Parliament Winter Session: ସଂସଦରେ ଭିନ୍ନ ଅନ୍ଦାଜରେ ଭାଇ-ଭଉଣୀ: ମାନବିକତା ଦେଖାଇଲେ ପ୍ରିୟଙ୍କା, ଶିଷ୍ଟାଚାର ଦେଖାଇଲେ ରାହୁଲ…

Advertisment

ଭିନ୍ନ ଅନ୍ଦାଜରେ ଭାଇ-ଭଉଣୀ । ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କୁ ଟିକେ ନିଆରା ଅନ୍ଦାଜରେ ଦେଖିବାକୁ ମିଳିଛି । ଦୁହିଁଙ୍କ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଭିନ୍ନ ଅନ୍ଦାଜରେ ଭାଇ-ଭଉଣୀ । ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କୁ ଟିକେ ନିଆରା ଅନ୍ଦାଜରେ ଦେଖିବାକୁ ମିଳିଛି । ଦୁହିଁଙ୍କ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

Rahul-Priyanka

Rahul-Priyanka Photograph: (sambad.in)

ନୂଆଦିଲ୍ଲୀ: ଭିନ୍ନ ଅନ୍ଦାଜରେ ଭାଇ-ଭଉଣୀ । ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କୁ ଟିକେ ନିଆରା ଅନ୍ଦାଜରେ ଦେଖିବାକୁ ମିଳିଛି । ଦୁହିଁଙ୍କ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବିଶ୍ବ ଭିନ୍ନକ୍ଷମ ଦିବସ ଅବସରରେ ସଂସଦ ଭବନରେ ପ୍ରିୟଙ୍କାଙ୍କୁ ଏକ ଭିନ୍ନ ରୂପରେ ଦେଖିବାକୁ ମିଳିଥିଲା ଯେଉଁଠି ସାଂସଦ ତଥା କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଜଣେ ଦିବ୍ୟାଙ୍ଗ ମହିଳାଙ୍କ ସହ ମିଶି ନିଜ ମଣିଷପଣିଆର ପ୍ରମାଣ ଦେଇଛନ୍ତି ।

ସଂସଦ ପରିସରରେ ଜଣେ ଦିବ୍ୟାଙ୍ଗ ମହିଳା ପ୍ରିୟଙ୍କାଙ୍କ ସହ ମିଶିବାକୁ ଇଚ୍ଛା ପ୍ରକାଶ କରିଥିଲେ । ତାହା ଜାଣି ପ୍ରିୟଙ୍କା ଗାନ୍ଧୀ ଉକ୍ତ ଦିବ୍ୟାଙ୍ଗ ମହିଳାଙ୍କୁ କୋଳେଇ ନେଇ ତାଙ୍କ ସହ ହସିହସି ଫଟୋ ଉଠାଇଥିଲେ । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । 

ଆହୁରି ପଢନ୍ତୁ- PMModi VladimirPutin: ଯେବେ ମୁଖ୍ୟମନ୍ତ୍ରୀ ଥିଲେ ମୋଦୀ… ସେବେଠୁ ପୁଟିନଙ୍କ ସହ ସମ୍ପର୍କ… ଫଟୋ ଛାଡି ପ୍ରଧାନମନ୍ତ୍ରୀ କହିଲେ- ପୁଟିନ୍ ମୋ ବନ୍ଧୁ

Rahul Gandhi
Rahul Gandhi Photograph: (sambad.in)

ଆହୁରି ପଢନ୍ତୁ- Putin in India: ମୋଦୀଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ପୁଟିନ, କାରଣ ଜାଣନ୍ତୁ

ମଲ୍ଲିକାର୍ଜୁନଙ୍କ କାନ୍ଧକୁ ମସାଜ କଲେ ରାହୁଲ

ସେପଟେ ହାଲକା ଫୁଲକା ଅନ୍ଦାଜରେ ରାହୁଲ ଗାନ୍ଧୀଙ୍କୁ ଦେଖିବାକୁ ମିଳିଛି । ସଂସଦରେ ମସାଜ ଦେଲେ ରାହୁଲ ଗାନ୍ଧୀ । ମଲ୍ଲିକାର୍ଜୁନ ଖଡଗେଙ୍କ କାନ୍ଧକୁ ହାଲକା ଭାବେ ମସାଜ ଦେଲେ ରାହୁଲ । ଆଉ ରାହୁଲ ଦେଉଥିବା ମସାଜର ମଜା ନେଉଥିଲେ ତାଙ୍କ ଠାରୁ ବୟସରେ ଅଧିକ ଥିବା ଖଡଗେ । ରାହୁଲ ଓ ମଲ୍ଲିକାର୍ଜୁନଙ୍କ ଏହି ଖୁସି ମଜାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ସଂସଦରେ ଚାଲିଛି ଶୀତ ଅଧିବେଶନ । ଭାରତର ପ୍ରଥମ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦଙ୍କ ଫଟୋରେ ଶ୍ରଦ୍ଧାଞ୍ଜଳି ଦେବା ଅବସରରେ ଯେତେବେଳେ ସମସ୍ତେ ଉପସ୍ଥିତି ଥିଲେ । ଠିକ୍ ସେତେବେଳେ କଂଗ୍ରେସ ଅଧ୍ଯକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ପଛରେ ଛିଡା ହୋଇଥିଲେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ଆଉ ଖଡଗେଙ୍କ ପଛରୁ ରାହୁଲ ତାଙ୍କ କାନ୍ଧକୁ ଧିରେ ଧିରେ ମସାଜ କରୁଛନ୍ତି । ସେହି ସମୟରେ ପ୍ରିୟଙ୍କା ଗାନ୍ଧୀ ଆସି ଖଡଗେଙ୍କୁ କିଛି କହୁଛନ୍ତି ଆଉ ସମସ୍ତେ ଉକ୍ତ ମୁହୂର୍ତ୍ତର ମଜା ନେଉଛନ୍ତି ।

ରାହୁଲଙ୍କ ସମ୍ମାନ-ସଂସ୍କାର-ଶିଷ୍ଟାଚାରର ଝଲକ

ଆମେ ଆମ ଘରମାନଙ୍କରେ ଦେଖିଛେ କି ବୟସ୍କ ଲୋକମାନେ ସାନ ପିଲାଙ୍କୁ କାନ୍ଧ, ଗୋଡ, ମୁଣ୍ଡ ମସାଜ କରିଦେବାକୁ ଅନେକ ସମୟରେ କୁହନ୍ତି । ଆଉ ସାନପିଲାମାନେ ମସାଜ କରିଦିଅନ୍ତି । ଯଦିଓ ଖଡଗେ ମସାଜ କରିବାକୁ ରାହୁଲଙ୍କୁ କହିନଥିବେ କିନ୍ତୁ ରାହୁଲ ଗାନ୍ଧୀ ତାଙ୍କ ନିଜ ଆଡୁ ବୟସ୍କଙ୍କୁ ସମ୍ମାନ ଏବଂ ସେବା ଦେବାକୁ ଏମିତି କରିଥିବେ…

ତେବେ ଏହି ଭିଡିଓ ଭାଇରାଲ ହେବା ପରେ ଏହା ଖଡଗେଙ୍କ ପ୍ରତି ରାହୁଲଙ୍କ ପ୍ରେମ, ସମ୍ମାନ ବୋଲି କିଛି ୟୁଜର୍ସ କହିଥିବା ବେଳେ ରାଜନୀତିର ଉପରେ ସେମାନଙ୍କ ସମ୍ପର୍କ । ଏହି ଦୃଶ୍ୟ ରାହୁଲଙ୍କ ସଂସ୍କାର ଓ ଶିଷ୍ଟାଚାରକୁ ଦର୍ଶାଉଛି ବୋଲି ଅନେକ ୟୁଜର୍ସ କହୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe