ନୂଆଦିଲ୍ଲୀ : ବିହାରରେ ଏନଡିଏର ପ୍ରଚଣ୍ଡ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ କଂଗ୍ରେସର ଏକମାତ୍ର ଉଦ୍ଦେଶ୍ୟ ହେଉଛି ନକାରାତ୍ମକ ରାଜନୀତି କରିବା । ଆଜି କଂଗ୍ରେସ ମୁସଲିମ ଲିଗ୍ ମାଓବାଦୀ କଂଗ୍ରେସ (ଏମଏମସି) ପାଲଟିଛି।
ସେ କହିଛନ୍ତି, "ମୁଁ ପୂର୍ବରୁ କଂଗ୍ରେସ ସହଯୋଗୀମାନଙ୍କୁ ଚେତାବନୀ ଦେଇସାରିଛି ଯେ କଂଗ୍ରେସ ଏକ ପରଜୀବୀ ଦଳ। ଏହା ଏହାର ସହଯୋଗୀଙ୍କ ଭୋଟକୁ ଚୋରାଇଥାଏ। ଆଜି ବିହାରରେ ଆରଜେଡି ଏହି ସମସ୍ୟାରେ ଅଛି।"
ଅଧିକପଢ଼ନ୍ତୁ: ନୀତୀଶ ହେବେ ତ ମୁଖ୍ୟମନ୍ତ୍ରୀ ?
କଂଗ୍ରେସକୁ କଟାକ୍ଷ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, "ଆଜି ନିର୍ବାଚିତ ବିଜେପି ବିଧାୟକଙ୍କ ସଂଖ୍ୟା ଗତ ଛଅଟି ବିଧାନସଭା ନିର୍ବାଚନରେ ଜିତିଥିବା ଆସନ ସଂଖ୍ୟାଠାରୁ ଅଧିକ। କଂଗ୍ରେସକୁ ସମାଲୋଚନା କରି ସେ କହିଛନ୍ତି ଯେ କଂଗ୍ରେସର ଏକମାତ୍ର ଉଦ୍ଦେଶ୍ୟ ନକାରାତ୍ମକ ରାଜନୀତିରେ ସାମିଲ ହେବା। କେତେବେଳେ ଚୌକିଦାର ଚୋର, କେତେବେଳେ ଭୋଟ ଚୋରି, ଇଭିଏମ ଉପରେ ପ୍ରଶ୍ନ ଉଠାଇବା ଏବଂ ଦେଶର ଶତ୍ରୁଙ୍କ ଏଜେଣ୍ଡାକୁ ପ୍ରୋତ୍ସାହିତ କରିବା... ଦେଶ ପାଇଁ କଂଗ୍ରେସର କୌଣସି ସକାରାତ୍ମକ ଦୃଷ୍ଟିକୋଣ ନାହିଁ। ଆଜି କଂଗ୍ରେସ ମୁସଲିମ ଲିଗ୍ ମାଓବାଦୀ କଂଗ୍ରେସ (MMC) ପାଲଟିଛି।"
ଛଠିମାତାଙ୍କ ଅପମାନ ପାଇଁ କ୍ଷମା ମାଗିନି କଂଗ୍ରେସ
ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ କଂଗ୍ରେସ ଓ ଆରଜେଡି ଛଠି ମାତାଙ୍କ ଅପମାନ ପାଇଁ ଏପର୍ଯ୍ୟନ୍ତ କ୍ଷମା ମାଗିନାହାନ୍ତି । ବିହାରବାସୀ ଏଥିପାଇଁ କେବେବି କ୍ଷମା କରିବେ ନାହିଁ । ବିହାର ଲୋକଙ୍କ ସମ୍ମାନ ଆମର ସର୍ବୋଚ୍ଚ ପ୍ରାଥମିକତା । ଦେଶର ବିକାଶରେ ବିହାରବାସୀଙ୍କ ବଡ଼ ଅବଦାନ ରହିଛି, କିନ୍ତୁ ଏହି ଲୋକମାନେ (କଂଗ୍ରେସ-ଆରଜେଡି) ସବୁବେଳେ ବିହାରର ଏକ ଭୁଲ ଚିତ୍ର ପ୍ରସ୍ତୁତ କରିଚାଲିଥିଲେ ।
ଆହୁରି ପଢନ୍ତୁ : Bihar Election 2025: ଜଙ୍ଗଲରାଜ ବିରୋଧରେ ଜନାଦେଶ:ମୋଦୀ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/11/14/modi-2-2025-11-14-20-58-37.jpg)