Salute to Police ଦିୱାଲିରେ ଦିଲ୍ ଜିତିଲେ ପୋଲିସ ବାବୁ: ବାଣ ନୁହେଁ ହସ ଫୁଟାଇଲେ, ଦୀପ ଦୋକାନୀଙ୍କୁ ୫୦ ବଦଳରେ ୫୦୦ ଦେଲେ…

ଦୋକାନୀ ହାତକୁ ୫୦୦ ଟଙ୍କା ବଢାଇ ଦେଇ ପୋଲିସ ବାବୁ କହିଲେ ଯଦି ତମକୁ ଟଙ୍କା ନଦେଇ ମୁଁ ଦୀପ ନେବି ତେବେ ମୋର ପାପ ହେବ... ବାସ୍ ଦୀପାବଳିରେ ପୋଲିସ ବାବୁଙ୍କ ଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି

salute POLICE

salute POLICE Photograph: (SOCIAL MEDIA)

ଲକ୍ଷ୍ନୌ: ମନ କିଣିନେଲେ ପୋଲିସ ବାବୁ । ଦୀପାବଳିରେ ଦିଲ୍ ଜିତିଲେ ଏଏସପି । ଜଣେ ଦୀପ ଦୋକାନୀଙ୍କୁ ମୂଲ୍ୟ ଠାରୁ ଅଧିକ ଟଙ୍କା ଦେଇ ସେ ସମସ୍ତଙ୍କ ହୃଦୟ ଜିତିଯାଇଛନ୍ତି । ଏଭଳି ଏକ ଦୃଶ୍ୟ ଉତ୍ତରପ୍ରଦେଶ ବାଘପାତରୁ ଆସିଥିବା ବେଳେ ପୋଲିସ ବାବୁଙ୍କ ବଡ଼ପଣର ଏଭଳି ହୃଦୟଜିତା ଭିଡିଓ ଏବେ ସୋସିଆଲ ମିଡିଆରେ ପୂରା ଟ୍ରେଣ୍ଡ କରୁଛି ।

ତେବେ ଦୀପାବଳି ପାଇଁ ପୋଲିସ ବାବୁ ଜଣଙ୍କ ପାଟ୍ରୋଲିଂ କରିବା ବେଳେ  ଜଣେ ଦୋକାନୀଙ୍କ ଉପରେ ନଜର ପଡିଲା ଆଉ ସେ ତାଙ୍କ ଠାରୁ ମାଟି ଦୀପ କିଣିଲେ । ଦୀପ କିଣି ସାରିବା ପରେ ଏଏସପି ଜଣଙ୍କ କେତେ ହେଲା ବୋଲି ପଚାରିବାରୁ ଦୋକାନୀ ଟଙ୍କା ଦେବାକୁ ମନା କରୁଥିଲେ । ଆପଣଙ୍କ ଠାରୁ ଟଙ୍କା କଣ ନେବି ବୋଲି ଦୋକାନୀ କହୁଥିବା ବେଳେ ତାଙ୍କ ହାତକୁ ୫୦୦ ଟଙ୍କା ବଢାଇ ଦେଲେ ପୋଲିସ ବାବୁ । ଆଉ କହିଲେ ଯେତେ ହେଲା କାଟିନିଅ... ଯଦି ତମକୁ ଟଙ୍କା ନଦେଇ ମୁଁ ଦୀପ ନେବି ତେବେ ମୋର ପାପ ହେବ ବୋଲି ପୋଲିସ ବାବୁ କହିବା ପରେ ଦୋକାନୀ ଟଙ୍କା ରଖିଥିଲେ । 

ଆହୁରି ପଢନ୍ତୁ-

Pakistan Air Pollution: ବାଣ ଫୁଟିଲା ଭାରତରେ, ଧୂଆଁ ମାତିଲା ପାକିସ୍ତାନରେ… ସୀମା ଡେଇଁଲା ପ୍ରଦୂଷଣ, ଅଭିଯୋଗ ଆଣିଲା ପାକିସ୍ତାନ

ଘଟଣାକୁ ଅନ୍ୟ ଜଣେ ପୋଲିସ ରେକର୍ଡ କରୁଥିବା ବେଳେ ଏଏସପି ଏହାକୁ ଦେଖି କହୁଛନ୍ତି- ଆରେ ଭାଇ ଏସବୁ କାଇଁ ରେକର୍ଡ କରୁଛ । ତେଣୁ ପୋଲିସ ବାବୁଙ୍କ ଏହି ବ୍ୟବହାର ସମସ୍ତଙ୍କ ମନ ଜିଣିଥିବା ବେଳେ ଦୀପାବଳିରେ ଏଏସପି ବାଣ ନଫୁଟାଇ ଦୀପ ଦୋକାନୀଙ୍କ ମୁହଁରେ ହସ ଫୁଟାଇବାକୁ ଚେଷ୍ଟା କରିଛନ୍ତି ।

ସେପଟେ ଆଉ ଏକ ଭିଡିଓ ମଧ୍ଯ ପୋଲିସ ବାବୁଙ୍କ ବଡପଣକୁ ସାମ୍ନାକୁ ଆଣିଛି । ସେହି ଉତ୍ତର ପ୍ରଦେଶର ହାପୁର ଅଞ୍ଚଳରେ ଧନତେରସ ଦିନ ଜଣେ ବୁଢି ମାଉସୀର ଗୋଟିଏ ବି ମାଟି ଦୀପ ବିକ୍ରି ହୋଇନଥିଲା । ଏହା ଦେଖି ଇନ୍ସପେକ୍ଟର ବିଜୟ ଗୁପ୍ତା ସେସବୁ କିଣି ନେଇଥିଲେ । ଆଉ ତାଙ୍କୁ ଟଙ୍କା ଦେଇ କହିଥିଲେ ଯେ ଏହି ଟଙ୍କାରେ ବୁଢୀ ମାଆ ନିଶ୍ଚିତ ଭାବେ ଉତ୍ସବ ପାଳନ କରିପାରିବେ। ଏହା ପରେ ପୋଲିସ ବାବୁଙ୍କ ବୁଢୀ ମାଉସୀ ଆଶୀର୍ବାଦ କରିବା ସହ ପୋଲିସ ବାବୁଙ୍କୁ ସମସ୍ତେ ସଲାମ୍ କରିଛନ୍ତି । 

Police | uttarpradesh 

ଆହୁରି ପଢନ୍ତୁ-

Typhoon Pengsen moving towards China: ଚୀନ୍ ସମୁଦ୍ରରେ ବୁଡ଼ିଯିବ! ଟାଇଫୁନ୍ ଫେଙ୍ଗସେନ୍ ନେଇ ଆତଙ୍କ ସୃଷ୍ଟି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe