ନୂଆଦିଲ୍ଲୀ: କର୍ମଚାରୀ ପେନ୍ସନ ଯୋଜନା (ଇପିଏସ୍-୯୫)ରେ ହିତାଧିକାରୀ ପେନ୍ସନଭୋଗୀମାନେ ସର୍ବନିମ୍ନ ପେନ୍ସନ୍ ବୃଦ୍ଧି କରିବାକୁ ଦାବି କରିଛନ୍ତି। ସଂପ୍ରତି ଏହି ଯୋଜନାରେ ସର୍ବନିମ୍ନ ପେନ୍ସନ୍ ମାତ୍ର ୧୦୦୦ ଟଙ୍କା ରହିଛି। ଏହାକୁ ୭୫୦୦ ଟଙ୍କାକୁ ବୃଦ୍ଧି କରାଯାଉ ବୋଲି ସେମାନେ ଦାବି କରିଛନ୍ତି। ଏଥିପାଇଁ ନୂଆଦିଲ୍ଲୀସ୍ଥିତ ଯନ୍ତରମନ୍ତରଠାରେ ଚଳିତ ମାସ ୯ ତାରିଖଠାରୁ ତିନି ଦିନିଆ ବିକ୍ଷୋଭ ପ୍ରଦର୍ଶନ ପାଇଁ ନିଷ୍ପତ୍ତି ନିଆଯାଇଛି।
ଆହୁରି ପଢନ୍ତୁ: Crime: ଭିଡିଓ ଉତ୍ତୋଳନ କରୁଥିବା ସାମ୍ବାଦିକଙ୍କ ମୋବାଇଲ ଚୋପିଦେଲେ ଦୁର୍ବୃତ୍ତ
ସୂଚନାଯୋଗ୍ୟ, କେନ୍ଦ୍ରୀୟ ଓ ରାଜ୍ୟମାନଙ୍କର ରାଷ୍ଟ୍ରାୟତ୍ତ ସଂସ୍ଥା ସମେତ ବିଭିନ୍ନ ଘରୋଇ ଓ ସମବାୟ ସଂସ୍ଥାରୁ ଅବସର ନେଇଥିବା ପ୍ରାୟ ୮.୧ ନିୟୁତ କର୍ମଚାରୀ ‘ଇପିଏସ୍-୯୫ ଜାତୀୟ ବିକ୍ଷୋଭ କମିଟି’ ମାଧ୍ୟମରେ ଜାତୀୟ ସଭାପତି ଅଶୋକ ରାଉତଙ୍କ ନେତୃତ୍ବରେ ଦୀର୍ଘ ନଅ ବର୍ଷ ହେଲା ଏହି ଦାବି ଉପସ୍ଥାପନ କରି ଆସୁଛନ୍ତି। କମିଟି ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତିରେ କୁହାଯାଇଛି ଯେ ଏହି ପ୍ରସଙ୍ଗରେ ଦେଶର ପ୍ରଧାନମନ୍ତ୍ରୀଙ୍କ ସମେତ ସମସ୍ତ ସାଂସଦଙ୍କୁ ଅବଗତ କରାଯାଇଛି। କିନ୍ତୁ ‘ସବ୍କା ସାଥ୍ ସବ୍କା ବିକାଶ’ ନାରା ଦେଉଥିବା ସରକାର ବରିଷ୍ଠ ପେସନ୍ସନଭୋଗୀଙ୍କ ଏହି ଆବଶ୍ୟକତାକୁ ଅଣଦେଖା କରୁଛି।
ଆହୁରି ପଢନ୍ତୁ: Mamata Banerjee: ବିଭାଜନ କରିବାକୁ ସରକାରଙ୍କ ଚେଷ୍ଟା, ମୁଁ କରିବି ପର୍ଦ୍ଦାଫାସ୍: ମମତା
କମିଟି ପକ୍ଷରୁ କୁହାଯାଇଛି ଯେ ଚାକିରି କାଳରେ ୩୦ରୁ ୩୫ ବର୍ଷ ଧରି କର୍ମଚାରୀ ଭବିଷ୍ୟନିଧି ପାଣ୍ଠିରେ ନିୟମିତ ଭାବେ ଜମା କରୁଥିଲେ ମଧ୍ୟ ପେନ୍ସନଭୋଗୀଙ୍କୁ ମାତ୍ର ୧,୧୭୧ ଟଙ୍କା ପେନ୍ସନ୍ ମିଳୁଛି। ଯାହାକି ସେମାନଙ୍କ ଚାହିଦା ପୂରଣ କରି ପାରୁନି। ଅନ୍ୟପକ୍ଷରେ ସରକାରୀ ଯୋଜନାରେ ମାଳ ମାଳ ମାଗଣା ପେନ୍ସନ୍ ସରକାର ବାଣ୍ଟି ଦେଉଛନ୍ତି। ଅତି କମ୍ ପେନ୍ସନ ସାଙ୍ଗକୁ ମେଡିକାଲ ସୁବିଧା ପ୍ରଦାନ କରାଯାଉ ନଥିବାରୁ ବହୁ ପେନ୍ସନ୍ ଭୋଗୀ ରୋଗରେ ପଡ଼ି ମୃତ୍ୟୁମୁଖରେ ପଡ଼ୁଥିବା କମିଟି କହିଛି। ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହେଉଥିବାବେଳେ ପେନସନଭୋଗୀମାନେ ସେମାନଙ୍କ ଦାବିକୁ ନେଇ ‘କର ବା ମର’ ନୀତିରେ ୩ ଦିନିଆ ଧାରଣା ଦେବେ ବୋଲି କହିଛନ୍ତି। ଏଥିରେ ବିଭିନ୍ନ ରାଜ୍ୟରୁ ବହୁ ସଂଖ୍ୟାରେ ପେନସନଭୋଗୀମାନେ ସାମିଲ ହେବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/03/07/07bbs_53_07032026_112-2026-03-07-20-25-27.jpg)