PM Modi In Lok Sabha: ସମ୍ବିଧାନର ଶ୍ବାସରୁଦ୍ଧ କରିଥିଲା କଂଗ୍ରେସ; ବନ୍ଦେ ମାତରମ୍‌ର ୧୫୦ବର୍ଷ ପୂର୍ତ୍ତି ଅବସରରେ ଏଭଳି କହିଲେ ପ୍ରଧାନମନ୍ତ୍ରୀ

Advertisment

ସମ୍ବିଧାନର ଶ୍ବାସରୁଦ୍ଧ କରିଥିଲା କଂଗ୍ରେସ। "ବନ୍ଦେ ମାତରମ୍"ର ୧୫୦ବର୍ଷ ପୂର୍ତ୍ତି ଅବସରରେ ଏଭଳି କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। "ବନ୍ଦେ ମାତରମ୍"ର ୧୫୦ତମ ବାର୍ଷିକୀ ଅବସରରେ ଆଜି ସଂସଦରେ ଏକ ବିଶେଷ ଆଲୋଚନା କରାଯାଇଥିଲା।

ସମ୍ବିଧାନର ଶ୍ବାସରୁଦ୍ଧ କରିଥିଲା କଂଗ୍ରେସ। "ବନ୍ଦେ ମାତରମ୍"ର ୧୫୦ବର୍ଷ ପୂର୍ତ୍ତି ଅବସରରେ ଏଭଳି କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। "ବନ୍ଦେ ମାତରମ୍"ର ୧୫୦ତମ ବାର୍ଷିକୀ ଅବସରରେ ଆଜି ସଂସଦରେ ଏକ ବିଶେଷ ଆଲୋଚନା କରାଯାଇଥିଲା।

PM Modi

PM Modi In LokSabha Photograph: (sambad.in)

ନୂଆଦିଲ୍ଲୀ: ସମ୍ବିଧାନର ଶ୍ବାସରୁଦ୍ଧ କରିଥିଲା କଂଗ୍ରେସ। "ବନ୍ଦେ ମାତରମ୍"ର ୧୫୦ବର୍ଷ ପୂର୍ତ୍ତି ଅବସରରେ ଏଭଳି କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। "ବନ୍ଦେ ମାତରମ୍"ର ୧୫୦ତମ ବାର୍ଷିକୀ ଅବସରରେ ଆଜି ସଂସଦରେ ଏକ ବିଶେଷ ଆଲୋଚନା କରାଯାଇଥିଲା। "ବନ୍ଦେ ମାତରମ୍" ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ, "ବନ୍ଦେ ମାତରମ୍"ର ୧୦୦ତମ ବାର୍ଷିକୀରେ ଦେଶର ଗଳା ଚିପାଯିବା ସହ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଥିଲା। ଏହି ସମୟରେ, ପ୍ରଧାନମନ୍ତ୍ରୀ "ବନ୍ଦେ ମାତରମ୍"ର ଲେଖକ ବଙ୍କିମ୍ ଚନ୍ଦ୍ର ଚାଟାର୍ଜୀଙ୍କୁ "ବଙ୍କିମ୍ ଦା" କହିବାରୁ ଟିଏମସି ସ‌ାଂସଦ ତାଙ୍କୁ "ବଙ୍କିମ୍ ବାବୁ" କୁହନ୍ତୁ ବୋଲି କହିଥିଲେ। 

ସମ୍ବିଧାନର ଶ୍ବାସରୁଦ୍ଧ କରିଥିଲା କଂଗ୍ରେସ

'ବନ୍ଦେ ମାତରମ୍'ର ୧୫୦ ବର୍ଷ ପୂରଣ ଅବସରରେ ସଂସଦରେ ଏକ ସ୍ୱତନ୍ତ୍ର ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ: "ବନ୍ଦେ ମାତରମ୍ ହେଉଛି ଦେଶର ସ୍ୱାଧୀନତା ଆନ୍ଦୋଳନକୁ ଶକ୍ତି ଏବଂ ପ୍ରେରଣା ଦେଇଥିବା ମନ୍ତ୍ର। ଏହା ଆମ ପାଇଁ ଗର୍ବର ବିଷୟ ଯେ, ବନ୍ଦେ ମାତରମ୍ ୧୫୦ ବର୍ଷ ପୂରଣ କରୁଛି ଏବଂ ଆମେ ସମସ୍ତେ ଏହି ଐତିହାସିକ ଅବସରର ସାକ୍ଷୀ ହେବାର ସୌଭାଗ୍ୟ ପାଇଛୁ। ଯେତେବେଳେ "ବନ୍ଦେ ମାତରମ୍" ଏହାର ୫୦ତମ ବାର୍ଷିକୀ ପାଳନ କରିଥିଲା, ସେତେବେଳେ ଦେଶ ଦାସତ୍ୱର ଶିକୁଳିରେ ବାନ୍ଧି ହୋଇଥିଲା। ଯେତେବେଳେ ଏହା ୧୦୦ତମ ବାର୍ଷିକୀ ପାଳନ କଲା, ସେତେବେଳେ ଦେଶ ଜରୁରୀକାଳୀନ ପରିସ୍ଥିତିର ଅନ୍ଧକାରରେ ଥିଲା। ସେ ସମୟରେ କ୍ଷମତାରେ ଥିବା ସରକାର ସମ୍ବିଧାନର ଗଳା ଚିପି ଦେଇଥିଲେ। ଆଜି, ଯେତେବେଳେ ଏହା ୧୫୦ତମ ବାର୍ଷିକୀ ପାଳନ କରୁଛି, ଭାରତ ବିଶ୍ୱର ପଞ୍ଚମ ବୃହତ ଅର୍ଥନୀତି ପାଲଟିଛି ଏବଂ ଦ୍ରୁତ ଗତିରେ ଆଗକୁ ବଢ଼ି ଚାଲିଛି। "ବନ୍ଦେ ମାତରମ୍" ସ୍ୱାଧୀନତା ସଂଗ୍ରାମକୁ ସାହସ ଏବଂ ଦୃଢ଼ତାର ପଥ ଦେଖାଇଥିଲା। ଆଜି ଏହି ସଦନରେ ଏହାକୁ ମନେ ପକାଇବା ଆମ ସମସ୍ତଙ୍କ ପାଇଁ ଏକ ବଡ଼ ସୌଭାଗ୍ୟ ଏବଂ ଗର୍ବର ବିଷୟ।"

"ବଙ୍କିମ୍ ଦା" ନୁହେଁ "ବଙ୍କିମ୍ ବାବୁ" କୁହନ୍ତୁ

ସଂସଦରେ "ବନ୍ଦେ ମାତରମ୍" ଉପରେ ଆଲୋଚନା ସମୟରେ, ପ୍ରଧାନମନ୍ତ୍ରୀ ମୋଦୀ ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କୁ "ବଙ୍କିମ ଦା" ବୋଲି ସମ୍ବୋଧନ କରୁଥିଲେ। ଏହା ଶୁଣିବା ପରେ ଟିଏମସି ସାଂସଦ ସୌଗତ ରାୟ ତାଙ୍କୁ ଅଟକାଇବା ସହ କହିଥିଲେ, ତାଙ୍କୁ "ବଙ୍କିମ ବାବୁ" ବୋଲି ସମ୍ବୋଧନ କରନ୍ତୁ। ନିଜକୁ ସଂଶୋଧନ କରି ପ୍ରଧାନମନ୍ତ୍ରୀ ମୋଦୀ ଟିଏମସି ସାଂସଦଙ୍କୁ ବିନମ୍ର ଭାବରେ ଧନ୍ୟବାଦ ଜଣାଇଥିଲେ ଏବଂ ତା'ପରେ ମଜା କରି କହିଥିଲେ, "ମୁଁ ଆପଣଙ୍କୁ 'ଦାଦା' ବୋଲି ଡାକିପାରିବି ତ? ମୁଁ ଆଶା କରୁଛି ଆପଣଙ୍କର ଏଥିରେ କିଛି ଆପତ୍ତି ନାହିଁ।"

ଆହୁରି ପଢ଼ନ୍ତୁ: The Incredible Life Story of Blind Satrughna: ସହଯୋଗ ପାଇଁ ଦେଲେ ପ୍ରତିଶ୍ରୁତି, ଦୃଷ୍ଟିବାଧିତ ପାମ୍ପଡ଼ ବାଲାକୁ କୁଣ୍ଢାଇ ପକାଇଲେ ଜିଲ୍ଲାପାଳ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe