ପାଟଣା: ପାଖେଇ ଆସିଲାଣି ବିହାର ବିଧାନସଭା ନିର୍ବାଚନ । ଭୋଟ୍ ପାଖେଇଲେ ନେତାଙ୍କ ଦଳଡିଆଁ ପର୍ବ ଆରମ୍ଭ ହୁଏ । ଗୋଟେ ଦଳ ଛାଡି ଅନ୍ୟ ଦଳକୁ ଡିଅନ୍ତି ନେତା । ଯଦି ଦଳରେ ଗୁରୁତ୍ବ ନମିଳେ କିମ୍ବା କୌଣସି ଦଳ ଯଦି ଟିକେଟ୍ ନଦିଏ ତେବେ ଅନେକ ନେତା ସେ ଦଳ ଛାଡି ଅନ୍ୟ ଦଳକୁ ପଳାନ୍ତି କିମ୍ବା ନିଜ ଦଳ ଛାଡି ଅନ୍ୟତ୍ର ଯାଇଥିବା ନେତାଙ୍କ ପୁନଶ୍ଚ ସ୍ବଦଳକୁ ଘରବାହୁଡା ହୁଏ... ନିର୍ବାଚନ ଆସିଲେ ଏଭଳି ଚିତ୍ର ସାରା ଭାରତରୁ ଆସେ... ହେଲେ ବିହାର ନିର୍ବାଚନ ପୂର୍ବରୁ ଏଭଳି ଦଳଡିଆଁ ନେତାଙ୍କୁ ତାଗିଦ୍ କରିଛନ୍ତି ମୋଦୀ ।
ନିଜ ସ୍ବାର୍ଥ ପାଇଁ ଗୋଟିଏ କ୍ୟାମ୍ପରୁ ଅନ୍ୟ କ୍ୟାମ୍ପକୁ ଯାଉଥିବା ନେତାଙ୍କ କାନରେ ମନ୍ତ୍ର ଫୁଙ୍କି ମୋଦୀ କହିଛନ୍ତି- ବାରମ୍ବାର ଦଳ ଡେଇଁବା ଫଳରେ ଉକ୍ତ ନେତାଙ୍କ ଗୁରୁତ୍ବ କମିଯାଏ । ଯେକୌଣସି ଦଳର ବଡ ପୁଞ୍ଜି ହେଉଛି ସେହି ଦଳର ନେତାଙ୍କ ଧୈର୍ଯ୍ୟ । ଏହି ଧୈର୍ଯ୍ୟ ବଳରେ ହିଁ ନେତାଙ୍କୁ ମାନ ସମ୍ମାନ ସବୁ ମିଳେ ।
ବିଜେପି ଆଜି ଯେଉଁ ସୋପାନରେ ପହଞ୍ଚିଛି ସେସସବୁ ଆମ ପୂର୍ବଜଙ୍କ ପରିଶ୍ରମର ଫଳ । ତେଣୁ ପୂର୍ବ ପୁରୁଷଙ୍କ ବଳିଦାନକୁ ଭୁଲନ୍ତୁ ନାହିଁ । ଦଳୀୟ କର୍ମୀମାନଙ୍କୁ ମୋଦୀ କହିଥିଲେ ଯେ ରାଜନୀତିରେ ସଫଳ ହେବା ପାଇଁ ଧୈର୍ଯ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ । କିଛି ଲୋକ ଟିକେଟ୍ ନ ପାଇଲେ ନିର୍ବାଚନ ସମୟରେ ଦଳ ପରିବର୍ତ୍ତନ କରନ୍ତି, ଏପରି ଲୋକଙ୍କର ଧୈର୍ଯ୍ୟ ନାହିଁ । ଏହି ସମୟରେ କର୍ମୀମାନଙ୍କୁ ନିଜର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ- ମୁଁ ଦେଢ଼ ଦଶନ୍ଧି ପର୍ଯ୍ୟନ୍ତ ପଛ ଧାଡ଼ିରେ ରହିଥିଲି, ଏହା ପରେ ହିଁ ଆଗକୁ ଆସିଲି...
ଅଧିକ ପଢନ୍ତୁ-
କଥା ଦେଇଥିଲି କଥା ରଖି ଆସିଛି... ବିହାରରୁ ଆତଙ୍କୀଙ୍କୁ ଖୋଜି ଖୋଜି ମାଟିରେ ମିଶାଇବାକୁ ଚେତାବଦୀ ଦେଇଥିଲେ ମୋଦୀ
ଟିକେଟ୍ ପ୍ରସଙ୍ଗରେ ମୋଦୀ ବିହାର ନେତାଙ୍କୁ ଟ୍ୟୁସନ କରିଛନ୍ତି । ୭୦ ମିନିଟ କାଳ ମନ୍ତ୍ର ଫୁଙ୍କି ମୋଦୀ କହିଛନ୍ତି- ରାଜନୀତିରେ ଜମିଦାରୀ ପ୍ରଥା ଚଳିବନି । ରାଜନୀତିରେ ପରିବାରବାଦର ସ୍ଥାନ ନାହିଁ । ବାପ ପରେ ପୁଅକୁ ଟିକେଟ୍ ମିଳିବ... ଏକଥା ଭୁଲି ଯାଆନ୍ତୁ । ଦୁଇ ଦିନିଆ ବିହାର ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ମୀଙ୍କୁ ଚଳିତ ବର୍ଷ ଶେଷରେ ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ବିଜୟର ଗୁରୁମନ୍ତ୍ର ଦେଇଛନ୍ତି । ସାଂସଦ, ବିଧାୟକ ଏବଂ କର୍ମୀମାନେ କିପରି ନିର୍ବାଚନ ଜିତିବେ ତାହାର ଗୁରୁମନ୍ତ୍ର ଦେଇଛନ୍ତି ମୋଦୀ । ନିର୍ବାଚନ ଜିତିବା ପାଇଁ କେଉଁ ରଣନୀତି ବ୍ୟବହାର କରାଯିବା ଉଚିତ ତାହା ମଧ୍ୟ ଶିଖାଇଛନ୍ତି ମୋଦୀ ।
ମୋଦୀ ବିଧାୟକ, ସାଂସଦ ଏବଂ କର୍ମୀମାନଙ୍କୁ କହିଛନ୍ତି ଯେ ସମସ୍ତ ବିକାଶ ଯୋଜନା ଶେଷ ବ୍ୟକ୍ତି ଯାଏଁ ପହଞ୍ଚିବା ପାଇଁ ବିଶେଷ ଧ୍ୟାନ ଦିଅନ୍ତୁ । ସୋସିଆଲ ମିଡିଆ ମାଧ୍ୟମରେ ସରକାରଙ୍କ ସଫଳତା ଏବଂ ନୀତିକୁ ଯୁବକମାନଙ୍କ ପାଖରେ ପହଞ୍ଚାନ୍ତୁ । ଲୋକଙ୍କ ସମସ୍ୟା ଶୁଣନ୍ତୁ ଏବଂ ସେଗୁଡ଼ିକର ସମାଧାନ କରନ୍ତୁ । ସଂଗଠନର ଶକ୍ତି ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଜେପି-ଏନଡିଏ ମେଣ୍ଟକୁ ଆହୁରି ମଜଭୁତ କରିବା ଉପରେ ଧ୍ୟାନ ଦିଅନ୍ତୁ । ସୋସିଆଲ୍ ମିଡିଆରେ ସକ୍ରିୟ ରୁହନ୍ତୁ । ବୁଥ୍ ବିଜୟ ପାଇଁ ୧୦୦ଟି ଭିଡିଓ ତିଆରି କରନ୍ତୁ । ୪ ମାସ ମଧ୍ୟରେ ନିର୍ବାଚନ ହେବାକୁ ଯାଉଛି, ତେଣୁ ବୁଥ୍ ମଜଭୁତ କରିବା ଉପରେ ଧ୍ୟାନ ଦିଅନ୍ତୁ । ସେଠାକାର ଲୋକଙ୍କୁ ଭେଟିବା ଆରମ୍ଭ କରନ୍ତୁ । ଅହଙ୍କାରୀ ହୁଅନ୍ତୁ ନାହିଁ ।
ଅଧିକ ପଢନ୍ତୁ-
ବିହାରରେ ମୋଦୀଙ୍କ ମେଗା ସୋ’: ନିର୍ବାଚନ ପୂର୍ବରୁ ଦେଲେ ବିରାଟ ଭେଟି, ଗତକାଲି ଥିଲା ରୋଡ୍ ସୋ'...
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/05/30/EG2OKTGefsHf0hA6v6dt.jpg)