Plane suddenly caught fire in mid-air: ମଝି ଆକାଶରେ ବିମାନରେ ନିଆଁ , ଭୟଙ୍କର ଭିଡିଓ ଭାଇରାଲ

Advertisment

ହାଙ୍ଗଜୌରୁ ସିଓଲ ଯାଉଥିବା ଏୟାର ଚାଇନା ବିମାନରେ ଲିଥିୟମ ବ୍ୟାଟେରୀରେ ନିଆଁ ଲାଗିଯିବାରୁ ସାଂଘାଇରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଲା, ଯଦିଓ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି...

ହାଙ୍ଗଜୌରୁ ସିଓଲ ଯାଉଥିବା ଏୟାର ଚାଇନା ବିମାନରେ ଲିଥିୟମ ବ୍ୟାଟେରୀରେ ନିଆଁ ଲାଗିଯିବାରୁ ସାଂଘାଇରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଲା, ଯଦିଓ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି...

Plane suddenly caught fire in mid-air: Plane catches fire in mid-air, horrifying video goes viral

Plane suddenly caught fire in mid-air: Plane catches fire in mid-air, horrifying video goes viral Photograph: (sambad.in)

ବେଜିଂ: ଶନିବାର ଦିନ ଚୀନ୍‌ର ହାଙ୍ଗଜୌରୁ ଦକ୍ଷିଣ କୋରିଆର ସିଓଲ ଯାଉଥିବା ଏୟାର ଚାଇନାର ଏକ ବିମାନର ଓଭରହେଡ୍ କମ୍ପାର୍ଟମେଣ୍ଟରେ ଜଣେ ଯାତ୍ରୀଙ୍କ ବ୍ୟାଗରେ ଥିବା ଲିଥିୟମ୍ ବ୍ୟାଟେରୀରେ ନିଆଁ ଲାଗିଯିବାରୁ ସାଂଘାଇରେ ଜରୁରୀକାଳୀନ ଅବତରଣ କରାଯାଇଥିଲା। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓରେ ଯାତ୍ରୀ ଏବଂ କ୍ୟାବିନ୍‌ କ୍ରୁ ନିଆଁ ଲିଭାଇବାକୁ ଚେଷ୍ଟା କରୁଥିବା ଦେଖାଯାଉଛି।


ରିପୋର୍ଟ ଅନୁଯାୟୀ, ବିମାନ ସିଏ-୧୩୯ ପୂର୍ବାହ୍ନ  ୯:୪୭ ରେ ହାଙ୍ଗଜୋରୁ ଯାତ୍ରା କରିଥିଲା ​​ଏବଂ ମଧ୍ୟାହ୍ନ ୧୨:୨୦ ରେ ସିଓଲର ଇଞ୍ଚିଅନ ଆନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବାର ଥିଲା। କିନ୍ତୁ, ଉଡ଼ାଣ ସମୟରେ, ଓଭରହେଡ୍ କମ୍ପାର୍ଟମେଣ୍ଟରେ ଥିବା ଏକ କ୍ୟାରି-ଅନ ବ୍ୟାଗ୍‌ରେ ଥିବା ଏକ ଲିଥିୟମ ବ୍ୟାଟେରୀ ହଠାତ୍ ଜଳିଯାଇଥିଲା। ଏହା ଫଳରେ ବିମାନଟିକୁ ସାଂଘାଇ ପୁଡୋଙ୍ଗ ଆନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଥିଲା।

ଆହୁରି ପଢ଼ନ୍ତୁ:No tomahawk missiles to Ukraine: ଟ୍ରମ୍ପ ପୁଣି ଥରେ ଜେଲେନସ୍କିଙ୍କୁ ଧରାଇଲେ ଲଲିପପ୍

ଆହୁରି ପଢ଼ନ୍ତୁ:5 Crore Thamma Advance Booking: ​​ରିଲିଜ୍ ପୂର୍ବରୁ ୫ କୋଟି ରୋଜଗାର କଲା ଥାମ୍ମା,ପ୍ରଥମ ଦିନରେ ୨୦ କୋଟି କାରବାର ଆଶା

ଏୟାର ଚାଇନା କହିଛି ଯେ, କ୍ରୁଙ୍କ ତୁରନ୍ତ ପଦକ୍ଷେପ ସମସ୍ତ ଯାତ୍ରୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିଛି। ଏହି ଘଟଣା ପରେ, ଉଡ଼ାଣକୁ ପୁନଃନିର୍ଦ୍ଧାରିତ କରାଯାଇଥିଲା ଏବଂ ଯାତ୍ରୀମାନଙ୍କୁ ବିକଳ୍ପ ବିମାନରେ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ପଠାଯାଇଥିଲା। ଏଭଳି ଘଟଣାକୁ ରୋକିବା ପାଇଁ ଚୀନ୍ ବିମାନ ଚଳାଚଳ କର୍ତ୍ତୃପକ୍ଷ ଗତ କିଛି ବର୍ଷ ମଧ୍ୟରେ ଲିଥିୟମ ବ୍ୟାଟେରୀ ଏବଂ ପାୱାର ବ୍ୟାଙ୍କକୁ ନେଇ ସୁରକ୍ଷା ନିୟମକୁ କଡ଼ାକଡ଼ି କରିଛନ୍ତି।

 China | air-china | Fire | Mid Air

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe