ନୂଆଦିଲ୍ଲୀ: ପର୍ଯ୍ୟଟନ ଋତୁ ଆସିଲେ ପିଲିଭିତ ବ୍ୟାଘ୍ର ସଂରକ୍ଷଣରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ଲାଗିଥାଏ। ଚଳିତବର୍ଷ ପ୍ରଥମ ଦିନରେ ବ୍ୟାଘ୍ର ସଂରକ୍ଷଣରେ ପର୍ଯ୍ୟଟକଙ୍କୁ ବାଘ ଆକ୍ରମଣ କରିଥିବା ଘଟଣା ସାମ୍ନାକୁ ଆସିଛି। ବାଘ ଆକ୍ରମଣର ଶିକାର ହୋଇଥିବା  ପର୍ଯ୍ୟଟକଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଛି। ସୌଭାଗ୍ୟବଶତଃ ଏହି ଆକ୍ରମଣରେ ପର୍ଯ୍ୟଟକଙ୍କୁ ବିଶେଷ କିଛି କ୍ଷତି ପହଞ୍ଚି ନଥିବା ସୂଚନା ମିଳିଛି

Advertisment

ପିଲିଭିତ ବ୍ୟାଘ୍ର ସଂରକ୍ଷଣରେ ପର୍ଯ୍ୟଟକଙ୍କ ଜମୁଛି ଭିଡ଼ 

ସୂଚନାଯୋଗ୍ୟ, ପିଲିଭିତ ବ୍ୟାଘ୍ର ସଂରକ୍ଷଣରେ ପର୍ଯ୍ୟଟକଙ୍କ ପାଇଁ ସଫାରିର ବେଶ ସୁବିଧା ରହିଛି। ଏହି ସଫାରି ଯୋଗେ ପର୍ଯ୍ୟଟକମାନେ ପ୍ରାକୃତିକ ପରିବେଶର ଭରପୂର ଆନନ୍ଦ ଉଠାଇଥାଆନ୍ତି।ପୁରଣପୁରର ବାସିନ୍ଦା ନୀତିନ ଖଣ୍ଡେଲୱାଲ ପରିବାର ସହିତ ପର୍ଯ୍ୟଟନ ଋତୁର ପ୍ରଥମ ଦିନରେ ପିଲିଭିତ ବ୍ୟାଘ୍ର ସଂରକ୍ଷଣ ବୁଲିବାକୁ ଆସିଥିଲେ। ନୀତିନଙ୍କ ପରିବାରର ପାଞ୍ଚ ଜଣ ସଦସ୍ୟଙ୍କ ସମେତ ନଅ ଜଣ ପର୍ଯ୍ୟଟକ ସଫାରି ଗାଡ଼ିରେ ବସି ଭ୍ରମଣରେ ବାହାରିଥିଲେ।  

ଅଧିକପଢ଼ନ୍ତୁ:ନିଜ ଘରେ ପ୍ରଦୂଷଣର ଶିକାର ହେଉଛନ୍ତି କି? ଘର ଭିତରେ ଲୁଚି ରହିଥିବା ନୀରବ ପ୍ରଦୂଷଣ ବିଷୟରେ ଜାଣନ୍ତୁ

ପିଟିଆର ମଧ୍ୟରେ ଅବସ୍ଥିତ ଚୁକା ବିଚ୍ ଛାଡିବା ପରେ ସଫାରି ଗାଡ଼ିଟି ଆଗକୁ ବଢ଼ିବା ପରେ ପର୍ଯ୍ୟଟକମାନେ ବୁଦାରେ ଲୁଚି ରହିଥିବା  ଏକ ବାଘକୁ ଦେଖିବାକୁ ପାଇଥିଲେ। ଏହି ସମୟରେ ସଫାରି ଚାଳକ ଗାଡ଼ିକୁ ଅଟକାଇ ଦେଇଥିଲେ। କାରଣ ପର୍ଯ୍ୟଟକମାନେ ସ୍ପଷ୍ଟ ଭାବେ ବାଘକୁ ଦେଖି ପାରିବେ।  କିନ୍ତୁ ଏଠାରେ ଏକ ଅଘଟଣ ଘଟିଯାଇଥିଲା। ବାଘଟି ହଠାତ ବୁଦା ଭିତରୁ ବାହାରି ପର୍ଯ୍ୟଟକ ବସିଥିବା  ସଫାରି ଉପରକୁ ଆକ୍ରମଣ କରିଥିଲା। ସଫାରି ଚାଳକ ତୁରନ୍ତ ଉପସ୍ଥିତ ବୁଦ୍ଧି ଖଟାଇ ଗାଡ଼ିକୁ ଦ୍ରୁତ ଗତିରେ ଆଗକୁ ଗଡ଼ାଇ ନେଇଥିଲେ।

ସଫାରିରେ ଥିବା ପର୍ଯ୍ୟଟକଙ୍କୁ  ଆକ୍ରମଣ କଲା ବାଘ

ପର୍ଯ୍ୟଟକ ନୀତିନ ଖଣ୍ଡେଲୱାଲ ଏହି ଘଟଣାକୁ ନେଇ କହିଛନ୍ତି, ‘ବାଘର କ୍ରୋଧ ଏବଂ ଆକ୍ରମଣ ଦେଖି ସମସ୍ତେ ଭୟଭୀତ ହୋଇଯାଇଥିଲୁ। ଆମେ ଯେଉଁ ସଫାରି ଗାଡ଼ିରେ ବସିଥିଲୁ ତାହା ଯଦି ଛୋଟ ଗାଡ଼ି ହୋଇଥାନ୍ତା, ତେବେ ପର୍ଯ୍ୟଟକମାନେ ବିପଦରେ ପଡ଼ିବାର ସମ୍ଭାବନା ରହିଥିଲା।’

ଅଧିକପଢ଼ନ୍ତୁ:ମୁମ୍ବାଇରେ ବର୍ଷା ସମ୍ଭାବନା ଭାରତ-ଦକ୍ଷିଣ ଆଫ୍ରିକା ବିଶ୍ୱକପ ଫାଇନାଲକୁ ଧୋଇ ନେବ କି?