Lok Sabha: ଲୋକସଭାରେ ‘ଶାନ୍ତି’ ବିଲ୍ ଗୃହୀତ: ପରମାଣୁ ଶକ୍ତି କ୍ଷେତ୍ରରେ ଘରୋଇ ଉଦ୍ୟୋଗଙ୍କ ବାଟ ଖୋଲିଲା

Advertisment

ଲୋକସଭାରେ ବୁଧବାର ସଷ୍ଟେନେବଲ୍ ହାର୍ନେସିଙ୍ଗ୍ ଆଣ୍ଡ୍ ଆଡ୍‌ଭାନ୍ସମେଣ୍ଟ୍ ଅଫ୍ ନ୍ୟୁକ୍ଲିଅର୍ ଏନର୍ଜି ଫର୍ ଟ୍ରାନ୍ସଫର୍ମିଙ୍ଗ୍ ଇଣ୍ଡିଆ (ଭାରତକୁ ପରିବର୍ତ୍ତନ କରିବା ପାଇଁ ପରମାଣୁ ଶକ୍ତିର ସ୍ଥାୟୀ ଉପଯୋଗ ଏବଂ ଉନ୍ନତି (‘ଶାନ୍ତି’)  ବିଲ୍‌, ୨୦୨୫କୁ ଅନୁମୋଦନ ମିଳିଛି।

ଲୋକସଭାରେ ବୁଧବାର ସଷ୍ଟେନେବଲ୍ ହାର୍ନେସିଙ୍ଗ୍ ଆଣ୍ଡ୍ ଆଡ୍‌ଭାନ୍ସମେଣ୍ଟ୍ ଅଫ୍ ନ୍ୟୁକ୍ଲିଅର୍ ଏନର୍ଜି ଫର୍ ଟ୍ରାନ୍ସଫର୍ମିଙ୍ଗ୍ ଇଣ୍ଡିଆ (ଭାରତକୁ ପରିବର୍ତ୍ତନ କରିବା ପାଇଁ ପରମାଣୁ ଶକ୍ତିର ସ୍ଥାୟୀ ଉପଯୋଗ ଏବଂ ଉନ୍ନତି (‘ଶାନ୍ତି’)  ବିଲ୍‌, ୨୦୨୫କୁ ଅନୁମୋଦନ ମିଳିଛି।

dgdagvcz

ନୂଆଦିଲ୍ଲୀ: ଲୋକସଭାରେ ବୁଧବାର ସଷ୍ଟେନେବଲ୍ ହାର୍ନେସିଙ୍ଗ୍ ଆଣ୍ଡ୍ ଆଡ୍‌ଭାନ୍ସମେଣ୍ଟ୍ ଅଫ୍ ନ୍ୟୁକ୍ଲିଅର୍ ଏନର୍ଜି ଫର୍ ଟ୍ରାନ୍ସଫର୍ମିଙ୍ଗ୍ ଇଣ୍ଡିଆ (ଭାରତକୁ ପରିବର୍ତ୍ତନ କରିବା ପାଇଁ ପରମାଣୁ ଶକ୍ତିର ସ୍ଥାୟୀ ଉପଯୋଗ ଏବଂ ଉନ୍ନତି (‘ଶାନ୍ତି’)  ବିଲ୍‌, ୨୦୨୫କୁ ଅନୁମୋଦନ ମିଳିଛି। ବିରୋଧୀ ଦଳମାନଙ୍କ କକ୍ଷତ୍ୟାଗ ମଧ୍ୟରେ ଆଜି ଏହି ଗୁରୁତ୍ବପୂର୍ଣ୍ଣ ବିଲ୍‌ ବାଚନିକ ଭୋଟରେ ଗୃହୀତ ହୋଇଥିଲା। ଏହି ବିଲ୍ ଦ୍ୱାରା ଭାରତର ପରମାଣୁ ଶକ୍ତି କ୍ଷେତ୍ରରେ ଘରୋଇ କମ୍ପାନିଙ୍କ ପ୍ରବେଶ ପାଇଁ ରାସ୍ତା ଖୋଲିଯିବ। ଏପର୍ଯ୍ୟନ୍ତ ଏହି କ୍ଷେତ୍ର ସମ୍ପୂର୍ଣ୍ଣ ସରକାରୀ ନିୟନ୍ତ୍ରଣାଧୀନ ଥିଲା। ଏହି ବିଲ୍ ୧୯୬୨ର ପରମାଣୁ ଶକ୍ତି ଆଇନ ଏବଂ ୨୦୧୦ର ‘ସିଭିଲ୍ ଲାଇବିଲିଟି ଫର୍ ନ୍ୟୁକ୍ଲିଅର୍ ଡ୍ୟାମେଜ୍ ଆକ୍ଟ’କୁ ବଦଳାଇବ। ପରମାଣୁ ଶକ୍ତି ବିଭାଗ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଏହି ବିଲ୍‌ ପ୍ରସଙ୍ଗରେ କହିଛନ୍ତି ଯେ ଏହା ଭାରତକୁ ୨୦୪୭ ସୁଦ୍ଧା ୧୦୦ ଗିଗାୱାଟ୍‌ ଆଣବିକ କ୍ଷମତା ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରିବ। ଶ୍ରୀ ସିଂହ ଏହି ବିଲ୍‌କୁ ଏକ ‘ମାଇଲଖୁଣ୍ଟ ଆଇନ’ ବୋଲି ଅଭିହିତ କରିଛନ୍ତି, ଯାହା ଦେଶର ବିକାଶ ଯାତ୍ରାକୁ ଏକ ନୂତନ ଦିଗଦର୍ଶନ ଦେବ। ମନ୍ତ୍ରୀ କହିଛନ୍ତି, ଭୌଗୋଳିକ ରାଜନୀତିରେ ଭାରତର ଭୂମିକା ବୃଦ୍ଧି ପାଉଛି ଏବଂ ଆମକୁ ପରମାଣୁ ଶକ୍ତି କ୍ଷେତ୍ରରେ ଏକ ବିଶ୍ୱସ୍ତରୀୟ ଖେଳାଳି ହେବାକୁ ପଡ଼ିବ। ଏଥିପାଇଁ ଆମକୁ ବିଶ୍ୱସ୍ତରୀୟ ମାନଦଣ୍ଡ ଏବଂ ବିଶ୍ୱ ରଣନୀତି ଅନୁସରଣ କରିବାକୁ ପଡିବ। 

Indigo crisis : ସଂସଦୀୟ କମିଟି ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେଇପାରିଲାନି ଇଣ୍ଡିଗୋ

ବିଲ୍‌ର ମୁଖ୍ୟ ବୈଶିଷ୍ଟ୍ୟ
ଘରୋଇ ଭାରତୀୟ କମ୍ପାନି, ସରକାରୀ-ଘରୋଇ ଯୌଥ ଉଦ୍ୟୋଗ ଏବଂ କେନ୍ଦ୍ର ଦ୍ୱାରା ଅନୁମୋଦିତ ଅନ୍ୟ ସଂସ୍ଥାଗୁଡ଼ିକୁ ପରମାଣୁ ଶକ୍ତି କେନ୍ଦ୍ର ସ୍ଥାପନ, ପରିଚାଳନା ଏବଂ ପରମାଣୁ ଇନ୍ଧନ ପରିବହନ ପାଇଁ ଲାଇସେନ୍ସ ନେଇପାରିବେ। ଯଦି କୌଣସି ଦୁର୍ଘଟଣା ଘଟେ, ତେବେ ରିଆକ୍ଟରର ଆକାର ଅନୁସାରେ ଅପରେଟରଙ୍କ କ୍ଷତିପୂରଣ ସୀମା ଧାର୍ଯ୍ୟ କରାଯାଇଛି, ଯାହା ସର୍ବାଧିକ ୩,୦୦୦ କୋଟି ପର୍ଯ୍ୟନ୍ତ ହୋଇପାରେ। ଏଥିପାଇଁ ବୀମା ବାଧ୍ୟତାମୂଳକ। ପରମାଣୁ ଶକ୍ତି ନିୟନ୍ତ୍ରଣ ବୋର୍ଡ (ଏଇଆର୍‌ବି)କୁ ବୈଧାନିକ ମାନ୍ୟତା ମିଳିବ, ଯାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ଆଦେଶରେ ଚାଲୁଥିଲା। ଭାରତର ନ୍ୟୁକ୍ଲିଅର୍ କ୍ଷମତା ବର୍ତ୍ତମାନ ପ୍ରାୟ ୮ ଗିଗାୱାଟ୍ ଅଟେ, ଯାହାକୁ ୨୦୪୭ ସୁଦ୍ଧା ୧୦୦ ଗିଗାୱାଟ୍ ପର୍ଯ୍ୟନ୍ତ ବଢ଼ାଇବା ଲକ୍ଷ୍ୟ ରହିଛି। ଏହି ବିଲ୍ ସ୍ବଚ୍ଛ ଶକ୍ତି ପ୍ରଚଳନ, ନେଟ୍-ଜିରୋ ୨୦୭୦ ଏବଂ ଶିଳ୍ପ ‘ବେସ୍‌ଲୋଡ୍ ପାୱାର’ ଆବଶ୍ୟକତା ପାଇଁ ଗୁରୁତ୍ୱପୂର୍ଣ୍ଣ।

ରାଜ୍ୟସଭାରେ ଗୃହୀତ ହେଲା ‘ରିପିଲିଂ ଆଣ୍ଡ ଆମେଣ୍ଡିଂ’ ବିଲ୍‌

Heart Attack: ନବମ ଶ୍ରେଣୀ ଛାତ୍ରୀର ହୃତଘାତରେ ମୃତ୍ୟୁ!

ଆଜି ବିରୋଧୀ ଦଳମାନେ ବିଲ୍ ଉପରେ ବିତର୍କ ସମୟରେ କକ୍ଷତ୍ୟାଗ କରିଥିଲେ। ଦାୟିତ୍ୱ ପ୍ରାବଧାନ ଏବଂ ସୁରକ୍ଷା ଚିନ୍ତା ନେଇ ଅନେକ ସଦସ୍ୟ ଉଦ୍‌ବେଗ ପ୍ରକାଶ କରିଥିଲେ। ତେବେ ସରକାରଙ୍କ କହିବା ଅନୁଯାୟୀ, ଏହା ନିବେଶ ବଢ଼ାଇବାରେ ବହୁତ ସହାୟକ ହେବ। ପରମାଣୁ ପ୍ରଯୁକ୍ତି କ୍ଷେତ୍ରରେ ନବୀକରଣ ଯୁଗ ଆରମ୍ଭ ହେବ। ଅନ୍ୟପକ୍ଷରେ ବୁଧବାର ସଂସଦରେ ‘ରିପିଲିଂ ଆଣ୍ଡ ଆମେଣ୍ଡିଂ ବିଲ୍‌’, ୨୦୨୫ (ଉଚ୍ଛେଦ ଏବଂ ସଂଶୋଧନ ବିଲ୍‌, ୨୦୨୫) ଗୃହୀତ ହୋଇଛି। ଗତକାଲି ଲୋକସଭାରେ ଏହି ବିଲ୍‌ ଗୃହୀତ ହୋଇଥିବାବେଳେ ଆଜି ରାଜ୍ୟସଭାରେ ବାଚନିକ ଭୋଟ ଦ୍ବାରା ଏହି ବିଲ୍‌ ଗୃହୀତ ହୋଇଛି। ରାଜ୍ୟସଭାରେ ଏହି ବିଲ୍‌ ଉପସ୍ଥାପନ କରି କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କହିଛନ୍ତି, ପୁରୁଣା ଆଇନକୁ ହଟାଇବା ଏବଂ ତ୍ରୁଟି ସଂଶୋଧନ କରିବା ଏହି ବିଲ୍‌ର ମୂଳ ଲକ୍ଷ୍ୟ। ଏହି ବିଲ୍‌ ଉପରେ ଆଲୋଚନାର ଜବାବ ରଖି ମନ୍ତ୍ରୀ ମେଘୱାଲ କହିଛନ୍ତି, ନାଗରିକଙ୍କ ଜୀବନକୁ ସହଜ କରିବା ଏହି ବିଲ୍‌ର ମୂଳ ଲକ୍ଷ୍ୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe