ସୈଫଙ୍କୁ ନେଇ ରାଜନୀତି ଆରମ୍ଭ: କଂଗ୍ରେସ-ଟିଏମସିକୁ କ୍ଷମା ମାଗିବାକୁ କହିଲା ବିଜେପି

ମୁମ୍ବାଇ ପୁଲିସର ସୂଚନାନୁସାରେ, ସୈଫଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତ ବାଂଲାଦେଶର ଏବଂ ଗତ ପାଞ୍ଚ ମାସ ଧରି ମୁମ୍ବାଇରେ ରହୁଥିଲେ। ବର୍ତ୍ତମାନ ଏହି ପ୍ରସଙ୍ଗରେ ରାଜନୀତି ଆରମ୍ଭ ହୋଇଛି...

Politics started over Saif: Congress-TMC asked BJP to apologise

Politics started over Saif: Congress-TMC asked BJP to apologise Photograph: (Sambad.in)

ମୁମ୍ବାଇ: ବଲିଉଡ ଅଭିନେତା ସୈଫ ଅଲି ଖାନଙ୍କୁ ଛୁରୀରେ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କୁ ଥାନେ ୱେଷ୍ଟରୁ ମୁମ୍ବାଇ ପୁଲିସ ଗିରଫ କରିଛି। ରାତ୍ରି ପ୍ରାୟ ୨-୩ରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଥିଲା। ଏଥିପାଇଁ ପୁଲିସ ୧୦୦ଅଧିକାରୀଙ୍କ ଏକ ଟିମ୍ ଗଠନ କରିଥିଲା। ପୁଲିସର ସୂଚନାନୁସାରେ, ଅଭିଯୁକ୍ତ ଶରିଫୁଲ ଇସଲାମ ଚୋରି ଉଦ୍ଦେଶ୍ୟରେ ଚଳଚ୍ଚିତ୍ର ଅଭିନେତା ସୈଫ ଅଲି ଖାନଙ୍କ ଘରେ ପ୍ରବେଶ କରିଥିଲେ।

ସେ ଭାବିଥିଲେ ଯେ ସେ ଚୋରି କରି ଚାଲିଯିବେ, କିନ୍ତୁ ତାହା ହୋଇପାରିଲା ନାହିଁ। କୁହାଯାଉଛି ଯେ, ଏହା ‌ସୈଫ ଅଲି ଖାନଙ୍କ ଘର ବୋଲି ଅଭିଯୁକ୍ତ ଜାଣି ନଥିଲେ। ବର୍ତ୍ତମାନ ଏହି ବିଷୟରେ ରାଜନୀତି ଆରମ୍ଭ ହୋଇଛି। ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରି କଂଗ୍ରେସ ଏବଂ ଟିଏମସି ଉପରେ ଅଭିଯୋଗ ଆଣିଛନ୍ତି।

ଅମିତ ମାଲବ୍ୟ  ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ଯେ, ସୈଫ ଅଲି ଖାନଙ୍କ ଉପରେ ଆକ୍ରମଣ କରିଥିବା ମହମ୍ମଦ ସରିଫୁଲ ଇସଲାମ ବାଂଲାଦେଶର ଜଣେ ବେଆଇନ ବାସିନ୍ଦା ଏବଂ ହିନ୍ଦୁ ପରିଚୟ ଗ୍ରହଣ କରିଛନ୍ତି। କଂଗ୍ରେସ, ଟିଏମସି ଏବଂ ଭାରତର ଅନ୍ୟ ରାଜନୈତିକ ଦଳମାନେ ଏଭଳି ପ୍ରବାସୀମାନଙ୍କୁ ନିଜ ଭୋଟ୍ ବ୍ୟାଙ୍କ ପାଇଁ ବ୍ୟବହାର କରୁଛନ୍ତି ଏବଂ ହିନ୍ଦୁମାନଙ୍କୁ ବଦନାମ କରିବା ପାଇଁ ଏହି ଘଟଣାରେ ସାମ୍ପ୍ରଦାୟିକ ରଙ୍ଗ ଦେବାକୁ ଚେଷ୍ଟା କରୁଛନ୍ତି। କଂଗ୍ରେସ, ଟିଏମସି ଏନେଇ କ୍ଷମା ମାଗିବା ଉଚିତ୍।

ଅଧିକ ପଢ଼ନ୍ତୁ: ପରଲୋକରେ ବରିଷ୍ଠ ମାନସିକ ରୋଗ ବିଶେଷଜ୍ଞ ପ୍ରଫେସର୍ ଡାକ୍ତର ଗୋପାଳ କର

କୁହାଯାଉଛି ଯେ ଶରିଫୁଲ ଇସଲାମ ଶାହାଜାଦ ମୂଳତଃ ବାଂଲାଦେଶର। ତାଙ୍କର କୌଣସି ପ୍ରକାରର ଆଇନଗତ କାଗଜପତ୍ର ମଧ୍ୟ ନାହିଁ। ଶରିଫୁଲ ଇସଲାମ ବିଜୟ ଦାସଙ୍କ ନାମରେ ଭାରତରେ ରହୁଥିଲେ। ସେ କେତେ ଦିନ ପୂର୍ବରୁ ଭାରତ ଆସିଥିଲେ ତାହା ଏପର୍ଯ୍ୟନ୍ତ ଜଣାପଡି ନାହିଁ, କିନ୍ତୁ ସେ ଗତ ୫ମାସ ଧରି ମୁମ୍ବାଇରେ ରହୁଥିଲେ।

ଅଧିକ ପଢ଼ନ୍ତୁ: ସୈଫ-କରୀନାଙ୍କ ହସ୍ପିଟାଲ ଫଟୋ ସେୟାର କଲେ ଟ୍ରୋଲ୍ ହେଲେ ଶତ୍ରୁଘ୍ନ ସିହ୍ନା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe