Smriti Mandhana:ବିବାହ ପୂର୍ବରୁ କ୍ରିକେଟ ପଡ଼ିଆରେ ସ୍ମୃତିଙ୍କୁ ପ୍ରପୋଜ କଲେ ପଲାଶ

ବିବାହ ପୂର୍ବରୁ ଶୂନସାନ ପଡ଼ିଆ ମଝିରେ ପଲାଶଙ୍କ ଭଲ ପାଇବା ଓ ସରପ୍ରାଇସ ଦେଖି ମହିଳା କ୍ରିକେଟର ସ୍ମୃତି ଆଶ୍ଚର୍ଯ୍ୟ ହୋଇଯିବା ସହିତ ତାଙ୍କ ଆଖିରେ ଆପଣାଛାଏଁ ଲୁହ ଭରି ଯାଇଥିଲା।

Untitled-3

palash muchhal proposes girlfriend smriti mandhana Photograph: (@sambad.in)

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ନଭେମ୍ବର ୨୩ ତାରିଖରେ କ୍ରିକେଟରଙ୍କ ବିବାହ ତାରିଖ ନିଶ୍ଚିତ ହୋଇଥିବା ବେଳେ ସ୍ମୃତି ତାଙ୍କ ବିବାହ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ କରିସାରିଛନ୍ତି। 

ଷ୍ଟାଡିୟମରେ ଆଣ୍ଠୁ ମାଡ଼ି ମହିଳା କ୍ରିକେଟରଙ୍କୁ ପ୍ରପୋଜ କ‌ଲେ ପଲାଶ 

ମହିଳା କ୍ରିକେଟର ତାଙ୍କ ବିବାହକୁ ନେଇ ଖୁବ ଉତ୍ସାହିତ ରହିଛନ୍ତି। ସ୍ମୃତି ମନ୍ଧାନାଙ୍କ ବିବାହ ପଲାଶ ମୁଛଲଙ୍କ ସହିତ ସ୍ଥିର ହୋଇଛି।ଏଭଳି ସମୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଯାହାକୁ ଲୋକେ ଖୁବ ଭଲପାଇବା ଦେଉଛନ୍ତି। ଏହି ଭିଡିଓକୁ ପଲାଶ ମୁଛଲ ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଏଥିରେ ପଲାଶ ତାଙ୍କ ପ୍ରେମିକା ସ୍ମୃତି ମନ୍ଧାନାଙ୍କୁ ମୁମ୍ବାଇର ଡିୱାଈ ପାଟିଲ ଷ୍ଟାଡିୟମରେ ଆଣ୍ଠୁ ମାଡ଼ି ଗୋଲାପ ଫୁଲର ଗୁଚ୍ଛ ସହିତ ଏକ ହୀରା ମୁଦି ପ୍ରଦାନ କରି ପ୍ରପୋଜ୍ କରୁଥିବାର ଦେଖିବାକୁ ମିଳୁଛି। 

ଅଧିକପଢ଼ନ୍ତୁ:ପାକିସ୍ତାନର ବଡ଼ ଷଡ଼ଯନ୍ତ୍ର ପଣ୍ଡ କଲା ଦିଲ୍ଲୀ କ୍ରାଇମ୍ ବ୍ରାଞ୍ଚ

ସ୍ମୃତି ମନ୍ଧାନା  ୩୪ କୋଟି ଟଙ୍କାର ମାଲିକାଣୀ

ଶୂନସାନ ପଡ଼ିଆ ମଝିରେ ପଲାଶଙ୍କ ଏଭଳି ଭଲ ପାଇବା ଓ ସରପ୍ରାଇଜ ଦେଖି ମହିଳା କ୍ରିକେଟର ସ୍ମୃତି ଆଶ୍ଚର୍ଯ୍ୟ ହୋଇଯିବା ସହିତ ତାଙ୍କ ଆଖିରେ ଆପଣାଛାଏଁ ଲୁହ ଭରି ଯାଇଥିଲା। ପଲାଶ ତାଙ୍କର ଭଲ ପାଇବାକୁ ଏଭଳି ଭାବେ ଜାହିର କରିବେ ବୋଲି ସ୍ମୃତି କେବେ ଭାବି ନଥିଲେ। ପଲାଶ ଓ ମନ୍ଧାନା ୨୦୧୯ରୁ ପରସ୍ପରକୁ ଡେଟ କରି ଆସୁଛନ୍ତି। ସେମାନଙ୍କୁ ଅନେକ ଥର ବିଭିନ୍ନ କାର୍ଯ୍ୟକ୍ରମରେ ଏକାଠି ସାମିଲ ହେବାର ଦେଖିବାକୁ ମିଳିଛି। ସଫଳତାର ଶୀର୍ଷରେ ପହଞ୍ଚି ସାରିଥିବା ମନ୍ଧାନା ବିଶ୍ୱକପ ଜିତିବା ପରେ ଅଧିକ ମାତ୍ରାରେ ଚର୍ଚ୍ଚା ପରିସରକୁ ଆସିଛନ୍ତି। ସ୍ମୃତି ମନ୍ଧାନା  ୩୪ କୋଟି ଟଙ୍କାର ମାଲିକାଣୀ ଥିବା ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି।

ଅଧିକପଢ଼ନ୍ତୁ:ବାପା ମୋ ସୋ’ ଦେଖିବ...ପୁଅ କଥା ମାନି YouTube ଖୋଲିବା ବେଳକୁ ମିଳିଲା ମୃତ୍ୟୁ ଖବର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe