ନୂଆଦିଲ୍ଲୀ: ପାକିସ୍ତାନକୁ ବିଶ୍ବରେ ଆତଙ୍କବାଦର ଗଡ଼ ବୋଲି କୁହାଯାଇଥାଏ। ପୁଣି ଥରେ ପାକିସ୍ତାନ ଏପରି କିଛି କରିଛି ଯାହା ଯୋଗୁ ଅନ୍ତର୍ଜାତୀସ୍ତରରେ ଏବେ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି। ଏହା ପୁଣି ଥରେ ପ୍ରମାଣିତ ହୋଇଛି ଯେ, ପାକିସ୍ତାନ ଆତଙ୍କବାଦୀମାନଙ୍କୁ ଲୁଚାଇବା ସହିତ ଆଶ୍ରୟ ଦେଉଛି। ଏପ୍ରିଲ୍ ୨୨ରେ ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବରେ, ଭାରତୀୟ ସଶସ୍ତ୍ର ବାହିନୀ 'ଅପରେସନ ସିନ୍ଦୂର' ଆରମ୍ଭ କରିଥିଲେ ।

Advertisment

ପାକିସ୍ତାନ ଏବଂ ପିଓକେରେ ନଅଟି ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ କରାଯାଇଥିଲା। ଭାରତୀୟ ସେନା ୬-୭ ମେ’ ରାତି ୧:୦୫ ରୁ ୧:୩୦ ମଧ୍ୟରେ ଏହି ଅପରେସନ ଆରମ୍ଭ କରିଥିଲେ। ତଥାପି, ପାକିସ୍ତାନ ଏବେ ଭାରତ ଟାର୍ଗେଟ କରିଥିବା ଆତଙ୍କୀ ଲଞ୍ଚପ୍ୟାଡଗୁଡ଼ିକୁ ପୁନଃନିର୍ମାଣ କରିବା ଆରମ୍ଭ କରିଛି। ବିଭିନ୍ନ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶିତ ହୋଇଛି।

ଏନଡିଟିଭି ରିପୋର୍ଟ ଅନୁଯାୟୀ, ' ଅପରେସନ୍ ସିନ୍ଦୂର'ରେ ଧ୍ୱଂସ ହୋଇଥିବା ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ପାକିସ୍ତାନ ପୁନଃନିର୍ମାଣ କରୁଛି । ପାକିସ୍ତାନୀ ସେନା, ଆଇଏସଆଇ ଏବଂ ସରକାର  ପିଓକେ ତଥା ଏହାର ଆଖପାଖ ଅଞ୍ଚଳରେ ଆତଙ୍କବାଦୀ ଲଞ୍ଚପ୍ୟାଡ୍ ପୁନଃନିର୍ମାଣ ପାଇଁ ମିଳିତ ଭାବରେ କାମ କରୁଛନ୍ତି। ଏଲଓସି ନିକଟସ୍ଥ ଘନ ଜଙ୍ଗଲରେ ପୁଣି ଛୋଟ ଏବଂ ଉଚ୍ଚମାନର ଆତଙ୍କବାଦୀ ଆଡ୍ଡା ନିର୍ମାଣ କରାଯାଉଛି। 'ଅପରେସନ୍ ସିନ୍ଦୂର' ପରେ ଏହି ପଦକ୍ଷେପ ନିଆଯାଇଥିଲା। ଏହି ଅପରେସନରେ ଲସ୍କର-ଏ-ତୈବା, ଜୈଶ-ଏ-ମହମ୍ମଦ, ହିଜବୁଲ ମୁଜାହିଦ୍ଦିନ ଏବଂ ଟିଆରଏଫ ଭଳି ଆତଙ୍କବାଦୀ ଗୋଷ୍ଠୀର ଅନେକ ଆଡ୍ଡା ନଷ୍ଟ କରାଯାଇଥିଲା।

ରିପୋର୍ଟ ଅନୁଯାୟୀ, ପୁନଃନିର୍ମାଣ କରୁଥିବା ଆତଙ୍କୀ ଲଞ୍ଚ ପ୍ୟାଡ୍‌ଗୁଡ଼ିକୁ ସୁରକ୍ଷା ଦେବା ପାଇଁ  ପାକିସ୍ତାନ ଥର୍ମାଲ୍, ରାଡାର ବ୍ୟବହାର କରୁଛି। ସେହିପରି ସାଟେଲାଇଟ୍‌ରୁ  ସୁରକ୍ଷା ପ୍ରଦାନ ପାଇଁ ଆଧୁନିକ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରୁଛି। ଆଇଏସ୍ଆଇ ବଡ଼ ଆତଙ୍କବାଦୀ ତାଲିମ ଶିବିରଗୁଡ଼ିକୁ ଛୋଟ ଛୋଟ ଭାଗରେ ବିଭକ୍ତ କରିବାକୁ ଯୋଜନା କରିଛି।

ସୂତ୍ର ଅନୁସାରେ, ବାହାବଲପୁରରେ ଆଇଏସ୍ଆଇ ଏବଂ ଆତଙ୍କବାଦୀ ଗୋଷ୍ଠୀ କମାଣ୍ଡରମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ କମାଣ୍ଡ ଶୃଙ୍ଖଳା ପୁନଃନିର୍ମାଣ ଏବଂ ନିଯୁକ୍ତି ଅଭିଯାନ ଆରମ୍ଭ କରିବା ବିଷୟରେ ଆଲୋଚନା ହୋଇଥିଲା।

ଆଇଏସଆଇ ଏବଂ ସେନା ସହାୟତାରେ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ପୁନଃସ୍ଥାପିତ କରାଯାଉଛି। ରିପୋର୍ଟ ଅନୁଯାୟୀ, ବିଶ୍ୱ ବ୍ୟାଙ୍କ ଏବଂ ଏଡିବି ଠାରୁ ପାକିସ୍ତାନକୁ ମିଳୁଥିବା ଆର୍ଥିକ ସହାୟତାର ଏକ ଅଂଶ ଏହି ଆତଙ୍କବାଦୀ ଶିବିରଗୁଡ଼ିକୁ ପୁନଃନିର୍ମାଣ ପାଇଁ ବ୍ୟବହାର କରାଯାଉଛି। ଲୁନି, ପଟୱାଲ, ଟିପୁ ପୋଷ୍ଟ, ଜମିଲ ପୋଷ୍ଟ, ଉମରାନୱାଲି, ଛାପ୍ରାର ଫରୱାର୍ଡ, ଛୋଟା ଚକ ଏବଂ ଜଙ୍ଗଲୋରା ଭଳି ଅଞ୍ଚଳରେ ନଷ୍ଟ ହୋଇଥିବା ଶିବିରଗୁଡ଼ିକୁ ପୁନଃନିର୍ମାଣ କରାଯାଉଛି।

ଅଧିକ ପଢ଼ନ୍ତୁ: ବିମାନ ଦୁର୍ଘଟଣା ପରେ କାର୍ଯ୍ୟାଳୟ‌ରେ ଉତ୍ସବ ପାଳନ କରିବା ମହଙ୍ଗା ପଡ଼ିଲା

ଗୁଇନ୍ଦା ସୂତ୍ରରୁ ଜଣାପଡିଛି ଯେ, ଏହି ଆଡ୍ଡାଗୁଡ଼ିକୁ ଏବେ ଆଧୁନିକ ପ୍ରଯୁକ୍ତିବିଦ୍ୟାରେ ସଜ୍ଜିତ କରାଯାଉଛି। କେଲ, ସାର୍ଡି, ଦୁଧନିଆଲ, ଆଥମୁକାମ, ଜୁରା, ଲିପା, ପାଚିବାନ, କହୁଟା, କୋଟଲି, ଖୁଇରାଟ୍ଟା, ମନ୍ଧାର, ନିକାଇଲ, ଚମନକୋଟ ଏବଂ ଜାନକୋଟରେ ମଧ୍ୟ ନୂତନ ଆତଙ୍କବାଦୀ ଆଡ୍ଡା ନିର୍ମାଣ କରାଯାଉଛି। ଏଗୁଡ଼ିକ ଏପରି ସ୍ଥାନ ଯେଉଁଠାରେ ପହଞ୍ଚିବା କଷ୍ଟକର, କାରଣ ସେଠାରେ ଘନ ଜଙ୍ଗଲ ଅଛି। ଏପରି ପରିସ୍ଥିତିରେ, ଡ୍ରୋନ୍ ଏବଂ ଉପଗ୍ରହ ସାହାଯ୍ୟରେ ମଧ୍ୟ ସେଗୁଡିକ ଉପରେ ନଜର ରଖିବା କଷ୍ଟକର ହେବ।

ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ସୁରକ୍ଷା ଦେବା ପାଇଁ ପାକିସ୍ତାନର ସ୍ୱତନ୍ତ୍ର ଯୋଜନା କରାଯାଇଛି। ଆଇଏସଆଇ ବଡ଼ ତାଲିମ ଶିବିରଗୁଡ଼ିକୁ ଛୋଟ ଛୋଟ ଭାଗରେ ବିଭକ୍ତ କରାଯିବାକୁ ଚାହୂଁଛି। ପ୍ରତ୍ୟେକ ଶିବିରରେ ୨୦୦ ରୁ କମ୍ ଆତଙ୍କବାଦୀ ରହିବେ। ଏହା ଏଥିପାଇଁ କରାଯାଉଛି ଯେ, ଯଦି ଭାରତ ବିମାନ ଆକ୍ରମଣ କରେ, ତେବେ ଗୋଟିଏ ସ୍ଥାନରେ ଅଧିକ କ୍ଷତି ଯେପରି ନହେବ। ପ୍ରତ୍ୟେକ ଛୋଟ ଶିବିରକୁ ସୁରକ୍ଷା ଦେବା ପାଇଁ ପାକିସ୍ତାନୀ ସେନାର ତାଲିମପ୍ରାପ୍ତ ଗାର୍ଡଙ୍କୁ ନିୟୋଜିତ କରାଯିବ। ଏହି ଗାର୍ଡମାନଙ୍କ ପାଖରେ ଥର୍ମାଲ୍ ସେନ୍ସର, କମ୍ ଫ୍ରିକ୍ୱେନ୍ସି ରାଡାର ଏବଂ ଡ୍ରୋନ୍ ପ୍ରତିରକ୍ଷା ଭଳି ଆଧୁନିକ ଉପକରଣ ରହିବ।

ଭାରତୀୟ ଗୁଇନ୍ଦା ସଂସ୍ଥାଗୁଡ଼ିକ କିଛି କଥାବାର୍ତ୍ତା ଶୁଣିବାରେ ସକ୍ଷମ ହୋଇଛନ୍ତି। ଗୁଇନ୍ଦା ସଂସ୍ଥା ପ୍ରକାଶ କରିଛି ଯେ, ସମ୍ପ୍ରତି ବାହାବଲପୁରରେ ଏକ ବଡ଼ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଜୈଶ, ଲସ୍କର, ହିଜବୁଲ ମୁଜାହିଦ୍ଦିନର ବରିଷ୍ଠ କମାଣ୍ଡର ଏବଂ ଟିଆରଏଫ ଏବଂ ଆଇଏସଆଇ ଅଧିକାରୀମାନେ ସାମିଲ ହୋଇଥିଲେ। ବାହାବଲପୁର ଦକ୍ଷିଣ ପଞ୍ଜାବରେ ଅବସ୍ଥିତ। ଏହା ଜୈଶ-ଏ-ମହମ୍ମଦର ମୁଖ୍ୟାଳୟ। ଏହି ସଂଗଠନର ମୁଖ୍ୟ ମାସୁଦ ଆଝାର। ଜୈଶ-ମହମ୍ମଦ ଭାରତରେ ଅନେକ ବଡ଼ ଆତଙ୍କବାଦୀ ଆକ୍ରମଣ କରିଛି। ସେଥିମଧ୍ୟରେ ୨୦୦୧ରେ ସଂସଦ ଉପରେ ଆକ୍ରମଣ ଏବଂ ୨୦୧୯ରେ ପୁଲୱାମାରେ ଆତ୍ମଘାତୀ ଆକ୍ରମଣ ଆଦି ରହିଛି।

ଅଧିକ ପଢ଼ନ୍ତୁ: ୨୦୪୭ ସୁଦ୍ଧା ଦେଶରେ ଇସଲାମିକ୍ ଶାସନ ଆଣିବାକୁ ଷଡ଼ଯନ୍ତ୍ର କରିଥିଲା ପିଏଫଆଇ: ଶ୍ରୀନିବାସନ ହତ୍ୟା ମାମଲାରେ ଏନଆଇଏର ପର୍ଦ୍ଦାଫାସ୍

 India | pakistan | OperationSindoor