Gita Gift Photograph: (sambad.in)
ନୂଆଦିଲ୍ଲୀ: ପୁଟିନଙ୍କୁ ଗୀତା ଉପହାର ଦେଲେ ମୋଦୀ । ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନରେ ନିଜ ବନ୍ଧୁଙ୍କୁ ମୂଲ୍ୟବାନ ଉପହାର ଦେଇଛନ୍ତି ମୋଦୀ । ଗତକାଲି ରୁଷ ରାଷ୍ଟ୍ରପତି ପାଲମ ଏୟାରପୋର୍ଟରେ ପହଞ୍ଚିବା ପରେ ପ୍ରୋଟକଲ ଭାଙ୍ଗି ପ୍ରଧାନମନ୍ତ୍ରୀ ତାଙ୍କୁ ଭବ୍ୟ ସ୍ବାଗତ କରିଥିଲେ ଏବଂ ନିଜ ଗାଡ଼ିରେ ବସାଇ ତାଙ୍କୁ ବାସଭବନକୁ ନେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନରେ ରାତ୍ରଭୋଜନର ଯୋଜନା ଥିବା ବେଳେ ଗତକାଲି ହିଁ ପୁଟିନଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଭଗବତ ଗୀତା ଉପହାର ଦେଇଥିଲେ ଯାହା ରୁଷିଆ ଭାଷାରେ ଅନୁବାଦିତ ହୋଇଥିଲା ।
ଆହୁରି ପଢନ୍ତୁ- US-India : ହଠାତ୍ ଆମେରିକାର ଭାରତ କଥା ମନେ ପଡ଼ିଲା
ଗୀତାର ଶିକ୍ଷା ବିଶ୍ୱର ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା ଦିଏ, ରୁଷ ରାଷ୍ଟ୍ରପତିଙ୍କୁ ଗୀତାର ଏକ କପି ପ୍ରଦାନ କଲି ବୋଲି ମୋଦୀ ଲେଖିଥିଲେ । ତେବେ ଗତକାଲି ଦୁଇ ନେତାଙ୍କ ସାକ୍ଷାତ କେବଳ ଏକ ଭେଟଘାଟ ନୁହେଁ ବରଂ ଦୁଇଟି ସଭ୍ୟତା ମଧ୍ୟରେ ଏକ ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ଆଲୋଚନାର ଆରମ୍ଭ ଥିଲା ବୋଲି କୁହାଯାଉଛି ।
ବିଶ୍ବର ବଡ଼ନେତାଙ୍କୁ ଗୀତା ଉପହାର
ତେବେ ଖାଲି ପୁଟିନଙ୍କୁ ନୁହେଁ ପୂର୍ବରୁ ବି ପ୍ରଧାନମନ୍ତ୍ରୀ ମୋଦୀ ବିଶ୍ବର ଅନ୍ୟ ବଡ଼ ବଡ଼ ନେତାଙ୍କୁ ଗୀତା ଉପହାର ଦେଇଛନ୍ତି । ୨୦୧୪ ସେପ୍ଟେମ୍ବର ୩ ତାରିଖରେ ଜାପାନର ସମ୍ରାଟଙ୍କୁ ଗୀତା ଉପହାର ଦେଇଥିଲେ ମୋଦୀ । ସେହି ମାସ ୧୭ ତାରିଖରେ ଚୀନ ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ବି ଗୀତା ଉପହାର ଦେଇଥିଲେ, ଯାହା ଚୀନ ଭାଷାରେ ଅନୁବାଦିତ ହୋଇଥିଲା ।
ଆହୁରି ପଢନ୍ତୁ- IDBI Bank Privatization!: ଖୁବ୍ଶୀଘ୍ର ଆଇଡିବିଆଇ ହେବ ଘରୋଇ ବ୍ୟାଙ୍କ୍!
ଓବାମାଙ୍କୁ ମୋଦୀଙ୍କ ଗୀତା ଉପହାର
ଖାଲି ପୁଟିନ, ଜିନପିଙ୍ଗ ନୁହେଁ ବରଂ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କୁ ବି ପ୍ରଧାନମନ୍ତ୍ରୀ ମୋଦୀ ଗୀତା ଉପହାର ଦେଇଥିଲେ । ୨୦୧୫ ନଭେମ୍ବର ୧୪ରେ ବ୍ରିଟେନର ପିଏମଙ୍କୁ ବି ଗୀତା ଉପହାର ସ୍ବରୂପ ପ୍ରଦାନ କକିଥିଲେ ।
Follow Us