ମୁମ୍ବାଇ : ମୁମ୍ବାଇର ଏକ ଷ୍ଟୁଡିଓରେ ଶିଶୁମାନଙ୍କୁ ପଣବନ୍ଦୀ ମାମଲାରେ ଏକ ନାଟକୀୟ ମୋଡ଼ ଆସିଛି । ପୁଲିସ ଗୁଳିରେ ଅଭିଯୁକ୍ତ ରୋହିତ ଆର୍ଯ୍ୟା (Rohit Arya)ର ମୃତ୍ୟୁ ହୋଇଛି ।
ସୂଚନା ଅନୁସାରେ ପୁଲିସ ଦ୍ବାରା ଗିରଫ ହେବା ସମୟରେ ସେ ଅଚାନକ ପୁଲିସ ଉପରକୁ ଗୁଳିଚଳାଇଥିଲା । ଏହାର ଜବାବରେ ପୁଲିସ ବି ଗୁଳି ଚଳାଇଥିଲା । ପୁଲିସ ଗୁଳି ଦ୍ବାରା ସେ ଗୁରୁତର ଆହତ ହେବା ପରେ ତାକୁ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ।
ଆହୁରି ପଢନ୍ତୁ : Mumbai Children Hostage: ମୁକ୍ତ ହେଲେ ମୁମ୍ବାଇ ଷ୍ଟୁଡିଓରେ ପଣବନ୍ଦୀ ଥିବା ୨୦ ଶିଶୁ, ଅଭିଯୁକ୍ତ ଗିରଫ
ସୂଚନା ଅନୁସାରେ ରୋହିତ ଶିଶୁମାନଙ୍କୁ ପବଇସ୍ଥିତ RA ଷ୍ଟୁଡିଓର ପ୍ରଥମ ମହଲାରେ ବନ୍ଧକ ରହିଥିଲା । ଗତ ଚାରିରୁ ପାଞ୍ଚ ଦିନ ଧରି ଏହି ଷ୍ଟୁଡିଓରେ ଅଡିସନ୍ ଚାଲିଥିଲା। ଆଜି ୧୦୦ ଜଣ ପିଲା ଅଡିସନ୍ ପାଇଁ ଆସିଥିଲେ। ଅଭିଯୁକ୍ତ ରୋହିତ ୮୦ ଜଣ ପିଲାଙ୍କୁ ଘରକୁ ପଠାଇ ଦେଇଥିଲା, କିନ୍ତୁ ବାକି ପ୍ରାୟ ୧୫-୨୦ ଜଣ ପିଲାଙ୍କୁ ଷ୍ଟୁଡିଓ ଭିତରେ ଥିବା ଏକ କୋଠରୀରେ ବନ୍ଦ କରି ଦେଇଥିଲା। ସେ ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରି କେତେକ ଲୋକଙ୍କୁ ଭେଟିବାକୁ ଦାବି କରିଥିଲା । ଦାବି ପୂରଣ ନହେଲେ ସମଗ୍ର ଷ୍ଟୁଡିଓକୁ ଜଳାଇଦେବାକୁ ଧମକ ଦେଇଥିଲା । ପିଲାମାନଙ୍କୁ ବନ୍ଧକ ରଖିବା ଘଟଣା ଜଣାପଡିବା ମାତ୍ରେ ଷ୍ଟୁଡିଓ ବାହାରେ ହଙ୍ଗାମା ଆରମ୍ଭ ହୋଇଯାଇଥିଲା।
ଆହୁରି ପଢନ୍ତୁ : Rahul On Modi: ଲୋକସଭା ନିର୍ବାଚନରେ ​​ଭୋଟ ଚୋରି କରି ଏନଡିଏ ସରକାର ଗଠନ କରିଛି ବୋଲି କହିଲେ ରାହୁଲ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/10/30/rohit-2025-10-30-17-57-51.jpg)