Vande Mataram : କଂଗ୍ରେସ ଅଧିବେଶନରେ ବନ୍ଦେ ମାତରମ ଗୀତକୁ ଖଣ୍ଡ ଖଣ୍ଡ କରିଦିଆଯାଇଥିଲା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ୧୯୩୭ରେ କଂଗ୍ରେସର ଫୈଜାବାଦ ଅଧିବେଶନରେ ବନ୍ଦେ ମାତରମର କେତେକ ଗୁରୁତ୍ବପୂର୍ଣ୍ଣ ପଙକ୍ତିକୁ କାଟି ଦିଆଯାଇଥିଲା, ଯାହାକି ବିଭାଜନର ବୀଜ ବପନ କରିଥିଲା ।  

modi

Modi on Vande Mataram

Vande Mataram : ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ଜାତୀୟ ଗୀତ "ବନ୍ଦେ ମାତରମ୍"ର ୧୫୦ତମ ବାର୍ଷିକୀ ପାଳନ ଲାଗି ଏକ ବର୍ଷବ୍ୟାପୀ ସମାରୋହର ଶୁଭାରମ୍ଭ କରିଛନ୍ତି। ସମାବେଶକୁ ସମ୍ବୋଧିତ କରି ଶ୍ରୀ ମୋଦୀ କହିଛନ୍ତି ୧୯୩୭ରେ କଂଗ୍ରେସର ଫୈଜାବାଦ ଅଧିବେଶନରେ ବନ୍ଦେ ମାତରମର କେତେକ ଗୁରୁତ୍ବପୂର୍ଣ୍ଣ ପଙକ୍ତିକୁ କାଟି ଦିଆଯାଇଥିଲା, ଯାହାକି ବିଭାଜନର ବୀଜ ବପନ କରିଥିଲା ।  

ଆହୁରି ପଢନ୍ତୁ: Khadge Target RSS: ୫୨ ବର୍ଷ ଯାଏଁ ତ୍ରିରଙ୍ଗା ଉଡ଼ାଇନଥିଲା ଆରଏସଏସ: ଖଡ଼ଗେ

ଶ୍ରୀ ମୋଦୀ କହିଛନ୍ତି ଯେ ସ୍ୱାଧୀନତା ସଂଗ୍ରାମ ସମୟରେ "ବନ୍ଦେ ମାତରମର ଆତ୍ମା" ସମଗ୍ର ଦେଶକୁ ଆଲୋକିତ କରିଥିଲା। ତଥାପି, ସେ ଦୁଃଖ ପ୍ରକାଶ କରିଥିଲେ ଯେ ୧୯୩୭ ମସିହାରେ "ବନ୍ଦେ ମାତରମର କେତେକ ଗୁରୁତ୍ବପୂର୍ଣ୍ଣ ପଙକ୍ତି-ଏହାର ଆତ୍ମା–କୁ ଅଲଗା କରାଯାଇଥିଲା। ଫଳରେ ଗୀତଟି ଖଣ୍ଡ ଖଣ୍ଡ ହୋଇଯାଇଥିଲା। ସେ କହିଥିଲେ ଯେ ବନ୍ଦେ ମାତରମର ଏହି ବିଭାଜନ ହିଁ ଦେଶରେ ବିଭାଜନର ବୀଜ ବୁଣିଥିଲା। ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଥିଲେ ଯେ ଏହି ମହାନ ଜାତୀୟ ମନ୍ତ୍ର ପ୍ରତି ଏପରି ଅନ୍ୟାୟ କାହିଁକି କରାଗଲା। ସେ କହିଥିଲେ ଯେ ଆଜିର ପିଢ଼ିକୁ ଏହି ଇତିହାସ ବୁଝିବା ଉଚିତ। ସେ ସତର୍କ କରାଇଥିଲେ ଯେ ଏହି ବିଭାଜନକାରୀ ମାନସିକତା ଆଜି ମଧ୍ୟ ଦେଶ ପାଇଁ ଏକ ଆହ୍ୱାନ ସୃଷ୍ଟି କରୁଛି।

ଆହୁରି ପଢନ୍ତୁ : INDONESIA BLAST : ଇଣ୍ଡୋନେସିଆ ସ୍କୁଲରେ ବିସ୍ଫୋରଣ, ୫୪ ଆହତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe