Power struggle between major countries: ପ୍ରମୁଖ ଦେଶ ମଧ୍ୟରେ ବଳ କଷାକଷି: ଇରାନରେ ବିଦ୍ରୋହ, ଦେଶବ୍ୟାପୀ ହିଂସା

Advertisment

ଆଜି ବିଶ୍ୱ ଏକ ବିସ୍ଫୋରକ ପରିସ୍ଥିତିର ସମ୍ମୁଖୀନ ହୋଇଛି। ରୁଷ୍-ୟୁକ୍ରେନ ଯୁଦ୍ଧ ତୀବ୍ରତର ହେଉଥିବା ବେଳେ ଶାନ୍ତି ପ୍ରକ୍ରିୟାକୁ ନେଇ ଅଚଳାବସ୍ଥା ଗମ୍ଭୀର ସ୍ଥିତି ସୃଷ୍ଟି କରିଛି। ଅନ୍ୟପକ୍ଷରେ ଆମେରିକା-ଇରାନ-ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟପ୍ରାଚ୍ୟକୁ ଜଟିଳ ସଙ୍କଟ ଭିତରକୁ ଟାଣିନେଉଛି।

ଆଜି ବିଶ୍ୱ ଏକ ବିସ୍ଫୋରକ ପରିସ୍ଥିତିର ସମ୍ମୁଖୀନ ହୋଇଛି। ରୁଷ୍-ୟୁକ୍ରେନ ଯୁଦ୍ଧ ତୀବ୍ରତର ହେଉଥିବା ବେଳେ ଶାନ୍ତି ପ୍ରକ୍ରିୟାକୁ ନେଇ ଅଚଳାବସ୍ଥା ଗମ୍ଭୀର ସ୍ଥିତି ସୃଷ୍ଟି କରିଛି। ଅନ୍ୟପକ୍ଷରେ ଆମେରିକା-ଇରାନ-ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟପ୍ରାଚ୍ୟକୁ ଜଟିଳ ସଙ୍କଟ ଭିତରକୁ ଟାଣିନେଉଛି।

hshshfffh

ଆଜି ବିଶ୍ୱ ଏକ ବିସ୍ଫୋରକ ପରିସ୍ଥିତିର ସମ୍ମୁଖୀନ ହୋଇଛି। ରୁଷ୍-ୟୁକ୍ରେନ ଯୁଦ୍ଧ ତୀବ୍ରତର ହେଉଥିବା ବେଳେ ଶାନ୍ତି ପ୍ରକ୍ରିୟାକୁ ନେଇ ଅଚଳାବସ୍ଥା ଗମ୍ଭୀର ସ୍ଥିତି ସୃଷ୍ଟି କରିଛି। ଅନ୍ୟପକ୍ଷରେ ଆମେରିକା-ଇରାନ-ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟପ୍ରାଚ୍ୟକୁ ଜଟିଳ ସଙ୍କଟ ଭିତରକୁ ଟାଣିନେଉଛି। ସିରିଆରେ ନୂଆ ସଂଘର୍ଷ ଆରମ୍ଭ ହୋଇଛି। ଆମେରିକା-ଚୀନ୍‌ ମଧ୍ୟରେ ତାଇୱାନ ଓ ଦକ୍ଷିଣ ଚୀନ୍‌ ସାଗରକୁ ନେଇ ଯୁଦ୍ଧର ଆଶଙ୍କା ବଢ଼ୁଛି। ଡେନମାର୍କର ଗ୍ରୀନଲାଣ୍ଡ୍‌କୁ ଅକ୍ତିଆର କରିବା ପାଇଁ ଆମେରିକାର ଆଗ୍ରହ ନୂଆ ବିବାଦକୁ ବଳ ଦେଲାଣି। ମେକ୍ସିକୋର ଡ୍ରଗ୍ ଯୁଦ୍ଧ ଓ କଲମ୍ବିଆର ଆଭ୍ୟନ୍ତରୀଣ ସଂଘର୍ଷ ସମଗ୍ର ବିଶ୍ୱକୁ ଅସ୍ଥିର କରି ଦେଇଛି। ଶାନ୍ତି ଆଶା କ୍ଷୀଣ ହେଉଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅନିଶ୍ଚିତ ରଣନୀତି ବିଶ୍ବବ୍ୟାପୀ ଦ୍ବନ୍ଦ୍ବ ଓ ଆଶଙ୍କା ବଢ଼ାଇ ଦେଇଛି।

ସରକାରୀ ପ୍ରସାରଣ ଭବନ ଜାଳିଦେଲେ ବିକ୍ଷୋଭକାରୀ
ଖେମିନିଙ୍କୁ ଧମକାଇଲା ଆମେରିକା
ମୃତ୍ୟୁସଂଖ୍ୟା ୪୫ ଟପିଲା, ୨୦୦୦ରୁ ଅଧିକ ଗିରଫ

ତେହରାନ:  ଇରାନରେ ଅର୍ଥନୈତିକ ସଙ୍କଟକୁ କେନ୍ଦ୍ରକରି ଆରମ୍ଭ ହୋଇଥିବା ବିକ୍ଷୋଭ ଏବେ ରାଜନୈତିକ ବିଦ୍ରୋହର ରୂପ ନେଇଛି। ଦେଶବ୍ୟାପୀ ଆନ୍ଦୋଳନକାରୀଙ୍କ ହିଂସାତ୍ମକ ବିକ୍ଷୋଭ ଅଣାୟତ୍ତ ସ୍ଥିତି ସୃଷ୍ଟି କରିଛି। ୨୦୨୫ ଡିସେମ୍ବର ୨୮ରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଏବେ ଦେଶର ୩୧ ପ୍ରଦେଶର ୧୦୦ରୁ ଅଧିକ ସହରକୁ ବ୍ୟାପିଛି। ବିକ୍ଷୋଭକାରୀମାନେ ଇସ୍‌ଫାହାନରେ ଇସ୍‌ଲାମିକ ରିପବ୍ଲିକ ଅଫ୍‌ ଇରାନ ବ୍ରଡକାଷ୍ଟିଙ୍ଗ୍‌ (ଆଇଆରଆଇବି) ଭବନକୁ ଜାଳି ଦେଇଛନ୍ତି। ୨୦ରୁ ଅଧିକ ପ୍ରମୁଖ ସହରରେ ବିପୁଳ ଜନସମାଗମ ରାସ୍ତା ଅଧିକାର କରିନେବାରୁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ଏହି ବିକ୍ଷୋଭର ମୂଳ କାରଣ ହେଉଛି ଇରାନୀ ମୁଦ୍ରା ରିଆଲ୍‌ର ମୂଲ୍ୟ ହ୍ରାସ,  ଦର ବୃଦ୍ଧି ଓ ବେକାରୀ। ଏହି ଆନ୍ଦୋଳନ ଏବେ ଶାସନ ବ୍ୟବସ୍ଥା ପରିବର୍ତ୍ତନ ଓ ଇସଲାମିକ ରିପବ୍ଲିକର ସମାପ୍ତି ଦାବିରେ ପରିଣତ ହୋଇଛି। ଆନ୍ଦୋଳକାରୀମାନେ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କ ବିରୋଧରେ ସ୍ଲୋଗାନ ଦେଉଛନ୍ତି ଏବଂ ଦେଶରେ କଠୋରପନ୍ଥୀଙ୍କ ଶାସନର ତୁରନ୍ତ ପରିସମାପ୍ତି ପାଇଁ ଦାବି କରିଛନ୍ତି। ସେମାନେ ନିର୍ବାସିତ କ୍ରାଉନ ପ୍ରିନ୍ସ ରାଜା ପାହଲଭିଙ୍କୁ ସମର୍ଥନ କରୁଛନ୍ତି।  ଗଣ ବିଦ୍ରୋହ ପାଇଁ ପାହଲଭିଙ୍କ ଆହ୍ୱାନ ପରେ ଦେଶବ୍ୟାପୀ ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି।  

 Pollution: ଡମଶାଳ ନାଳ କୂଳରେ ଧନ୍ବନ୍ତରୀ ଘାସ ରୋପଣ, ଦେଶରେ ପ୍ରଥମ!

ଅନ୍ୟପକ୍ଷରେ ବିଦ୍ରୋହ ଦମନ ପାଇଁ ସରକାରଙ୍କ ପକ୍ଷରୁ  କଠୋର ପଦକ୍ଷେପ ଗ୍ରହଣ କରାଯାଇଛି। ଦେଶବ୍ୟାପୀ ଇଣ୍ଟରନେଟ ବ୍ଲାକ୍‌ଆଉଟ ଲାଗୁ ହୋଇଛି ଏବଂ ଅନ୍ତର୍ଜାତୀୟ ଫୋନ କଲ୍ ବନ୍ଦ କରାଯାଇଛି। ସୁରକ୍ଷା ବାହିନୀ ଲୁହବୁହା ଗ୍ୟାସ୍‌ ପ୍ରୟୋଗ ଓ ଗୁଳିମାଡ଼ କରି ବିକ୍ଷୋଭକାରୀଙ୍କୁ ଘଉଡ଼ାଉଛନ୍ତି। ସରକାରୀ ଗଣମାଧ୍ୟମଗୁଡ଼ିକ ବିକ୍ଷୋଭକାରୀଙ୍କୁ ଆମେରିକା ଓ ଇସ୍ରାଏଲର ‘ଆତଙ୍କବାଦୀ ଏଜେଣ୍ଟ’ ବୋଲି ଦର୍ଶାଇ ଖବର ପ୍ରସାରଣ କରୁଛନ୍ତି। ଏହି ହିଂସାତ୍ମକ ବିକ୍ଷୋଭରେ ମୃତ୍ୟୁସଂଖ୍ୟା ୪୫ ଟପିଥିବା ବେଳେ ୨,୦୦୦ରୁ ଅଧିକ ଗିରଫ ହୋଇଛନ୍ତି।  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଚେତାବନୀ ଦେଇ କହିଛନ୍ତି ଯେ ଖେମିନିଙ୍କ ଶାସନରେ ବିକ୍ଷୋଭକାରୀଙ୍କୁ ହତ୍ୟା ଜାରି ରହିଲେ ଆମେରିକା ଆକ୍ରମଣ ଆରମ୍ଭ କରିବାକୁ ପଛାଇବାକୁ ନାହିଁ।

ଟ୍ରମ୍ପଙ୍କୁ ଇରାନର ସର୍ବୋଚ୍ଚ ନେତାଙ୍କ ଚେତାବନୀ ହସ୍ତକ୍ଷେପ ସହିବୁ ନାହିଁ

ନିଜ ଦେଶ ଉପରେ ଧ୍ୟାନ ଦିଅ

ତେହରାନ: ଇରାନରେ ଚାଲିଥିବା ହିଂସାତ୍ମକ ବିକ୍ଷୋଭ ଭିତରେ ଆଜି ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନି  ଜାତୀୟ ଭାଷଣରେ  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ କଡ଼ା ଚେତାବନୀ ଦେଇଛନ୍ତି।  ଖେମିନି କହିଛନ୍ତି, ‘ଟ୍ରମ୍ପ ନିଜ ଦେଶର ସମସ୍ୟା ଉପରେ ଧ୍ୟାନ ଦିଅନ୍ତୁ। ଆମ ଦେଶରେ ବ‌ିଦେଶୀ ଶକ୍ତିଙ୍କ ହସ୍ତକ୍ଷେପକୁ ଆମେ ସହ୍ୟ କରିବୁ ନାହିଁ।’ ସେ ବିକ୍ଷୋଭକାରୀଙ୍କୁ  ବିଦେଶୀ ଶକ୍ତିର ଭଡ଼ାଟିଆ ଏଜେଣ୍ଟ୍‌ ବୋଲି ଅଭିହିତ କରି ଚେତାବନୀ ଦେଇଛନ୍ତି। ଇସଲାମିକ୍ ଗଣତନ୍ତ୍ର ଏପରି ବ୍ୟକ୍ତିଙ୍କୁ କଠୋର ଦଣ୍ଡ ଦେବାକୁ ପଛାଇବ ନାହିଁ ବୋଲି ସେ କହିଛନ୍ତି। ଖେମିନି  ତାଙ୍କ ଭାଷଣରେ କହିଛନ୍ତି ଯେ,  କିଛି ଦଙ୍ଗାକାରୀ ହଟ୍ଟଗୋଳ କରି ଆମେରିକା ରାଷ୍ଟ୍ରପତିଙ୍କୁ ଖୁସି କରିବାକୁ ଚାହୁଛନ୍ତି। ଦେଶର ଯୁବକମାନେ ଏହା ବିରୋଧରେ ଏକଜୁଟ ହୋଇ ଲଢ଼ିବାକୁ ହେବ। ଏକତାବଦ୍ଧ ଜାତି ଯେକୌଣସି ଶତ୍ରୁକୁ ପରାସ୍ତ କରିପାରିବ ବୋଲି ଖେମିନି କହିଛନ୍ତି।

ଭେନେଜୁଏଲା ପରେ ଟାର୍ଗେଟ୍‌ରେ ମେକ୍ସିକୋ

ୱାସିଂଟନ: ଭେନେଜୁଏଲାରେ ସାମରିକ କାର୍ଯ୍ୟ, ଗ୍ରୀନଲାଣ୍ଡ ଓ କଲମ୍ବିଆକୁ ଧମକ ଦେବା ଏବଂ ପୂର୍ବ ପ୍ରଶାନ୍ତ ମହାସାଗର ଓ କାରିବିଆନ୍ ସାଗରରେ ସାମୁଦ୍ରିକ ଆକ୍ରମଣ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବର୍ତ୍ତମାନ ଡ୍ରଗ୍ କାର୍ଟେଲକୁ ଟାର୍ଗେଟ୍ କରିବା ପାଇଁ ମେକ୍ସିକୋ ଆଡକୁ ଧ୍ୟାନ ଦେଉଥିବା ପରି ମନେହୁଏ। କାର୍ଟେଲଗୁଡିକ ମେକ୍ସିକୋ ଚଳାଉଛନ୍ତି ଏବଂ ଆମେ ତାହା ଉପରେ ଧ୍ୟାନ ଦେବାକୁ ଯାଉଛୁ ବୋଲି ଗୁରୁବାର ରାତିରେ ଫକ୍ସ ନ୍ୟୁଜ୍‌କୁ ଦେଇଥିବା ଏକ ସାକ୍ଷାତ୍‌କାରରେ ଟ୍ରମ୍ପ କହିଛନ୍ତି। ମେକ୍ସିକୋ ଭିତରେ ଥିବା କାର୍ଟେଲ ବିରୋଧରେ କୌଣସି ପ୍ରତ୍ୟକ୍ଷ କାର୍ଯ୍ୟାନୁଷ୍ଠାନ ଏହି ଅଞ୍ଚଳରେ ଆମେରିକାର ସାମରିକ ସମ୍ପୃକ୍ତିର ବୃଦ୍ଧିକୁ ପ୍ରତିନିଧିତ୍ୱ କରିବ।   ଟ୍ରମ୍ପ କହିଛନ୍ତି ଯେ, ସେ ମେକ୍ସିକୋରେ ଡ୍ରଗ୍ କାର୍ଟେଲ ବିରୋଧରେ ଆମେରିକାର ସୈନ୍ୟମାନଙ୍କୁ କାର୍ଯ୍ୟ କରିବାକୁ ଅନୁମତି ଦେବାକୁ ରାଷ୍ଟ୍ରପତି କ୍ଲାଉଡିଆ ଶେନବାମଙ୍କ ଉପରେ ଚାପ ପକାଉଛନ୍ତି। କିନ୍ତୁ ସେ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଶେନବାମ  ଚେତାବନୀ ଦେଇଛନ୍ତି ଯେ, ଆମେରିକା ଏକମାତ୍ର ଶକ୍ତି ନୁହେଁ। ଗତ ସପ୍ତାହ ଶେଷରେ ଭେନେଜୁଏଲାର ନିକୋଲାସ୍ ମାଦୁରୋଙ୍କୁ ଧରାଯିବା ପରେ ଟ୍ରମ୍ପଙ୍କ ମନ୍ତବ୍ୟ ଆସିଛି। 

MGNAREGA: ୨ବର୍ଷ ହେବ ୨୩୧୩୮ ପ୍ରକଳ୍ପର ସରୁନି ନିର୍ମାଣ

ସେପ୍ଟେମ୍ବର ମାସରୁ ଆମେରିକା ସନ୍ଦିଗ୍ଧ ଡ୍ରଗ୍ କାରବାର ଜାହାଜ ଉପରେ ଆକ୍ରମଣ କରିବାରୁ ୧୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। କାରାକାସର ବାମପନ୍ଥୀ ମଧ୍ୟବର୍ତ୍ତିକାଳୀନ ସରକାର ଆମେରିକା ଆକ୍ରମଣକୁ ଆଞ୍ଚଳିକ ସ୍ଥିରତା ପାଇଁ ବିପଦ ବୋଲି କହି ନିନ୍ଦା କରିଛନ୍ତି। ଡେନମାର୍କ ରାଷ୍ଟ୍ରପତି ତୀବ୍ର ପ୍ରତିକ୍ରିୟା ଦେବା ପରେ ଟ୍ରମ୍ପ ଗ୍ରୀନଲାଣ୍ଡକୁ କିଣିବାକୁ ଯୋଜନା କରୁଛନ୍ତି ବୋଲି କହିଛନ୍ତି। ଡେନମାର୍କ ଚେତାବନୀ ଦେଇଛି ଯେ, ଯଦି ଗ୍ରୀନଲାଣ୍ଡ ଆକ୍ରମଣର ଶିକାର ହୁଏ ତେବେ ସବୁ ଶକ୍ତି ଖଟାଇ ଏହାର ପ୍ରତିରୋଧ କରାଯିବ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନେତୃତ୍ୱରେ ଆମେରିକା ଉପରେ ୟୁରୋପୀୟ ଅସନ୍ତୋଷ ବୃଦ୍ଧି ପାଉଛି। ଇତିମଧ୍ୟରେ କାନାଡ଼ା, ଫ୍ରାନ୍ସ ସମେତ ଅନ୍ୟ ୟୁରୋପୀୟ ରାଷ୍ଟ୍ରମାନେ ଡେନମାର୍କ ସପକ୍ଷରେ ଦୃଢ଼ ମତ ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe