Imran Khan Death Mystery: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ମୃତ୍ୟୁ ଖବରକୁ ନେଇ ରାଜନୀତି ସରଗରମ ହୋଇଛି । ଏହି ପ୍ରସଙ୍ଗକୁ ନେଇ ଆଜି ପାକିସ୍ତାନ ସଂସଦ (ନ୍ୟାସନାଲ ଆସେମ୍ବଲି)ରେ ପ୍ରବଳ ହଟ୍ଟଗୋଳ ହୋଇଛି । ବିଶେଷକରି ପିଟିଆଇ ସାଂସଦମାନେ ଏହି ମାମଲାରେ ସରକାରଙ୍କୁ ଘେରିଛନ୍ତି ।

Advertisment

ଆହୁରି ପଢନ୍ତୁ : Supreme Court: ଏସଆଇଆର ଉପରେ ସୁପ୍ରିମକୋର୍ଟଙ୍କ ମୋହର, ବିରୋଧୀଙ୍କୁ ଧକ୍କା

ପିଟିଆଇ ସାଂସଦ ଫୈସଲ ଜାଭେଦ କହିଛନ୍ତି, "ଇମ୍ରାନ ଖାନଙ୍କ ପରିବାରକୁ ତିନି ସପ୍ତାହ ଧରି ତାଙ୍କୁ ଭେଟିବାକୁ ଅନୁମତି ଦିଆଯାଇନାହିଁ। ଏପରିକି ଓକିଲମାନଙ୍କୁ ମଧ୍ୟ ପ୍ରବେଶ ଅନୁମତି ଦିଆଯାଇନାହିଁ।" ଜାଭେଦ ସରକାରଙ୍କଠାରୁ ସ୍ପଷ୍ଟ ଉତ୍ତର ଦାବି କରିଥିଲେ। ଗୃହମନ୍ତ୍ରୀ ତଲାଲ ଚୌଧୁରୀ ଯେଉଁ ପ୍ରତିକ୍ରିୟା ଦେଇଥିଲେ, ଯାହା ଫଳରେ ଗୃହରେ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ବିରୋଧୀ ସଦସ୍ୟମାନେ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ ଏବଂ କାର୍ଯ୍ୟ କିଛି ସମୟ ପାଇଁ ବନ୍ଦ ହୋଇଯାଇଥିଲା।

ଆହୁରି ପଢନ୍ତୁ : Congress: କଂଗ୍ରେସ ସମୀକ୍ଷା ବୈଠକରେ ଧସ୍ତାଧସ୍ତି, ଗୁଳି ମାରିବାକୁ ଧମକ

ତଲାଲ ଚୌଧୁରୀ କହିଛନ୍ତି ଯେ ଇମ୍ରାନ ଖାନ ହେଉଛନ୍ତି ସବୁଠାରୁ ଭିଆଇପି କଏଦୀ। ପିଟିଆଇ ମୁଖ୍ୟ ଜେଲରେ ବ୍ୟାପକ ସୁବିଧା ପାଉଛନ୍ତି, ଯେଉଁଥିରେ ଜଣେ ବ୍ୟକ୍ତିଗତ ରୋଷେୟା, ଜଣେ ଡାକ୍ତର ଏବଂ ବ୍ୟାୟାମ ମେସିନ୍ ମଧ୍ୟ ସାମିଲ ଅଛି। ପିଟିଆଇ ଏହାକୁ ଏକ ନାଟକ ବୋଲି କହିଛି ଏବଂ କହିଛି ଯେ ସରକାର ଇମ୍ରାନ ଖାନଙ୍କ ଅବସ୍ଥାକୁ ଲୁଚାଉଛନ୍ତି। ଦଳ ଚେତାବନୀ ଦେଇଛି ଯେ ଯଦି ପରିବାର ତାଙ୍କୁ ୨୪ ଘଣ୍ଟା ମଧ୍ୟରେ ନ ଭେଟିଲେ, ତେବେ ସାରା ଦେଶରେ ପ୍ରତିବାଦ ହେବ।