ଦୂରର ଶେଷ ଦିନ ୨୦୨୫ ମେ ୧୦ ତାରିଖରେ ଭାରତୀୟ ବାୟୁସେନା ଏହି ଏୟାର୍ବେସ୍ର ହ୍ୟାଙ୍ଗର ଉପରେ ଆକ୍ରମଣ କରିଥିଲା। ଏଥିରେ ପାକିସ୍ତାନର ଏୟାର୍ବର୍ନ ଅର୍ଲି ୱାର୍ଣ୍ଣିଂ ଆଣ୍ଡ କଣ୍ଟ୍ରୋଲ ବିମାନ କ୍ଷତିଗ୍ରସ୍ତ ହୋଇଥିଲା। ଏହାର କିଛି ଘଣ୍ଟା ପରେ ଭାରତ-ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଘୋଷଣା ହୋଇଥିଲା। ଜାନୁଆରି ୨୮ରେ ଉଠାଯାଇଥିବା ଏହି ବେସ୍ର ଫଟୋରୁ କ୍ଷତିଗ୍ରସ୍ତ ଛାତର କିଛି ଅଂଶ ହଟେଇ ଦିଆଯାଇଥିବା ଦେଖିବାକୁ ମିଳିଛି।
ଅଧିକପଢ଼ନ୍ତୁ:ନଗେଶ ଟ୍ରଫି ଲାଗି ଓଡ଼ିଶା ଦଳ: ଆସନ୍ତାକାଲି ଉତ୍ତରାଖଣ୍ଡକୁ ଭେଟିବ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/08/082f5d37-bc8c-468c-85a1-e346cec91dfc-2026-02-08-21-00-46.jpg)