ନୂଆଦିଲ୍ଲୀ: ବର୍ତ୍ତମାନ ପିଢ଼ିର ପିଲାମାନଙ୍କ କ୍ଷେତ୍ରରେ ଦିନକୁ ଦିନ ବୃଦ୍ଧି ପାଉଥିବା ମୋବାଇଲ ନିଶା ଅଭିଭାବକଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଗଲାଣି।ତେବେ ଏ ନିଶା ପାଇଁ ଆମେ କେବଳ ପିଲାଙ୍କୁ ଦୋଷ ଦେଇ ପାରିବା ନାହିଁ। ଏଥିପାଇଁ ପ୍ରଥମେ ବାପା ଓ ମା’ମାନେ ହିଁ ଦାୟୀ ଅଟନ୍ତି ।

Advertisment

କାରଣ କାମ ଥିବା ସମୟରେ ଯଦି ପିଲା ହଇରାଣ କରୁଛନ୍ତି ତେବେ ଛୁଆକୁ ଫୋନ ଖଣ୍ଡେ ଧରାଇ ଦେଇ ବାପା ଓ ମା’ମାନେ ଚୁପ କରାଇ ବସାଇ ଦେଉଛନ୍ତି। ପିଲା ବି ଫୋନ ପାଇବା ପରେ  ‌ସେଥିରେ ସେ ବିଭିନ୍ନ ପ୍ରକାର ଖେଳ ଖେଳିବା ସହିତ ନାନାପ୍ରକାର ଭିଡିଓ ଓ ରିଲ ଦେଖିବାରେ ବ୍ୟସ୍ତ ହୋଇଯାଉଛି। ବାପା ଓ ମା’ମାନେ ବି ହଇରାଣ ନହୋଇ ନିଜ କାମକୁ ସୁରୁଖୁରୁରେ ତୁଲାଇ ଦେଉଛନ୍ତି।

ଅଧିକପଢ଼ନ୍ତୁ:ମମତା ଦିଦିଙ୍କ ପାଖରେ ଯୌନକର୍ମୀଙ୍କ ଦାବି: ଆମକୁ ଭୋଟର ତାଲିକାରେ ସାମିଲ କର

ପିଲାଙ୍କ ଫୋନ ନିଶା ମୁଣ୍ଡବିନ୍ଧାର କାରଣ ପାଲଟିଲାଣି

ଏହି ଧାରା ପର୍ଯ୍ୟାୟ କ୍ରମେ ଚଲିବା ଦ୍ବାରା ପରବର୍ତ୍ତୀ ସମୟରେ ପିଲାମାନେ ଫୋନ ପ୍ରତି ଏତେ ମାତ୍ରାରେ ଜଡ଼ିତ ହୋଇଯାଉଛନ୍ତି ଯେ ସେମାନେ ଖାଇଲା ବେଳେ ବସିଲା ବେଳେ ଏମିତି କି ଶୋଇଲା ବେଳେ ବି ଫୋନ ଦେଖିବାକୁ ଜିଦ କରୁଛନ୍ତି। ବାପା ଓ ମା’ମାନେ ‌ନିଜର ଭୁଲ ବୁଝି ନପାରି ଅଯଥାରେ ପିଲାଙ୍କ ଉପରେ ବିରକ୍ତ ହେଉଛନ୍ତି। ମାଡ଼ ଓ ଗାଳି ଦେଇ ପିଲାଙ୍କୁ ଜିଦିଆ କରାଇ ଦେଉଛନ୍ତି।

ତେଣୁ ପିଲାଙ୍କୁ ଫୋନ ଦେବା ପୂର୍ବରୁ ପ୍ରଥମେ ଅଭିଭାବକମାନଙ୍କୁ ସତର୍କ ହେବାକୁ ପଡ଼ିବ। ତା’ପରେ ଯାଇ ‌ସେମାନେ ପିଲାଙ୍କୁ ଦୋଷ ଦେବା କଥା ଚିନ୍ତା କରିବେ। ଏହି କ୍ରମରେ ଦେଖିବାକୁ ଗଲେ ‌ସୋସିଆଲ ମିଡ଼ିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ଜଣେ ମା’ ତାଙ୍କ ପିଲାର ମୋବାଇଲ  ନିଶା ଛଡ଼ାଇବାର ପାଇଁ ଏକ ଜୁଗାଡ଼ର ବ୍ୟବସ୍ଥା କରିଛନ୍ତି। 

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ମା’ ଜୁଗାଡ଼ର ଭିଡିଓରେ ଦେଖିବାକୁ ମିଳୁଛି, ‘ଛୋଟ ଝିଅର ଆଖି ଚାରିପାଖରେ ତାର ମା’ କଳା ବୋଳି ଦେଇଛନ୍ତି। ଆଉ ତାକୁ ଦର୍ପଣ ସମ୍ମୁଖକୁ ଯାଇ ନିଜର ଚେହେରା ଦେଖିବାକୁ କହୁଛନ୍ତି।

ଛୋଟ ଝିଅଟି ଯେମିତି ହିଁ ଦର୍ପଣରେ ନିଜର ମୁହଁ ଦେଖୁଛି ସେ ଆଶ୍ଚର୍ଯ୍ୟ ହୋଇଯାଉଛି। ନିଜର ଚେହେରା ସହିତ କ’ଣ ହୋଇଛି କିଛି ବୁଝି ପାରୁ ନାହିଁ। ଏହି ସମୟରେ ତାର ମା’ ତାକୁ ବୁଝାଇ କହୁଛନ୍ତି, ‘ତୁ ଅତ୍ୟଧିକ ସମୟ ଫୋନ ଦେଖୁଥିବାରୁ ତୋର ଏ ଅବସ୍ଥା ହୋଇଛି। ତେଣୁ ତୁ ଆଉ ଫୋନ ଦେଖିବୁ ନାହିଁ।’ 

ଅଧିକପଢ଼ନ୍ତୁ:ପୁରୁଷଙ୍କ ମାସିକ ଋତୁସ୍ରାବ ବିଷୟରେ ମନ୍ତବ୍ୟ ଦେଇ ଟ୍ରୋଲ୍ ହେଲେ ରଶ୍ମିକା ମନ୍ଦାନା