ସମ୍ଭଲ ହିଂସାର ପାକିସ୍ତାନ-ଆମେରିକା ଲିଙ୍କ୍: ବିଦେଶୀ ଗୁଳି ବ୍ୟବହାରର ପ୍ରମାଣ

Advertisment

ମଧ୍ୟପ୍ରଦେଶର ସମ୍ଭଲ ହିଂସାର ତଦନ୍ତରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ପାକିସ୍ତାନ ଏବଂ ଆମେରିକାରେ ନିର୍ମିତ ଗୁଳି ତଦନ୍ତକାରୀ ଦଳଙ୍କୁ ମିଳିଛି। ସରକାରୀ ବନ୍ଧୁକରେ ବ୍ୟବହୃତ ୯ ମିଲିମିଟର କାର୍ଟ୍ରିଜ୍ ମଧ୍ୟ ମିଳିଛି...

ମଧ୍ୟପ୍ରଦେଶର ସମ୍ଭଲ ହିଂସାର ତଦନ୍ତରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ପାକିସ୍ତାନ ଏବଂ ଆମେରିକାରେ ନିର୍ମିତ ଗୁଳି ତଦନ୍ତକାରୀ ଦଳଙ୍କୁ ମିଳିଛି। ସରକାରୀ ବନ୍ଧୁକରେ ବ୍ୟବହୃତ ୯ ମିଲିମିଟର କାର୍ଟ୍ରିଜ୍ ମଧ୍ୟ ମିଳିଛି...

11ambzxap

ଭୋପାଳ: ମଧ୍ୟପ୍ରଦେଶର ସମ୍ଭଲରେ ଜାମା ମସଜିଦ ସର୍ଭେ ସମୟରେ ଉତ୍ତେଜନାରେ ୯ ମିମି ପିସ୍ତଲ ମଧ୍ୟ ବ୍ୟବହୃତ ହୋଇଥିଲା। ମଙ୍ଗଳବାର ପୁଲିସର ଅନୁସନ୍ଧାନ ବେଳେ ପାକିସ୍ତାନ ଅର୍ଡିନାନ୍ସ କାରଖାନାରେ ନିର୍ମିତ ଏକ କାର୍ଟ୍ରିଜ ଏବଂ ସେଲ୍ ମୋହାଲା କୋଟଗାର୍ଭିର ଟାଙ୍କି ରୋଡରେ ଥିବା ଅଳିଆ ଆବର୍ଜନା ଭିତରୁ ମିଳିଛି। ଏହା ସହିତ ଆମେରିକାରେ ନିର୍ମିତ ୧୨ ଟି ବୋର କାର୍ଟ୍ରିଜ୍ ମଧ୍ୟ ମିଳିଛି।

ସେହିଭଳି ୩୨ ବୋରର ତିନୋଟି ସେଲ ମଧ୍ୟ ମିଳିଛି। ଏସପି କୃଷ୍ଣ କୁମାର ବିଷ୍ଣୁ କହିଛନ୍ତି ଯେ ଏହି ଗମ୍ଭୀର ତଥ୍ୟ ସାମ୍ନାକୁ ଆସିଛି। ଏହାକୁ ଭଲ ଭାବେ ପରୀକ୍ଷା କରାଯିବ। ୯ ମିଲିମିଟର କାର୍ଟ୍ରିଜ କେବଳ ସରକାରୀ ଅସ୍ତ୍ରରେ ବ୍ୟବହୃତ ହୁଏ। ସିସିଟିଭି ଫୁଟେଜ୍ ମଧ୍ୟ ଯାଞ୍ଚ କରାଯିବ।

ଅଧିକ ପଢ଼ନ୍ତୁ: ଦକ୍ଷିଣ କୋରିଆରେ ସାମରିକ ଆଇନ ଘୋଷଣା

ଡିସେମ୍ବର ୧୦ ପର୍ଯ୍ୟନ୍ତ ଜିଲ୍ଲାରେ ବାହ୍ୟ ନିଷେଧାଦେଶ ସତ୍ତ୍ବେ ମଙ୍ଗଳବାର ଜାମିଆତ୍ ଉଲାମା-ଇ-ହିନ୍ଦ୍ ଏବଂ କଂଗ୍ରେସ ନେତାମାନେ ପୀଡିତଙ୍କ ପରିବାରକୁ ଭେଟିଛନ୍ତି। କଂଗ୍ରେସର ଜାତୀୟ ସଚିବ ଏବଂ ୟୁପି ରାଜ୍ୟ ସଚିବପୀଡିତଙ୍କ ପରିବାରକୁ ଭେଟିଛନ୍ତି। ଅନ୍ୟ ସାମାଜିକ କର୍ମୀମାନେ ମଧ୍ୟ ପୀଡିତଙ୍କ ପରିବାରକୁ ଭେଟିଛନ୍ତି।

ପୁଲିସ ପ୍ରଶାସନ ଏ ବିଷୟରେ  ଅବଗତ ମଧ୍ୟ ନ ଥିଲେ। ଅଧିକାରୀମାନେ ନିରନ୍ତର ମନିଟରିଂ ବିଷୟରେ କହୁଥିଲେ ମଧ୍ୟ ଗୁପ୍ତଚର ବ୍ୟବସ୍ଥା ଏବଂ ପୁଲିସ ପ୍ରଶାସନ  ବାହାର ଲୋକଙ୍କୁ ଅଟକାଇବାରେ ବିଫଳ ହୋଇଥିବା କୁହାଯାଉଛି। 

ଅଧିକ ପଢ଼ନ୍ତୁ: ଉହାନ ଲ୍ୟାବରୁ କରୋନା ଲିକ୍: ଚୀନ-ଆମେରିକା ରଚିଥିଲେ ଷଡ଼ଯନ୍ତ୍ର!

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe