ପାଟନା: ନିକଟରେ ବିହାର ବିଧାନସଭା ନିର୍ବାଚନର ଫଳାଫଳ ‌ଘୋଷଣା ହୋଇସାରିଛି। ନିର୍ବାଚନ ମଇଦାନକୁ ସ୍ୱାଧୀନ ପ୍ରାର୍ଥୀ ଭାବରେ ଓହ୍ଲାଇ ଥିବା ଭୋଜପୁରୀ ସୁପରଷ୍ଟାର ପବନ ସିଂହଙ୍କ ଧର୍ମପତ୍ନୀ ଜ୍ୟୋତି ସିଂହ ବିଧାନସଭା ନିର୍ବାଚନରେ ପରାସ୍ତ ହୋଇ ଯାଇଛନ୍ତି। 

Advertisment

କୃତଜ୍ଞତା ଜଣାଇଲେ ଜ୍ୟୋତି

ହାରିଯିବା ପରେ ଜ୍ୟୋତି ସିଂହ କାରାକଟର ଜନସାଧାରଣଙ୍କ ପାଇଁ ଇନଷ୍ଟାଗ୍ରାମରେ ଏକ ଭାବପ୍ରବଣ ଏବଂ କୃତଜ୍ଞତା ପୋଷ୍ଟ ସେୟାର କରି  ଲେଖିଛନ୍ତି, "ମୁଁ  ଜ୍ୟୋତି ସିଂହ  ଆପଣମାନଙ୍କୁ ସମସ୍ତଙ୍କୁ ହୃଦୟର ଗଭୀରରୁ କେବଳ ଗୋଟିଏ କଥା କହିବାକୁ ଚାହୁଁଛି। ତାହା ହେଉଛି ଧନ୍ୟବାଦା।

ଅଧିକପଢ଼ନ୍ତୁ:କଣ୍ଟ ପୂରୁଛି, ମାଓବାଦୀଙ୍କର ଭୟ ବଢୁଛି

ଚଳିତ ନିର୍ବାଚନରେ ଆପଣମାନେ ମୋତେ ଖୁବ ସମର୍ଥନ କରିଛନ୍ତି। ଆପଣମାନେ ଦେଇଥିବା ୨୬,୪୬୯ ଭୋଟ ମୋ ପାଇଁ କେବଳ ଏକ ସଂଖ୍ୟା ନୁହେଁ ଏହା ମୋର ସଂଘର୍ଷ, ମୋର ଯାତ୍ରା ଏବଂ ମୋର ସଂକଳ୍ପର ସବୁଠାରୁ ବଡ଼ ଶକ୍ତି।  ମୁଁ ସ୍ୱାଧୀନ ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲି। ଏହି ସମୟରେ ଆପଣମାନେ ମୋ ପଣତରେ ଓଜାଡ଼ି ଦେଇଥିବା  ପ୍ରେମ, ବିଶ୍ୱାସ ଏବଂ ଆଶୀର୍ବାଦ ମୋତେ ଯେକୌଣସି ପଦବୀ ଅପେକ୍ଷା ଅଧିକ ସମ୍ମାନ ଦେଇଛି। ଆପଣଙ୍କ ମଧ୍ୟରେ ରହି ମୁଁ ଲୋକଙ୍କ ଅସୁବିଧାକୁ ଅନୁଭବ କରିଛି ।

ମୁଁ ହାରି ନାହିଁ କି ଆଗକୁ ହାରିବି ନାହିଁ

ଆପଣମାନେ ମୋତେ ଯେଉଁ ସମର୍ଥନ ଦେଇଛନ୍ତି ତାହା ମୋ ପାଇଁ ଜୀବନବ୍ୟାପୀ ସମ୍ପତ୍ତି ହୋଇ ରହିବେ। ମୁଁ ହାରି ନାହିଁ କି ଆଗକୁ ହାରିବି ନାହିଁ । କାରାକଟର ଉନ୍ନତି ପାଇଁ ସ୍ୱପ୍ନ ଦେଖିବା ବନ୍ଦ କରିବି ନାହିଁ।

ବିଧାନସଭା ନିର୍ବାଚନ ଫଳାଫଳ ଯାହା ହେଉନା କାହିଁକି ମୋର ଲଢ଼େଇ, ମୋର କାମ ଏବଂ ମୋର ସମର୍ପଣ ପୂର୍ବ ଅପେକ୍ଷା ଅଧିକ ଦୃଢ଼ ହୋଇଯାଇଛି। ମୁଁ ଆପଣମାନଙ୍କ ଝିଅ, ଭଉଣୀ ଏବଂ ପ୍ରତିନିଧି ଭାବରେ ସବୁ ସମୟରେ...  ସୁଖ ଏବଂ ଦୁଃଖରେ ନିଶ୍ଚିତ ଭାବେ ଆପଣମାନଙ୍କ ସହିତ ଛିଡ଼ା ହେବି ।’

ଅଧିକପଢ଼ନ୍ତୁ:ଫିଙ୍ଗନ୍ତୁ ନାହିଁ ବଳକା ଭାତ, ସେଥିରୁ ତିଆରି କରନ୍ତୁ ସ୍ବାଦିଷ୍ଟ ପକୁଡ଼ି