Advertisment

Pentagon estimates: ପେଣ୍ଟାଗନର ଆକଳନ: ସେପ୍ଟେମ୍ବର ପର୍ଯ୍ୟନ୍ତ ଲମ୍ବିବ ଯୁଦ୍ଧ

Advertisment

ଆମେରିକା ଓ ଇସ୍ରାଏଲ୍‌ ପକ୍ଷରୁ ଇରାନ ବିରୋଧରେ ଆରମ୍ଭ ହୋଇଥିବା ସାମରିକ ଅଭିଯାନ ଆଜି ସପ୍ତମ ଦିନରେ  ଭୟଙ୍କର ରୂପ ଧାରଣ କରିଛି। ଯେଉଁ ଯୁଦ୍ଧକୁ ମାତ୍ର କିଛି ଦିନ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିଲା, ତାହା ଏବେ  ପ୍ରାୟ ନଅଟି ଦେଶକୁ ବ୍ୟାପି ସାରିଲାଣି।

ଆମେରିକା ଓ ଇସ୍ରାଏଲ୍‌ ପକ୍ଷରୁ ଇରାନ ବିରୋଧରେ ଆରମ୍ଭ ହୋଇଥିବା ସାମରିକ ଅଭିଯାନ ଆଜି ସପ୍ତମ ଦିନରେ  ଭୟଙ୍କର ରୂପ ଧାରଣ କରିଛି। ଯେଉଁ ଯୁଦ୍ଧକୁ ମାତ୍ର କିଛି ଦିନ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିଲା, ତାହା ଏବେ  ପ୍ରାୟ ନଅଟି ଦେଶକୁ ବ୍ୟାପି ସାରିଲାଣି।

ghfssfhshf

ୱାସିଂଟନ/ତେହେରାନ: ଆମେରିକା ଓ ଇସ୍ରାଏଲ୍‌ ପକ୍ଷରୁ ଇରାନ ବିରୋଧରେ ଆରମ୍ଭ ହୋଇଥିବା ସାମରିକ ଅଭିଯାନ ଆଜି ସପ୍ତମ ଦିନରେ  ଭୟଙ୍କର ରୂପ ଧାରଣ କରିଛି। ଯେଉଁ ଯୁଦ୍ଧକୁ ମାତ୍ର କିଛି ଦିନ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିଲା, ତାହା ଏବେ  ପ୍ରାୟ ନଅଟି ଦେଶକୁ ବ୍ୟାପି ସାରିଲାଣି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ବୋମା ବର୍ଷଣ ଜାରି ରହିଥିବା ବେଳେ ଏହି ସଂଘର୍ଷ ଏବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱିତୀୟ ଶାସନକାଳ ଉପରେ କଳା ବାଦଲ ସଦୃଶ ଦେଖାଦେଇଛି।

Women's Day: କମ ବୟସରେ କାଉନସିଲରରୁ ରାଜ୍ୟ ମହିଳା କମିସନ, ଶିଶୁ ସୁରକ୍ଷା ଆୟୋଗ ସଦସ୍ୟା

ଚାରି ଦିନ ତଳେ ଟ୍ରମ୍ପ ଏହି ଯୁଦ୍ଧ ମାତ୍ର  ୪ରୁ ୫ ସପ୍ତାହ  ଚାଲିବ ବୋଲି କହିଥିଲେ, କିନ୍ତୁ ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ ରହିଥିବା ଦେଖିବାକୁ ମିଳିଛି। ଆମେରିକାର ସାମରିକ ବିଭାଗ ପେଣ୍ଟାଗନ ଆକଳନ କରିଛି ଯେ ଏହି ଯୁଦ୍ଧ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଚାଲିବ। ସେହି ଆଧାରରେ ଏବେ ପେଣ୍ଟାଗନ ପ୍ରସ୍ତୁତି ଆରମ୍ଭ କରିଛି ଏବଂ ଏହି ସ୍ଥିତିକୁ ନେଇ ଆମେରିକାର ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। ଆମେରିକାର ସେଣ୍ଟ୍ରାଲ କମାଣ୍ଡ  ଅଧିକ ସାମରିକ ଗୁପ୍ତଚର ଅଧିକାରୀଙ୍କୁ ନିୟୋଜିତ କରିବାକୁ ନିର୍ଦ୍ଦେଶ ଦେଇଛି। ଏହି ଦ୍ରୁତ ମୁତୟନରୁ ସ୍ପଷ୍ଟ ହେଉଛି ଯେ ଆମେରିକା ଇରାନର ପ୍ରତିରୋଧ ଶକ୍ତିକୁ କମ୍ ଆକଳନ କରିଥିଲା ଏବଂ ମାତ୍ର କିଛି ଦିନର ସୀମିତ ଅପରେସନ୍‌ରେ ଲକ୍ଷ୍ୟ ହାସଲ ପାଇଁ ଯୋଜନା ହୋଇଥିଲ।

ଅାତଙ୍କରେ ଥରୁଛି ମଧ୍ୟପ୍ରାଚ୍ୟ
ଇରାନର ଶକ୍ତିକୁ ହେୟ ମନେ କରିଥିଲା ଆମେରିକା
ଟ୍ରମ୍ପଙ୍କ ଶାସନ ଉପରେ କଳା ବାଦଲ

ରିପୋର୍ଟ ଅନୁଯାୟୀ, ଆମେରିକା ଓ ଇସ୍ରାଏଲ୍ ଆଶା କରିଥିଲେ ଯେ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କ ମୃତ୍ୟୁ ପରେ ଇରାନରେ ଶାସନ ପରିବର୍ତ୍ତନ ହେବ। କିନ୍ତୁ ତାହା ନହୋଇ ଓଲଟା ଇରାନ ଚୀନ୍‌ ସହାୟତାରେ ନିର୍ମିତ ନିଜର ବିଶାଳ ଡ୍ରୋନ୍ ଓ ମିସାଇଲ୍ ବାହିନୀ ସହ ଅଧିକ ଆକ୍ରମଣାତ୍ମକ ହୋଇଉଠିଛି। ଇରାନ କୁଏତରେ ଥିବା ଆମେରିକୀୟ ବେସ୍‌କୁ ଟାର୍ଗେଟ କରି ଧ୍ବଂସଲୀଳା ସୃଷ୍ଟି କରିଥିବା ବେଳେ ୬ ଜଣ ଆମେରିକୀୟ ସୈନିକ ପ୍ରାଣ ହରାଇଛନ୍ତି।

Women's Day: କମ ବୟସରେ କାଉନସିଲରରୁ ରାଜ୍ୟ ମହିଳା କମିସନ, ଶିଶୁ ସୁରକ୍ଷା ଆୟୋଗ ସଦସ୍ୟା

ଯୁଦ୍ଧ କାରଣରୁ ‘ଷ୍ଟ୍ରେଟ୍ ଅଫ୍ ହର୍ମୁଜ’ରେ ପରିବହନ ବାଧାପ୍ରାପ୍ତ ହୋଇଛି, ଯାହା ବିଶ୍ୱ ତୈଳ ବଜାରକୁ ଅସ୍ଥିର କରିଦେଇଛି। ଏହି ସଙ୍କଟ ମଧ୍ୟରେ ଆମେରିକା ନିଜର ସହଯୋଗୀଙ୍କ ଉପରେ ଲାଗୁ କରିଥିବା କଟକଣା କୋହଳ କରୁଛି। ୨୪ ଘଣ୍ଟା ମଧ୍ୟରେ ଇସ୍ରାଏଲ ଉପରକୁ ଇରାନ ଶତାଧିକ ମିସାଇଲ୍ ମାଡ଼ କରିଥିବା ବେଳେ ‘ଆଇରନ ଡୋମ’ ଅଧିକାଂଶ କ୍ଷେପଣାସ୍ତ୍ରକୁ ରୋକିଛି। ତେବେ ଅନେକ କ୍ଷେପଣାସ୍ତ୍ର ଲକ୍ଷ୍ୟସ୍ଥଳରେ ପହଞ୍ଚି ବ୍ୟାପକ କ୍ଷୟକ୍ଷତି ଘଟାଇଛି।  ଇସ୍ରାଏଲ ଏବେ ହେଜବୁଲ୍ଲା ଓ ଇରାନ ବିରୋଧରେ ଦ୍ୱିମୁଖୀ ଯୁଦ୍ଧ ଲଢ଼ୁଛି।

ତେହେରାନର ‘ସିକ୍ରେଟ୍ ବଙ୍କର’ ଧ୍ୱଂସ; ୫୦ଟି ଯୁଦ୍ଧବିମାନର ମିଳିତ ଆକ୍ରମଣ, ମାଟିରେ ମିଶିଲା ଇରାନର କମାଣ୍ଡ୍ ସେଣ୍ଟର

ତେହେରାନ/ଜେରୁଜେଲମ: ଇସ୍ରାଏଲ୍ ବାୟୁସେନା ଆଜି ଭୋର୍‌ ସମୟରେ ଇରାନର ରାଜଧାନୀ ତେହେରାନର ସର୍ବାଧିକ ସୁରକ୍ଷିତ ଅଂଚଳରେ ଏକ ଶକ୍ତିଶାଳୀ ଏୟାରଷ୍ଟ୍ରାଇକ୍ କରି ଇରାନ ଶାସନତନ୍ତ୍ରର ମେରୁଦଣ୍ଡ ଭାଙ୍ଗି ଦେଇଛି। ସର୍ବୋଚ୍ଚ ନେତାଙ୍କ ସମେତ ଦେଶର ସମସ୍ତ ଗୁରୁତ୍ବପୂର୍ଣ୍ଣ ନେତାଙ୍କ ସୁରକ୍ଷା ପାଇଁ ନିର୍ମିତ ଏହି ଅତି ଗୋପନୀୟ ତଥା ଅତ୍ୟାଧୁନିକ ଭୂତଳ ବଙ୍କରକୁ ଇସ୍ରାଏଲ  ନିଶ୍ଚିହ୍ନ କରିଦେଇଛି।

ଇସ୍ରାଏଲ ବାୟୁସେନାର ପ୍ରାୟ ୫୦ଟି ଅତ୍ୟାଧୁନିକ ଯୁଦ୍ଧବିମାନ ଏହି ମିସନରେ ସାମିଲ ହୋଇଥିଲ। ମୋସାଦ୍  ଏବଂ ଇସ୍ରାଏଲର ସାମରିକ ଗୁଇନ୍ଦା ବିଭାଗର ସଠିକ୍ ସୂଚନା ଆଧାରରେ ଏହି ବଙ୍କରର ଅବସ୍ଥିତି ଚିହ୍ନଟ କରାଯାଇଥିଲା। ଏହି ବଙ୍କରଟି ଇରାନ ନେତୃତ୍ୱକୁ ସୁରକ୍ଷିତ ରଖିବା ପାଇଁ ଗଭୀର ମାଟି ତଳେ ନିର୍ମାଣ କରାଯାଇଥିଲା। ଏହାକୁ ଏକ  ସୁରକ୍ଷିତ କମାଣ୍ଡ୍‌ ସେଣ୍ଟର ଭାବେ ମଧ୍ୟ ବ୍ୟବହାର କରାଯାଉଥିଲା, ଯେଉଁଠୁ ଯୁଦ୍ଧ ସମୟରେ ସମସ୍ତ ନିର୍ଦ୍ଦେଶ ଦିଆଯାଉଥିଲା।

ଇରାନର ସର୍ବୋଚ୍ଚ ନେତା ଆୟାତୋଲା ଅଲି ଖେମିନି ଇସ୍ରାଏଲ-ଆମେରିକାର  ମିଳିତ ଆକ୍ରମଣରେ ନିହତ ହୋଇସାରିଥିଲେ ମଧ୍ୟ ଏହି ସୁରକ୍ଷିତ ବଙ୍କରକୁ ଅନ୍ୟ ନେତାମାନେ ବ୍ୟବହାର କରୁଥିଲେ।  ଇରାନ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଏହାର କିଛି ଅଂଶକୁ ନିଜର ମୁଖ୍ୟ କାର୍ଯ୍ୟାଳୟ ଭାବେ ବ୍ୟବହାର କରୁଥିଲେ।

 ଇସ୍ରାଏଲ୍ ସେନା ପକ୍ଷରୁ କୁହାଯାଇଛି ଯେ, ଏହି ଷ୍ଟ୍ରାଇକ୍ ଦ୍ୱାରା ଇରାନର ସାମରିକ ପରିଚାଳନା କ୍ଷମତା ସମ୍ପୂର୍ଣ୍ଣ ରୂପେ ଦୁର୍ବଳ ହୋଇଯାଇଛି। ଶତ୍ରୁପକ୍ଷର ସବୁଠାରୁ ସୁରକ୍ଷିତ ସ୍ଥାନ ମଧ୍ୟ ଇସ୍ରାଏଲର କ୍ଷେପଣାସ୍ତ୍ର ମାଡ଼ରୁ ବର୍ତ୍ତି ପାରିବ ନାହିଁ ବୋଲି ଏହା ଏକ ସ୍ପଷ୍ଟ ସଙ୍କେତ। ଏହି ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଇରାନର ପରବର୍ତ୍ତୀ ପଦକ୍ଷେପ ଉପରେ ଏବେ ସାରା ବିଶ୍ୱର ନଜର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe