People hate Arvind Kejriwal: Manoj Tiwari Photograph: (sambad.in)
ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ପାଇଁ ଶନିବାର ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି। ପ୍ରାରମ୍ଭିକ ଟ୍ରେଣ୍ଡରେ ବହୁମତଠାରୁ ବିଜେପି ବହୁ ଆଗରେ ରହିଛି।ବିଜେପି ଏକତରଫା ବିଜୟ ମୁହାଁ ହୋଇଛି।
ବିଜେପିର ଯାଦୁ କାମ କରିଛି। ହଟ୍ ସିଟ୍ରେ ଆପ୍ର ସ୍ଥିତି ଖରାପ ରହିଛି। ବିଜେପିର ଦୃଢ଼ ସ୍ଥିତି ଏବଂ ଆପ୍ର ଖରାପ ଅବସ୍ଥା ନେଇ ବିଜେପି ନେତା ମନୋଜ ତିୱାରୀ କହିଛନ୍ତି ଯେ, ଲୋକେ ଅରବିନ୍ଦ କେଜ୍ରିୱାଲଙ୍କୁ ଘୃଣା କରୁଛନ୍ତି।
ଯଦି ବିଜେପି ଜିତିଯାଏ ତେବେ ମୁଖ୍ୟମନ୍ତ୍ରୀ ମୁହଁ କିଏ ହେବ ବୋଲି ପ୍ରଶ୍ନର ଉତ୍ତରରେ ମନୋଜ ତିୱାରୀ କହିଛନ୍ତି, ଟିକେ ଅପେକ୍ଷା କରନ୍ତୁ, ସମୟ ସହିତ ଆଗକୁ କ'ଣ ହେବ ତାହା ଆପଣ ଜାଣିପାରିବେ।
ଅଧିକ ପଢ଼ନ୍ତୁ: ସମ୍ବାଦ ଡିଜିଟାଲ ପକ୍ଷରୁ ଆୟୋଜିତ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଘାଟିତ
ଦିଲ୍ଲୀରେ ଅନୁମାନ କରାଯାଉଛି ଯେ ମନୋଜ ତିୱାରୀ ନିଜେ ବିଜେପି ମୁଖ୍ୟମନ୍ତ୍ରୀ ଚେହେରା ଦୌଡ଼ରେ ଆଗରେ ଅଛନ୍ତି।
ଅଧିକ ପଢ଼ନ୍ତୁ: ଏକ୍ସ ପୋଷ୍ଟ୍ କରି କଂଗ୍ରେସ ଓ ଆପ୍କୁ ଟାର୍ଗେଟ କଲେ ଓମାର ଅବ୍ଦୁଲା
Follow Us