Iranian intelligence hired me Photograph: (sambad.in)
ୱାସିଂଟନ: ଆମେରିକାର ନେତାମାନଙ୍କ ହତ୍ୟା ଷଡ଼ଯନ୍ତ୍ର କରିବା ଅଭିଯୋଗରେ ଗିରଫ ହୋଇଥିବା ଜଣେ ପାକିସ୍ତାନୀ କୋର୍ଟରେ ଏକ ଚାଞ୍ଚଲ୍ୟକର ଦାବି କରିଛନ୍ତି ଯେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଏବଂ ଜୋ ବାଇଡେନଙ୍କୁ ଟାର୍ଗେଟ କରିବା ପାଇଁ ଇରାନୀ ଗୁପ୍ତଚରମାନେ ତାଙ୍କୁ ନିଯୁକ୍ତି ଦେଇଥିଲେ।
ମୋ ପରିବାରକୁ ଧମକ ଦିଆଯାଇଥିଲା
୪୭ ବର୍ଷ ବୟସ୍କ ଅଭିଯୁକ୍ତ ଆତଙ୍କବାଦୀ ଆସିଫ୍ ମର୍ଚାଣ୍ଟ କୋର୍ଟଙ୍କୁ କହିଛନ୍ତି, ତାଙ୍କ ପରିବାରକୁ ଧମକ ଦିଆଯାଇଥିଲା, ଏବଂ ସେମାନଙ୍କୁ ସୁରକ୍ଷା ଦେବା ପାଇଁ ତାଙ୍କୁ ଷଡ଼ଯନ୍ତ୍ରରେ ବାଧ୍ୟ ହୋଇ ସାମିଲ ହେବାକୁ ପଡିଥିଲା। ତାଙ୍କର କୌଣସି ବିକଳ୍ପ ନଥିଲା। ଆକ୍ରମଣ ପାଇଁ ଦୁଇଜଣ ଗୁପ୍ତ ଏଫ୍ବିଆଇ ଏଜେଣ୍ଟଙ୍କୁ ୫ ହଜାର ଡଲାର ଦେଇଥିବା ଅଭିଯୋଗ ହୋଇଛି। ସେମାନେ ହିଟମ୍ୟାନ୍୍ ଭାବରେ କାର୍ଯ୍ୟ କରୁଥିଲେ। ଅଭିଯୁକ୍ତ ପୂର୍ବରୁ ଜଣେ ବ୍ୟାଙ୍କର ଥିଲେ। ସେ କୋର୍ଟକୁ କହିଛନ୍ତି, ଏପ୍ରିଲ ୨୦୨୪ରେ ଇରାନୀ ଗୁପ୍ତଚର ହ୍ୟାଣ୍ଡଲର ତାଙ୍କୁ ଆମେରିକା ଯାତ୍ରା କରିବାକୁ ଏବଂ ସମ୍ଭବତଃ କାହାକୁ ହତ୍ୟା କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ମୋତେ ସ୍ପଷ୍ଟ ଭାବରେ କୁହାଯାଇ ନଥିଲା କାହକାୁ ହତ୍ୟା କରିବାକୁ ହେବ। ଡୋନାଲ୍ଡ ଟ୍ରମ୍ପ, ଜୋ ବାଇଡେନ ଏବଂ ନିକି ହେଲିଙ୍କ ନାମ ହ୍ୟାଣ୍ଡେଲର ଉଲ୍ଳେଖ କରିଥିଲେ।। ସେତେବେଳେ, ଡୋନାଲ୍ଡ ଟ୍ରମ୍ପ ଏବଂ ଜୋ ବାଇଡେନ ୨୦୨୪ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରମୁଖ ପ୍ରାର୍ଥୀ ଥିଲେ। ନିକି ହେଲି ଦକ୍ଷିଣ କାରୋଲିନାର ପୂର୍ବତନ ରାଜ୍ୟପାଳ ଥିଲେ। ସେ ଗୋଟିଏ ମାସ ପୂର୍ବରୁ ରାଷ୍ଟ୍ରପତି ଦୌଡ଼ରୁ ଓହରି ଯାଇଥିଲେ। ଆସିଫ୍ ମର୍ଚାଣ୍ଟଙ୍କୁ ଅଗଷ୍ଟ ୨୦୨୪ ରେ ଗିରଫ କରାଯାଇଥିଲା ଏବଂ ସେ ଆତଙ୍କବାଦ ତଥା ଚୁକ୍ତିଭିତ୍ତିକ ହତ୍ୟା ଅଭିଯୋଗକୁ ଅସ୍ୱୀକାର କରିଥିଲେ। ସେ ଦାବି କରିଥିଲେ ଯେ ତାଙ୍କର ଗୁପ୍ତଚର ହ୍ୟାଣ୍ଡଲର ତାଙ୍କୁ ହତ୍ୟା କରିବା ସହିତ ଅପ୍ରକାଶିତ କାଗଜପତ୍ର ଚୋରି କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଚାପ ପକାଇବାରୁ ମୁଁ ଏହି ଷଡ଼ଯନ୍ତ୍ରରେ ରାଜି ହୋଇଥିଲି
ତାଙ୍କ ହ୍ୟାଣ୍ଡଲରଙ୍କୁ ମେହରଦାଦ ୟୁସୁଫ ଭାବରେ ଚିହ୍ନଟ କରାଯାଇଛି। ସେ ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (ଆଇଆର୍ଜିସି)ର ସଦସ୍ୟ ବୋଲି ଅଭିଯୋଗ ହୋଇଛି। ମର୍ଚ୍ଚାଣ୍ଟ କହିଛନ୍ତି, ୟୁସୁଫ ଇରାନରେ ରହୁଥିବା ତାଙ୍କ ସମ୍ପର୍କୀୟମାନଙ୍କ ସୁରକ୍ଷା ଚାପ ପକାଇବାରୁ ମୁଁ ଏହି ଷଡ଼ଯନ୍ତ୍ରରେ ରାଜି ହୋଇଥିଲି। ୟୁସେଫ୍ ଇରାନରେ ତାଙ୍କ ଘର ବାହାରେ ରହି ନଜର ରଖୁଥିଲେ। ମର୍ଚାଣ୍ଟ ବିଚାରପତିଙ୍କୁ କହିଛନ୍ତି,"ମୋ ପରିବାର ବିପଦରେ ଥିଲା। ସେଥି ପାଇଁ ମୋତେ ଏହା କରିବାକୁ ପଡିଲା।
ଏଫ୍ବିଆଇ ସୁରକ୍ଷା କ୍ୟାମେରାରେ ଅଭିଯୁକ୍ତ ମର୍ଚ୍ଚାଣ୍ଟ ଜୁନ୍ ୨୦୨୪ ରେ କୁଇନ୍ସର ଏକ ହୋଟେଲରେ ବୈଠକ ସମୟରେ ଜଣେ ରିପବ୍ଲିକାନ୍ ନେତାଙ୍କୁ ହତ୍ୟା କରିବାକୁ ଯୋଜନା କରୁଥିବା ରେକର୍ଡ ହୋଇଥିଲା। ପରେ ଦାଖଲ ହୋଇଥିବା କୋର୍ଟ ଡକ୍ୟୁମେଣ୍ଟ ଅନୁଯାୟୀ, ସେହି ବ୍ୟକ୍ତି ଥିଲେ ଡୋନାଲ୍ଡ ଟ୍ରମ୍ପ।
ଆହୁରି ପଢ଼ନ୍ତୁ: Singer Abhijit Bhattacharya seeks help: ଦୁବାଇରେ ଫସି ରହିଥିବା ପୁଅ ପାଇଁ ସରକାରଙ୍କୁ ସାହାଯ୍ୟ ଲୋଡ଼ିଲେ ଅଭିଜିତ ଭଟ୍ଟାଚାର୍ଯ୍ୟ
Follow Us