ସମୟସମୟରେ ଘରକୁ ଅତିଥି ଆସିଲେ ବା କୌଣସି କାରଣବଶତଃ ଖାଇ ନପାରିଲେ ଭାତ ବଞ୍ଚି ଯାଇଥାଏ। ଏହି ଭାତକୁ ଅନେକ ସମୟରେ ଆମେ ଫିଙ୍ଗି ଦେଇଥାଉ ନଚେତ ଗାଈଗୋରୁଙ୍କୁ ଖାଇବାକୁ ଦେଇ ଦେଇଥାଉ।

Advertisment

ତେବେ ଆପଣମାନେ ଜାଣନ୍ତି ଏହି ବଳକା ଭାତରେ ବି ସ୍ବାଦିଷ୍ଟ କୁରକୁରେ ପକୁଡି ତିଆରି କରି ପାରିବେ। ଉକ୍ତ ପକୁଡ଼ିକୁ  ଶୀତଦିନ ହେଉ କି ବର୍ଷା ଦିନେ କି ଖରାଦିନ ସବୁ ଋତୁ ଚା’ ସହିତ ନଚେତ ଜଳଖିଆ ଭାବେ ଖାଇ ପାରିବେ। ତେବେ ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତ ପ୍ରଣାଳୀ।

ଅଧିକପଢ଼ନ୍ତୁ:'ସମୃଦ୍ଧି' ପାଲଟିଛି ମୃତ୍ୟୁର ଏକ୍ସପ୍ରେସୱେ: ପ୍ରତି ତିନି ଦିନରେ ଜଣଙ୍କର ମୁଣ୍ଡ ନେଉଛି, ଏପର୍ଯ୍ୟନ୍ତ ୯୫,୭୨୨ ଜଣଙ୍କ ଜୀବନ ନେଲାଣି

ବଳକା ଭାତରେ କୁରକୁରେ ପକୁଡ଼ି

ବଳକା ଭାତରେ ପକୁଡ଼ି ତିଆରି କରିବା ପାଇଁ ଆବଶ୍ୟକ ସାମଗ୍ରୀ ମଧ୍ୟରେ ରହିବ ୧ କପ୍ ଭାତ,୧ ପିଆଜ (ପତଳା ପତଳା କରି କଟାଯିବ), ୨ଟି ସବୁଜ ଲଙ୍କା(ଛୋଟଛୋଟ ଆକାରରେ କଟାଯିବ),୧/୪ କପ୍ ଧନିଆ ପତ୍ର, ୧ ଚାମଚ ମେଥି ପତ୍ର, ୧/୪ ଚାମଚ ହଳଦୀ, ୧ ଚାମଚ ଲାଲ ଲଙ୍କା ଗୁଣ୍ଡ, ଦେଢ଼ ଚାମଚ ଲୁଣ, ୧/୨ କପ୍ ବେସନ ଏବଂ ଛାଣିବା ପାଇଁ ଆପଣ ବ୍ୟବହାର କରୁଥିବା ‌ଯେକୌଣସି ତେଲ।

ଉପରୋକ୍ତ ସମସ୍ତ ସାମଗ୍ରୀକୁ ମିଶାଇ ଆବଶ୍ୟକ ଅନୁଯାୟୀ କିଛି ପାଣି ଦେଇ ଭଲଭାବେ ଚକୁଡ଼ି ଦିଅନ୍ତୁ। ଏହାପରେ ତେଲକୁ ଭଲଭାବେ ଗରମ ହେବା ପାଇଁ ଛାଡ଼ି ଦିଅନ୍ତୁ। ତେଲ ଗରମ ହେବା ପରେ ପକୁଡ଼ି ଯେମିତି ଛାଣନ୍ତି ସେମିତି ଛୋଟଛୋଟ ଆକାରରେ ଛାଣିବା ଆରମ୍ଭ କରି ଦିଅନ୍ତୁ। ଗରମଗରମ ଥିବା ସମୟରେ ଉକ୍ତ ପୋକୁଡ଼ିର ମଜା ଉଠାନ୍ତୁ । ଏହାକୁ ଚା’, ଟମାଟୋ ଓ ଚିଲି ସସ ଦେଇ ଖାଆନ୍ତୁ। ଆବଶ୍ୟକ ପଡ଼ିଲେ ଏହା ଉପରେ ହଲକା କଳାଲୁଣ ଓ ଗୋଲମରିଚଗୁଣ୍ଡ ଛିଞ୍ଚି ପାରିବେ। 

ଅଧିକପଢ଼ନ୍ତୁ: ଛୁଆର ଫୋନ ନିଶା ଛଡ଼ାଇବା ପାଇଁ ଚର୍ଚ୍ଚାରେ ମା’ର ଜୁଗାଡ଼