ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀଙ୍କ ରୋଡ୍‌ ସୋ’, ଦଳୀୟ କର୍ମୀଙ୍କୁ ଦେବେ ମନ୍ତ୍ର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ଭୁବନେଶ୍ବରରେ ରୋଡ୍‌ ସୋ’ କରିବେ। ଆସନ୍ତା ୨୯ ତାରିଖରେ ଏହି ଭବ୍ୟ ରୋଡ୍‌ ସୋ’ ଭୁବନେଶ୍ବରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଠାରୁ ରାଜଭବନ ପର୍ଯ୍ୟନ୍ତ ଆୟୋଜନ ହେବ।

ଅଦ୍ୟତନ ହୋଇଛି
PM modi

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ଭୁବନେଶ୍ବରରେ ରୋଡ୍‌ ସୋ’ କରିବେ। ଆସନ୍ତା ୨୯ ତାରିଖରେ ଏହି ଭବ୍ୟ ରୋଡ୍‌ ସୋ’ ଭୁବନେଶ୍ବରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଠାରୁ ରାଜଭବନ ପର୍ଯ୍ୟନ୍ତ ଆୟୋଜନ ହେବ। ଭାରତୀୟ ଜନତା ପାର୍ଟି (ବିଜେପି) ରାଜ୍ୟ ସଭାପତି ମନେମୋହନ ସାମଲ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। 

ଏହି ଖବର ପଢ଼ନ୍ତୁ: ପ୍ରଧାନମନ୍ତ୍ରୀଙ୍କ ୩ଦିନିଆ ଓଡ଼ିଶା ଗସ୍ତ

ଶ୍ରୀ ସାମଲ କହିଛନ୍ତି ଯେ, ନଭେମ୍ବର  ୨୯ ତାରିଖ ମଧ୍ୟାହ୍ନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଭୁବନେଶ୍ବରରେ ପହଞ୍ଚିବେ।ସେହି ଦିନ ଅପରାହ୍ନ ୪.୧୫ରେ ପ୍ରଧାନମନ୍ତ୍ରୀ ଭୁବନେଶ୍ବରରେ ପହଞ୍ଚିବେ। ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭବ୍ୟ ସ୍ଵାଗତ  ଓ ସମ୍ବର୍ଦ୍ଧନା ଦିଆଯିବ। ପ୍ରଧାନମନ୍ତ୍ରୀ ମୋଦୀ ବିମାନବନ୍ଦର ନିକଟରେ ଏକ ସାଧାରଣ ସଭାରେ ଯୋଗଦେବେ। ସାଧାରଣ ଜନତାଙ୍କୁ ସମ୍ବୋଧିତ କରିବେ ଏହା ପରେ ବିମାନବନ୍ଦରରୁ ରାଜଭବନ ଯାଏଁ ରୋଡ଼ ସୋ’। ଏହା ପରେ ଦଳୀୟ କାର୍ଯ୍ୟାଳୟକୁ ଆସିବେ। ଏହି ଅମସରରେ ସେ ବିଧାୟକ, ସାଂସଦ ଏବଂ ଦଳୀୟ ପଦାଧିକାରୀଙ୍କ ସହ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିବେ। ୨ ଘଂଟା ଦଳୀୟ କାର୍ଯ୍ୟାଳୟରେ ରହିବା ସହ ସମସ୍ତଙ୍କ ସହ କଥା ‌ହେବେ। ପରେ ସେ ପୁଲିସ ମହାନିର୍ଦ୍ଦେଶକଙ୍କ ସମ୍ମିଳନୀରେ ଯୋଗ ଦେବେ। 

ଏହି ଖବର ପଢ଼ନ୍ତୁ: ଓଡ଼ିଶା ସର୍ବଦା ସନ୍ଥ ଓ ବିଦ୍ବାନମାନଙ୍କ ଭୂମି ହୋଇ ରହିଛି

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ଓ ଡିଜିପି ସମ୍ମଳନୀ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ସୁରକ୍ଷା ବ୍ୟବସ୍ଥା ଓ ଟ୍ରାଫିକ୍‌ କଟକଣା ପାଇଁ ରୂପରେଖ ପ୍ରସ୍ତୁତି କରିଛନ୍ତି। ମ‌ୋଦୀଙ୍କ ଗସ୍ତ ସମୟରେ ଯେଭଳି କୌଣସି ତ୍ରୁଟି ନହେବ, ସେଥିପାଇଁ ପୁଙ୍ଖାନୁପୁଙ୍ଖ ଭାବେ ତର୍ଜମା କରାଯାଉଛି। 

ଏହି ଖବର ପଢ଼ନ୍ତୁ: ରାଜଧାନୀରେ ମୋଦୀଙ୍କ ରୋଡ୍‌ ସୋ’

ଡିଜିପି ସମ୍ମିଳନୀରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଡିଜିପି ଯୋଗଦେବେ। ଏହା ସହିତ ବିଭିନ୍ନ ସୁରକ୍ଷା ଏଜେନ୍ସିର ମୁଖ୍ୟମାନେ ଏଥିରେ ଯୋଗ ଦେବେ। ଜାତୀୟସ୍ତରରେ ଥିବା ସୁରକ୍ଷା ଜନିତ ସମସ୍ୟା ସମ୍ପର୍କରେ ଏହି ସମ୍ମିଳନୀରେ ଆଲୋଚନା କରାଯିବ। ରାଜ୍ୟର ସୁରକ୍ଷା ନେଇ ମଧ୍ୟ ଆଲୋଚନା ହେବ। ପ୍ରଥମ ଦିନ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏହି ସମ୍ମିଳନୀକୁ ଉଦଘାଟନ କରିବେ। ସରକାରଙ୍କ ବିଭିନ୍ନ ଏଜେଣ୍ଡା ସମ୍ପର୍କରେ ସେଠାରେ ଆଲୋଚନା ହେବ। ଏଥିପାଇଁ ଅତିଥି ରହିବା ସ୍ଥାନ, ମିଟିଂ ସ୍ଥାନରେ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ଓଡ଼ିଶା ପୁଲିସ ପକ୍ଷରୁ ସମସ୍ତ ସୁରକ୍ଷା ସମ୍ପର୍କିତ ବ୍ୟବସ୍ଥା ଗ୍ରହଣ କରାଯାଇଛି।  

ଏହି ଖବର ପଢ଼ନ୍ତୁ: ୮୦କିମି ବେଗରେ ପବନ ସହ ପ୍ରବଳ ବର୍ଷା ପୂର୍ବାନୁମାନ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe