Tarique Rahman:ରହମାନଙ୍କ ସହ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ, ଦୁଇଦେଶର ଉତ୍ତମ ସମ୍ପର୍କ ବିଷୟରେ କଲେ ଆଲୋଚନା

Advertisment

ବାଂଲାଦେଶରେ ନିର୍ବାଚନ ଫଳାଫଳ ଆସିଛି। ତାରିକ ରହମାନଙ୍କ ନେତୃତ୍ୱାଧୀନ ବିଏନପିକୁ ବହୁମତ ମିଳିଛି। ୩ଶହ ଆସନ ବିଶିଷ୍ଟ ସଂସଦରେ ବିଏନପି ୧୫୧ ରୁ ଅଧିକ ଆସନ ଜିତିଛି। ନିର୍ବାଚନରେ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଏନପି ନେତା ତାରିକ ରହମାନଙ୍କ ସହ ଫୋନ୍ ଯୋଗେ କଥାବାର୍ତ୍ତା ହୋଇଛନ୍ତି।

ବାଂଲାଦେଶରେ ନିର୍ବାଚନ ଫଳାଫଳ ଆସିଛି। ତାରିକ ରହମାନଙ୍କ ନେତୃତ୍ୱାଧୀନ ବିଏନପିକୁ ବହୁମତ ମିଳିଛି। ୩ଶହ ଆସନ ବିଶିଷ୍ଟ ସଂସଦରେ ବିଏନପି ୧୫୧ ରୁ ଅଧିକ ଆସନ ଜିତିଛି। ନିର୍ବାଚନରେ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଏନପି ନେତା ତାରିକ ରହମାନଙ୍କ ସହ ଫୋନ୍ ଯୋଗେ କଥାବାର୍ତ୍ତା ହୋଇଛନ୍ତି।

download

ନୂଆଦିଲ୍ଲୀ: ବାଂଲାଦେଶରେ ନିର୍ବାଚନ ଫଳାଫଳ ଆସିଛି। ତାରିକ ରହମାନଙ୍କ ନେତୃତ୍ୱାଧୀନ ବିଏନପିକୁ ବହୁମତ ମିଳିଛି। ୩ଶହ ଆସନ ବିଶିଷ୍ଟ ସଂସଦରେ ବିଏନପି ୧୫୧ ରୁ ଅଧିକ ଆସନ ଜିତିଛି। ନିର୍ବାଚନରେ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଏନପି ନେତା ତାରିକ ରହମାନଙ୍କ ସହ ଫୋନ୍ ଯୋଗେ କଥାବାର୍ତ୍ତା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ନିର୍ବାଚନରେ ରହମାନଙ୍କୁ ତାଙ୍କ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି ଏବଂ ଉଭୟ ଦେଶର ଉତ୍ତମ ସମ୍ପର୍କ ବିଷୟରେ କଥା ହୋଇଛନ୍ତି। ଭାରତ ବାଂଲାଦେଶ ସହିତ ଉତ୍ତମ ସମ୍ପର୍କ ପାଇଁ ଆଶାବାଦୀ ରହିଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଭିନନ୍ଦନ ବାର୍ତ୍ତା ପରେ ତାରିକଙ୍କ ସହ ଫୋନ ଯୋଗେ କଥାବାର୍ତ୍ତା ଏ ଦିଗରେ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।

ଅଧିକପଢ଼ନ୍ତୁ:ଷ୍ଟକ୍‌ ବଜାର କାରବାର ମାନ୍ଦା; BSE-NSE ବ୍ୟବସାୟ ପ୍ରଭାବିତ

ରହମାନଙ୍କ ସହ କଥା ହୋଇ ଖୁସି ଲାଗିଲା: ମୋଦୀ

ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଲେଖିଛନ୍ତି, ତାରିକ ରହମାନଙ୍କ ସହ କଥା ହୋଇ ଖୁସି ଲାଗିଲା। ବାଂଲାଦେଶ ନିର୍ବାଚନରେ ତାଙ୍କର ବିପୁଳ ବିଜୟ ପାଇଁ ମୁଁ ତାଙ୍କୁ ଅଭିନନ୍ଦନ ଜଣାଉଛି। ବାଂଲାଦେଶର ଲୋକଙ୍କ ଆଶା ପୂରଣ କରିବା ପାଇଁ ତାଙ୍କ ପ୍ରୟାସରେ ମୁଁ ତାଙ୍କୁ ମୋର ଶୁଭେଚ୍ଛା ଓ ସମର୍ଥନ ଜଣାଇଛି। ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି, ଦୁଇଟି ନିକଟତର ପଡ଼ୋଶୀ ଭାବରେ, ମୁଁ ଉଭୟ ଦେଶର ଲୋକଙ୍କ ଶାନ୍ତି, ପ୍ରଗତି ଓ ସମୃଦ୍ଧି ପ୍ରତି ଭାରତର ନିରନ୍ତର ପ୍ରତିବଦ୍ଧତାକୁ ପକ୍କା କରୁଛି।"

ଅଧିକପଢ଼ନ୍ତୁ:ବିହାରରେ ସାମ୍ବାଦିକଙ୍କୁ ଗୁଳି: ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe