PM has insulted himself and the country by attending G-7 summit: Sanjay Raut Photograph: (sambad.in)
ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି-୭ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ କାନାଡା ଯାଇଛନ୍ତି। ସେଠାରେ ତାଙ୍କୁ ସ୍ୱାଗତ କରାଯାଇଛି। କିନ୍ତୁ ଶିବସେନା ୟୁବିଟି ଗୋଷ୍ଠୀ ନେତା ସଞ୍ଜୟ ରାଉତ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କର କାନାଡାରେ ଅନୁଷ୍ଠିତ ଜି-୭ ସମ୍ମିଳନୀରେ ଯୋଗଦେବାକୁ ଯିବା ଉଚିତ୍ ନଥିଲା। ଯଦି ତାଙ୍କ ସ୍ଥାନରେ ଅନ୍ୟ କେହି ହୋଇଥାନ୍ତେ, ତେବେ ସେ ହୁଏତ ଯାଇ ନଥାନ୍ତେ।
ସେ ତାଙ୍କ ନିଜର ନୁହେଁ, ତେବେ ସେ ଅତି କମରେ ଦେଶର ସମ୍ମାନ ବିଷୟରେ ଚିନ୍ତା କରିବା ଉଚିତ୍ ଥିଲା। ସେ ଏପରି ସ୍ଥାନକୁ କେଉଁ ମୁହଁ ନେଇ ଯିବାକୁ ଆଗ୍ରହ ପ୍ରକାଶ କଲେ, ଯେଉଁଠାରେ ତାଙ୍କ ନିମନ୍ତ୍ରଣକୁ ବିରୋଧ କରାଯାଉଥିଲା ବୋଲି ସଞ୍ଜୟ ପ୍ରଶ୍ନ କରିଛନ୍ତି।
କାନାଡାରେ ଦୁଇ ଦିନିଆ ଜି-୭ ଶିଖର ସମ୍ମିଳନୀ ଆୟୋଜନ କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମଧ୍ୟ ଏଥିରେ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଥିଲା। ତିନି ରାଷ୍ଟ୍ର ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦୀ ମଙ୍ଗଳବାର ଦିନ ସାଇପ୍ରସରୁ କାନାଡାରେ ପହଞ୍ଚିଛନ୍ତି। ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏହି ବୈଠକରେ ଯୋଗଦେବାକୁ ପ୍ରଥମେ ନିମନ୍ତ୍ରଣ କରାଯାଇ ନଥିଲା, କିନ୍ତୁ ପରେ ନିମନ୍ତ୍ରଣ କରାଯାଇଥିଲା। ତଥାପି, ସେ ନିଜ ସମ୍ମାନ ହରାଇ ସେଠାକୁ ଯାଇଛନ୍ତି।
ସେ କଟାକ୍ଷ କରି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିମନ୍ତ୍ରଣ ୱେଟିଂରେ ଥିଲା। ତାଙ୍କର ଜି-୭ ଶିଖର ସମ୍ମିଳନୀ ପାଇଁ କାନାଡା ଯିବା ସମ୍ପୂର୍ଣ୍ଣ ବ୍ୟର୍ଥ। ଆଜିକାଲି ଜି-୭ ଶିଖର ସମ୍ମିଳନୀର ମୂଲ୍ୟ କ'ଣ? ଏହା ବ୍ୟତୀତ, ପ୍ରଧାନମନ୍ତ୍ରୀ ଶିଖର ସମ୍ମିଳନୀ ପାଇଁ ନିମନ୍ତ୍ରିତ ତାଲିକାରେ ମଧ୍ୟ ନଥିଲେ। ପୂର୍ବରୁ, ତାଙ୍କୁ ନିମନ୍ତ୍ରଣ କରାଯାଇ ନଥିଲା। ଶେଷରେ ତାଙ୍କୁ ଏହି ଶିଖର ସମ୍ମିଳନୀକୁ ନିମନ୍ତ୍ରଣ କରାଯାଇଥିଲା।
କାନାଡାର ସଂସଦରେ, ନେତାମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶିଖର ସମ୍ମିଳନୀକୁ ନିମନ୍ତ୍ରଣକୁ ଦୃଢ଼ ବିରୋଧ କରିଥିଲେ। ପରେ, ସହମତି ହୋଇଥିଲା ଏବଂ ତାଙ୍କୁ ନିମନ୍ତ୍ରଣ କରାଯାଇଥିଲା।
ଅଧିକ ପଢ଼ନ୍ତୁ: ଇସ୍ରାଏଲ-ଇରାନ ସଂଘର୍ଷକୁ ଆମେରିକା ଡେଇଁଲା!: ଟ୍ରମ୍ପ୍ଙ୍କ ବଡ଼ ପଦକ୍ଷେପ ଆମେରିକା କ’ଣ ଇରାନ ଏବଂ ଇସ୍ରାଏଲ ସଂଘର୍ଷକୁ ଡେଇଁବ? ଏହି ପ୍ରଶ୍ନ ତେହେରାନରୁ ୱାଶିଂଟ
ସଞ୍ଜୟ ରାଉତ କହିଛନ୍ତି ଯେ, ଯେତେବେଳେ ଦେଶର ସମ୍ମାନର କଥା ଆସେ, ସେ ବୁଝିବା ଉଚିତ୍ ଯେ, କେଉଁଠାକୁ ଯିବା ଅବା ନଯିବା ଉଚିତ୍। ଯେଉଁ ଦେଶର ସଂସଦରେ ମୋଦୀଙ୍କ ଯିବାକୁ ବିରୋଧ କରାଯାଉଥିଲା ସେଭଳି ଦେଶକୁ ଯାଇ ପ୍ରଧାନମନ୍ତ୍ରୀ ନିଜକୁ ଅପମାନିତ କରିବା ସହିତ ଦେଶର ସମ୍ମାନକୁ ମଧ୍ୟ ବାଜି ଲଗାଇଛନ୍ତି। ତାଙ୍କୁ ଶେଷରେ ଡକାଯାଇଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ସେଠାକୁ ଯାଇଛନ୍ତି।
ସଞ୍ଜୟ ରାଉତ କହିଛନ୍ତି, ଦେଶରେ ଏତେ ବଡ଼ ଦୁର୍ଘଟଣା ଘଟିଛି, ପ୍ରଥମେ ପ୍ରଧାନମନ୍ତ୍ରୀ ଦେଖିବା ଉଚିତ୍ ଥିଲା ଯେ, ବିଦେଶ ଯିବା ଆବଶ୍ୟକ କି ନାହିଁ। ଅହମଦାବାଦ ଦୁର୍ଘଟଣାର ପୀଡିତଙ୍କ ଲୁହ ଏପର୍ଯ୍ୟନ୍ତ ଶୁଖିନାହିଁ, ହସ୍ପିଟାଲଗୁଡ଼ିକରେ ଚିତ୍କାର ଏବଂ କାନ୍ଦଣା ଚାଲିଛି। ଚିତା ଏବେ ବି ଜଳୁଛି, ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କର ମଧ୍ୟ ଦେହାନ୍ତ ହୋଇଛି। କିନ୍ତୁ ଆମର ପ୍ରଧାନମନ୍ତ୍ରୀ ବିଦେଶ ଗସ୍ତରେ ଯାଇଛନ୍ତି ବୋଲି ସଞ୍ଜୟ କଟାକ୍ଷ କରିଛନ୍ତି।
ଅଧିକ ପଢ଼ନ୍ତୁ: ବିମାନ ବିସ୍ଫୋରଣ ପରେ ବନ୍ଦ ହୋଇଯାଇଥିଲା ବାହାରିବାର ସମସ୍ତ ରାସ୍ତା; ଜୀବନବିକଳରେ ତଳକୁ ଡେଇଁ ପଡ଼ି ଆହତ ହୋଇଛନ୍ତି ଅନେକ ଡାକ୍ତରୀଛାତ୍ର
Narendra Modi | pm-narendra-modi | India | canada | sanjay raut
Follow Us