ବିମାନର କକପିଟରୁ ଓହଳି ସାମ୍ନା କାଚ ସଫା କଲେ ପାଇଲଟ, ଭାଇରାଲ ହେଲା ଭିଡିଓ

ବିମାନର କକପିଟରୁ ଓହଳି ସାମ୍ନା କାଚ ସଫା କଲେ ପାଇଲଟ । ପିଆଇଏରେ କାର୍ଯ୍ୟରତ ଜଣେ ପାଇଲଟ ବିମାନର କକପିଟରେ ଝୁଲି ସାମ୍ନା କାଚ ସଫା କରୁଥିବା ଭିଡିଓରେ ଦେଖାଯାଇଛି।  ଭାଇରାଲ ହେଉଥିବା ଏହି ଭିଡିଓକୁ ନେଇ ଲୋକେ ଅନେକ ମଜାଦାର କମେଣ୍ଟ ଦେଉଥିବା ଦେଖିବାକୁ ମିଳିଛି।

r

ଇସଲାମାବାଦ: ଏବେ ପଡୋଶୀ ଦେଶ ପାକିସ୍ତାନର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି ଲୋକେ ହସି ହସି ବେଦମ ହେଉଛନ୍ତି। ଏହି ଭିଡିଓ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ (ପିଆଇଏ)ର। ଏଠାରେ କାର୍ଯ୍ୟରତ ଜଣେ ପାଇଲଟ ବିମାନର କକପିଟରେ ଝୁଲି ସାମ୍ନା କାଚ ସଫା କରୁଥିବା ଭିଡିଓରେ ଦେଖାଯାଇଛି।  ଭାଇରାଲ ହେଉଥିବା ଏହି ଭିଡିଓକୁ ନେଇ ଲୋକେ ଅନେକ ମଜାଦାର କମେଣ୍ଟ ଦେଉଥିବା ଦେଖିବାକୁ ମିଳିଛି।

ଗତ କିଛି ବର୍ଷ ହେବ ପାକିସ୍ତାନର ଅର୍ଥନୀତି ଦୁର୍ବଳ ରହିଛି। ଦେଶ ଦେବାଳିଆ ହେଉଥିବା ବେଳେ ଲୋକମାନେ କିଭଳି ନୂଆ ମଲରୁ ଚୋରି  କରୁଛନ୍ତି ଓ ଅଜବ କାମ କରୁଛନ୍ତି ତାହା ଦେଖାଯାଇସାରିଛି। ଏମଧ୍ୟରେ ପାଇଲଟ ହୋଇ ବିମାନର ସାମ୍ନା କାଚ ଏଭଳି ସଫା କରିବାର ଭିଡିଓ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଭିଡିଓରେ ଦେଖାଯାଇଛି ଯେ, ଜୋରରେ ମେଘ ଆସୁଥିବା ବେଳେ ବିମାନର ସାମ୍ନା କାଚ ଝାପ୍ସା ହୋଇଯିବାରୁ କକପିଟରୁ ବାହାରି ପାଇଲଟଜଣକ କାଚକୁ ଫୋଛୁଛନ୍ତି। ମାତ୍ର ୧୯ସେକେଣ୍ଡର ଏହି ଭିଡିଓକୁ ଏକ୍ସରେ ଘରକେକଲେଶ ନାମକ ଏକ ଆକାଉଣ୍ଟରୁ ସେୟାର କରାଯାଇଛି, ଯାହାକୁ ଲୋକେ ପସନ୍ଦ କରୁଛନ୍ତି ଓ ସେୟାର କରୁଛନ୍ତି। ଏହି ଭିଡିଓ ଦେଖିବା ପରେ ଭାରତୀୟଙ୍କ ସମେତ ପାକିସ୍ତାନୀମାନେ ମଧ୍ୟ ମଜାଳିଆ ମନ୍ତବ୍ୟ ଦେଇଛନ୍ତି। ଜଣେ ବ୍ୟବହାରକାରୀ ଲେଖିଛନ୍ତି, 'ପାକିସ୍ତାନର ବିମାନ ସେବା ଲାଭ କରୁନାହିଁ, ତେଣୁ ପାଇଲଟମାନଙ୍କୁ ଡବଲ ଡ୍ୟୁଟି କରିବାକୁ ପଡୁଛି।' ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି, 'ବୋଧହୁଏ ପାକିସ୍ତାନରେ ପାଇଲଟ୍ ଟ୍ରେନିଂ ସମୟରେ ବିମାନ ସଫା କରିବା ମଧ୍ୟ ଶିଖା ଯାଏ।'

ଏ ଖବର ପଢ଼ନ୍ତୁ-https://sambad.in/entertainment/south-star-alerts-kids-to-stay-away-from-his-next-film-6946174

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe