Srilanka Sending Expired Food Photograph: (sambad.in)
ନୂଆଦିଲ୍ଲୀ: ବନ୍ୟା ତଥା ଘୂର୍ଣ୍ଣିଝଡ଼ ଦିତ୍ୱାହ ଦ୍ବାରା ପ୍ରଭାବିତ ଶ୍ରୀଲଙ୍କାକୁ ରିଲିଫ୍ ସାମଗ୍ରୀ ପଠାଉଥିବା ପାକିସ୍ତାନ ପୁଣି ଥରେ ଏକ ଘୃଣ୍ୟ କାର୍ଯ୍ୟ କରିଛି। ଶ୍ରୀଲଙ୍କାକୁ ମିଆଦ ଶେଷ(ଏକ୍ସପାୟାର) ହୋଇଯାଇଥିବା ରିଲିଫ୍ ସାମଗ୍ରୀ ପଠାଉଛି ପାକିସ୍ତାନ। ପାକିସ୍ତାନ ସୋସିଆଲ ମିଡିଆରେ ଏହି ସାମଗ୍ରୀର ଫଟୋ ପୋଷ୍ଟ କରି ପ୍ରଶଂସା ପାଇବାକୁ ଚେଷ୍ଟା କରୁଥିବା ବେଳେ ଫଟୋଗୁଡ଼ିକ ପାକିସ୍ତାନର ପୋଲ୍ ଖୋଲି ଦେଇଛି। ଶ୍ରୀଲଙ୍କାରେ ଥିବା ପାକିସ୍ତାନ ଦୂତାବାସ ଶ୍ରୀଲଙ୍କାକୁ ଯୋଗାଇ ଦିଆଯାଇଥିବା
ପାକିସ୍ତାନ ସର୍ବଦା ଶ୍ରୀଲଙ୍କା ସହିତ ଛିଡ଼ା ହୋଇ ରହିଛି
ରିଲିଫ୍ ସାମଗ୍ରୀର ଫଟୋ ପୋଷ୍ଟ କରି ଏକ୍ସରେ ଲେଖିଛି ଯେ, "ପାକିସ୍ତାନ ସର୍ବଦା ଶ୍ରୀଲଙ୍କା ସହିତ ଛିଡ଼ା ହୋଇ ରହିଛି।ବାତ୍ୟା ପ୍ରଭାବରେ ହୋଇଥିବା ପ୍ରବଳ ବର୍ଷା ଯୋଗୁଁ ବନ୍ୟା ହୋଇଛି। ବନ୍ୟାରେ ପ୍ରଭାବିତ ଶ୍ରୀଲଙ୍କାର ଆମର ଭାଇଭଉଣୀମାନଙ୍କୁ ସାହାଯ୍ୟ କରିବା ପାଇଁ ପାକିସ୍ତାନରୁ ଆସିଥିବା ରିଲିଫ୍ ପ୍ୟାକେଟ୍ ସଫଳତାର ସହ ବଣ୍ଟନ କରାଯାଇଛି, ଯାହା ଆମର ଦୃଢ଼ ଏକତାକୁ ଦର୍ଶାଉଛି। ପାକିସ୍ତାନ ଆଜି ଏବଂ ସବୁବେଳେ ଶ୍ରୀଲଙ୍କା ସହିତ ରହିଛି।
/sambad/media/post_attachments/aajtak/styles/medium_crop_simple/public/images/story/202512/sri_lanka_relief_material_by_pakistan-846950.jpg)
ଅଗଷ୍ଟ ୨୦୨୪ରୁ ଶେଷ ହେଲାଣି ବ୍ୟବହାର ମିଆଦ
ଏଭଳି ଲେଖି ପାକିସ୍ତାନୀ ଦୂତାବାସ ରିଲିଫ୍ ସାମଗ୍ରୀର ଫଟୋ ପୋଷ୍ଟ କରିଥିଲା। କିନ୍ତୁ ଏହି ଫଟୋଗୁଡ଼ିକୁ ଭଲ ଭାବରେ ଦେଖିବା ପରେ ପାକିସ୍ତାନର ଅସଲ ଚେହେରା ସାମ୍ନାକୁ ଆସିଛି। ହଳଦିଆ ପ୍ୟାକେଟରେ ପ୍ୟାକ୍ ହୋଇଥିବା ରିଲିଫ୍ ସାମଗ୍ରୀ ଅଗଷ୍ଟ ୨୦୨୨ରେ ପ୍ୟାକ୍ ହୋଇଥିବା ବେଳେ ଅଗଷ୍ଟ ୨୦୨୪ ପର୍ଯ୍ୟନ୍ତ ଏହା ବ୍ୟବହାର ମିଆଦ ଥିଲା। କିନ୍ତୁ ଏବେ ହେଲାଣି ଡିସେମ୍ବର ୨୦୨୫। ଖାଦ୍ୟ ପ୍ୟାକେଟର ବ୍ୟବହାର ମିଆଦ ଶେଷ ହେବାର ବର୍ଷେରୁ ଅଧିକ ଦିନ ବିତିଥିବା ବେଳେ ଏହି ପ୍ୟାକେଟକୁ ଶ୍ରୀଲଙ୍କା ପଠାଇଛି ପାକିସ୍ତାନ। ସାହାଯ୍ୟ କରିବା ନାମରେ ପାକିସ୍ତାନର ଏଭଳି କାମ ପୁଣି ଥରେ ଦେଶର ଭାବମୂର୍ତ୍ତି ଖରାପ କରିଛି।
ଆହୁରି ପଢ଼ନ୍ତୁ: Sanchar Sathi APP: ସଞ୍ଚାର ସାଥୀ ଆପ୍ ବିବାଦ: ସିନ୍ଧିଆ କହିଲେ କେହି ଗୁପ୍ତଚରୀ କରୁ ନାହାନ୍ତି, ଲୋକେ ଚାହିଁଲେ ହଟାଇ ପାରିବେ
Follow Us