Advertisment

Oil: ପେଟ୍ରୋଲ ଦାମ୍‌ ୨୦ ଟଙ୍କା ବଢ଼ିବ! ଅଶୋଧିତ ତୈଳ ଦର ଛୁଇଁବ ୧୨୦ ଡଲାର

Advertisment

ଆମେରିକା ଓ ଇସ୍ରାଏଲର ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନି ପ୍ରାଣ ହରାଇଛନ୍ତି। ଯଦି ଏହି ଯୁଦ୍ଧ ଲମ୍ବା ସମୟ ଚାଲିବ ଓ ହର୍ମୁଜ ପ୍ରଣାଳୀରେ ତୈଳ ପରିବହନ ବନ୍ଦ ହୋଇଯିବ, ତେବେ ତେଲ ବଜାରକୁ ତାହା ଗୁରୁତର ପ୍ରଭାବିତ କରିବ।

Updated On

ଆମେରିକା ଓ ଇସ୍ରାଏଲର ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନି ପ୍ରାଣ ହରାଇଛନ୍ତି। ଯଦି ଏହି ଯୁଦ୍ଧ ଲମ୍ବା ସମୟ ଚାଲିବ ଓ ହର୍ମୁଜ ପ୍ରଣାଳୀରେ ତୈଳ ପରିବହନ ବନ୍ଦ ହୋଇଯିବ, ତେବେ ତେଲ ବଜାରକୁ ତାହା ଗୁରୁତର ପ୍ରଭାବିତ କରିବ।

ଅଦ୍ୟତନ ହୋଇଛି
oil

ନୂଆଦିଲ୍ଲୀ: ଆମେରିକା ଓ ଇସ୍ରାଏଲର ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନି ପ୍ରାଣ ହରାଇଛନ୍ତି। ଯଦି ଏହି ଯୁଦ୍ଧ ଲମ୍ବା ସମୟ ଚାଲିବ ଓ ହର୍ମୁଜ ପ୍ରଣାଳୀରେ ତୈଳ ପରିବହନ ବନ୍ଦ ହୋଇଯିବ, ତେବେ ତେଲ ବଜାରକୁ ତାହା ଗୁରୁତର ପ୍ରଭାବିତ କରିବ। ଏହି ଯୁଦ୍ଧ ଭାରତରେ ତୈଳ, ସୁନା ଓ ରୁପା ଦର ଓ ସେୟାର ବଜାର କାରବାରକୁ ପ୍ରଭାବିତ କରିବା ଆଶଙ୍କା କରାଯାଉଛି।ତୈଳ ପରିବହନର ଗୁରୁତ୍ବପୂର୍ଣ୍ଣ ପଥ ହର୍ମୁଜ ପ୍ରଣାଳୀ ବନ୍ଦ ହେଲେ ଅଳ୍ପ ଦିନରେ ଅଶୋଧିତ ତୈଳ ଦର ବହୁତ ବଢ଼ିଯିବ।

ଭାରତ ନିଜ ଆବଶ୍ୟକତାର ୮୫ ପ୍ରତିଶତ ତେଲ ଆମଦାନୀ କରୁଛି। ବିଦେଶରୁ ଆସୁଥିବା ୫୦ ପ୍ରତିଶତ ତେଲ ହର୍ମୁଜ ପ୍ରଣାଳୀ ଦେଇ ଆସିଥାଏ। ସେହି ବାଟରେ ପରିବହନ ପ୍ରଭାବିତ ହେଲେ ଭାରତ ପାଇଁ ତେଲ ଯଥେଷ୍ଟ ମହଙ୍ଗା ହୋଇଯିବ। ଅଶୋଧିତ ତେଲ ଦାମ୍‌ ବଢ଼ିଲେ ତାହା ପେଟ୍ରୋଲ ଓ ଡିଜେଲ୍‌ ଦରବୃଦ୍ଧିର କାରଣ ହେବ। ଏକ ଆକଳନରୁ ଜଣାପଡ଼ିଛି ଯେ ଯୁଦ୍ଧ ଜାରି ରହିଲେ ଦେଶରେ ପେଟ୍ରୋଲ ଓ ଡିଜେଲ୍‌ର ଲିଟର ପିଛା ମୂଲ୍ୟରେ ୨୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହେବ। ଦିଲ୍ଲୀ‌ରେ ପେଟ୍ରୋଲ୍‌ ଲିଟର ୯୫ ଟଙ୍କାରୁ ବଢ଼ି ୧୦୫ ଟଙ୍କା ହୋଇଯିବ। ସେହିପରି ଡିଜେଲ୍‌ ଲିଟର ୮୮ ଟଙ୍କାରୁ ବଢ଼ି ୯୬ ଟଙ୍କା ହୋଇଯିବ।

ଆହୁରି ପଢ଼ନ୍ତୁ: Israel Airspace Closed ଇସ୍ରାଏଲ ବାୟୁସୀମା ବନ୍ଦ; ଅଧାବାଟରୁ ଫେରିଲା ଦିଲ୍ଲୀ-ତେଲ ଅଭିଭ୍‌ ଏୟାର ଇଣ୍ଡିଆ ବିମାନ

ହର୍ମୁଜ ପ୍ରଣାଳୀକୁ ଇରାନ ଅବରୋଧ କଲେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ବ୍ୟାରେଲ ପିଛା ଦର ୧୦୦-୧୨୦ ଡଲାର ପର୍ଯ୍ୟନ୍ତ ବୃଦ୍ଧି ପାଇବ। ବର୍ତ୍ତମାନ ବ୍ରେଣ୍ଟ୍‌ କ୍ରୁଡ୍‌ର ବ୍ୟାରେଲ୍‌ ପିଛା ଦର ୭୦ ଡଲାର ରହିଛି। ଅତୀତରେ ମଧ୍ୟପ୍ରାଚ୍ୟରେ ହୋଇଥିବା ଚାରିଟି ଯୁଦ୍ଧ ସମୟରେ ଭାରତରେ ପେଟ୍ରୋଲ୍‌ ଓ ଡିଜେଲ୍‌ ଦାମ୍‌ ବଢ଼ିଥିଲା। ୧୯୭୩ର ଇସ୍ରାଏଲ-ଆରବ ଯୁଦ୍ଧ ସମୟରେ ଭାରତରେ ପେଟ୍ରୋଲ୍‌ ଦର ୧ ଟଙ୍କାରୁ ବଢ଼ି ୧ ଟଙ୍କା ୬୭ ପଇସା ହୋଇଯାଇଥିଲା। ୧୯୯୦ର ଇରାକ-କୁଏତ୍‌ ଯୁଦ୍ଧ ସମୟରେ ପେଟ୍ରୋଲ୍‌ ମୂଲ୍ୟ ୧୪ ଟଙ୍କା ୬୨ ପଇସାକୁ ବଢ଼ିଥିଲା। ୨୦୦୩ର ଇରାକ-ଆମେରିକା ଯୁଦ୍ଧ ସମୟରେ ପେଟ୍ରୋଲ୍‌ ଦାମ୍‌ ୨୯ ଟଙ୍କାରୁ ବଢ଼ି ୩୩ ଟଙ୍କା ହୋଇଯାଇଥିଲା। ୨୦୨୨ର ରୁଷ୍‌-ୟୁକ୍ରେନ ଯୁଦ୍ଧ ‌ବେଳେ ପେଟ୍ରୋଲ୍‌ ଦର ୯୬ ଟଙ୍କାରୁ ବଢ଼ି ୧୦୫ ଟଙ୍କା ହୋଇଥିଲା।

ଆହୁରି ପଢ଼ନ୍ତୁ: Neglect: ମିଳୁନି ପ୍ରୋତ୍ସାହନ ଓ ପାରିତୋଷିକ, ଆକ୍ରୋଶର ଶିକାର ହେଉଛନ୍ତି ଆଶାକର୍ମୀ

ଭାରତରେ ତୈଳ କମ୍ପାନିଗୁଡ଼ିକ ଦର ସମ୍ପର୍କିତ ନି‌ଷ୍ପତ୍ତି ନେବାକୁ ସ୍ବାଧୀନ। କିନ୍ତୁ ଗତ କିଛି ବର୍ଷ ଧରି ସରକାରଙ୍କ ଅଦୃ୍ଶ୍ୟ ନିର୍ଦ୍ଦେଶରେ ପେଟ୍ରୋଲ ଓ ଡିଜେଲ୍‌ ଦର‌ରେ କୌଣସି ପରିବର୍ତ୍ତନ କରାଯାଉନାହିଁ। ତେଲ କମ୍ପାନିଗୁଡ଼ିକ ସାଧାରଣତଃ ପୂର୍ବ ୧୫ ଦିନର ଅଶୋଧିତ ତୈଳ ଦର ଏବଂ ଡଲାର-ଟଙ୍କା ବିନିମୟ ମୂଲ୍ୟ ବିଚାରକୁ‌ ନେଇ ପେଟ୍ରୋଲ ଓ ଡିଜେଲ ଦର ନିର୍ଧାରଣ କରିଥାନ୍ତି। ଯୁଦ୍ଧ ଭଳି ପରିସ୍ଥିତିରେ ସରକାର ରାଜନୈତିକ ଓ ଅର୍ଥନୈତିକ ସ୍ଥିରତା ବଜାୟ ରଖିବା ପାଇଁ ମୂଲ୍ୟ ନ ବଢ଼ାଇବାକୁ କମ୍ପାନିଗୁଡ଼ିକୁ କହିପାରିବେ। ଅନ୍ୟଥା ଟିକସ ହ୍ରାସ ଜରିଆରେ ସାଧାରଣ ଗ୍ରାହକଙ୍କ ଉପରେ ପଡ଼ିବାକୁ ଥିବା ଅତିରିକ୍ତ ଚାପକୁ ସରକାର ଲାଘବ କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe