ନୂଆଦିଲ୍ଲୀ: ସୋମବାର ଦିଲ୍ଲୀରେ ହୋଇଥିବା ବିସ୍ଫୋରଣରେ ଅନେକ ଲୋକ ପ୍ରାଣ ହରାଇଛନ୍ତି ଏବଂ ଅନେକ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଘଟଣା ଘଟିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁଟାନ ଗସ୍ତରେ ଯାଇଥିବା ବେଳେ ସେଠାରୁ ଫେରି ସେ ପ୍ରଥମେ ବିସ୍ଫୋରଣରେ ଆହତ ହୋଇଥିବା ଲୋକଙ୍କୁ ଭେଟିଛନ୍ତି। LNGP ହସ୍ପିଟାଲ ଯାଇ ସେ ଆହତମାନଙ୍କୁ ଭେଟିଥିବା ଜଣାଯାଇଛି। ପ୍ରଧାନମନ୍ତ୍ରୀ ଆହତମାନଙ୍କୁ ଭେଟି ସେମାନଙ୍କ ସହିତ କଥା ହେବା ସହ ପୀଡ଼ିତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

Advertisment

ପରିସ୍ଥିତିର ସମୀକ୍ଷା ପାଇଁ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ

ପୀଡ଼ିତଙ୍କୁ ଭେଟିବା ପରେ ବିସ୍ଫୋରଣ ପରର ପରିସ୍ଥିତି ସମୀକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀ ଆଜି ସନ୍ଧ୍ୟା ପ୍ରାୟ ୫ଟା ୩୦ରେ Cabinet Committee on Security (CCS) ଏବଂ କ୍ୟାବିନେଟ ବୈଠକର ଅଧ୍ୟକ୍ଷତା କରିବେ।

ଅନ୍ୟପକ୍ଷରେ NIA ଏବେ ଘଟଣାର ତଦନ୍ତ କରୁଥିବାରୁ ପଚରାଉଚରା ପାଇଁ NIA ଅଧିକାରୀମାନେ LNGP ହସ୍ପିଟାଲ ଯିବେ ବୋଲି ସାମ୍ନାକୁ ଆସିଛି। ସୂଚନା ଅନୁସାରେ, NIA ଦିଲ୍ଲୀ ବିସ୍ଫୋରଣର ତଦନ୍ତ ପାଇଁ "ସ୍ପେଶାଲ୍ ୧୦" ଅଧିକାରୀଙ୍କ ଏକ ଦଳ ଗଠନ କରିଛି, ଯେଉଁଥିରେ ଜଣେ IG, ଦୁଇ ଜଣ DIG ଏବଂ ତିନି ଜଣ SP ଅଛନ୍ତି। ବାକି DSP ସ୍ତରୀୟ ଅଧିକାରୀ ଏହି ଦଳରେ ରହିଛନ୍ତି। NIA ଡିଜି ଏବଂ IB ମୁଖ୍ୟ ମଧ୍ୟ ବୁଧବାର ଦିଲ୍ଲୀ ବିସ୍ଫୋରଣ ସମ୍ପର୍କରେ ଏକ ବୈଠକ କରିଥିଲେ ବୋଲି ଜଣାଯାଇଛି।

କୁହାଯାଉଛି ଯେ, NIA ଦଳ ଆଜି ଜମ୍ମୁ-କାଶ୍ମୀର, ଦିଲ୍ଲୀ ଏବଂ ହରିୟାଣା ପୁଲିସଠାରୁ "ଜୈସ୍ ମଡ୍ୟୁଲ୍"ର ସମସ୍ତ ମାମଲାର ଦସ୍ତାବିଜ୍ ନିଜ କବଜାକୁ ନେବ। ଏମଧ୍ୟରେ, ଫରିଦାବାଦ ଆତଙ୍କବାଦୀ ମଡ୍ୟୁଲ୍ ପର୍ଦ୍ଦାଫାସ୍ ହେବା ପରେ ଅଲ୍-ଫଲାହ ବିଶ୍ୱବିଦ୍ୟାଳୟ ସୁରକ୍ଷା ଏଜେନ୍ସିଙ୍କ ରାଡାରରେ ରହିଛି। ବିଶ୍ୱବିଦ୍ୟାଳୟ ସହ ଜଡିତ ତିନି ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ପୂର୍ବରୁ ଗିରଫ କରାଯାଇଥିବା ବେଳେ ସେମାନଙ୍କଠାରୁ ବିପୁଳ ପରିମାଣରେ ବିସ୍ଫୋରକ ଜବତ କରାଯାଇଛି। 

ଆହୁରି ପଢ଼ନ୍ତୁ: BCCI Warn Rohit-Kohli: ଦିନିକିଆ ଖେଳିବାକୁ ଚାହୁଁଥିଲେ ଘରୋଇ କ୍ରିକେଟ ଖେଳିବାକୁ ହେବ: ବିସିସିଆଇ

ଆହୁରି ପଢ଼ନ୍ତୁ: Al Falah University Statement: ବିସ୍ଫୋରଣରେ ସମ୍ପୃକ୍ତ ଡାକ୍ତରଙ୍କର ବିଶ୍ୱବିଦ୍ୟାଳୟ ସହିତ କୌଣସି ସମ୍ପର୍କ ନାହିଁ: ଅଲ-ଫଲାହ ବିଶ୍ୱବିଦ୍ୟାଳୟ