Prashant's last rites completed Photograph: (sambad.in)
ବାଲେଶ୍ୱର: ପହଲଗାମ୍ରେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଓଡ଼ିଆ ଯୁବକ ପ୍ରଶାନ୍ତ ଶତପଥୀଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଶେଷ ଦର୍ଶନ କରିଛନ୍ତି ।
ଗୁରୁବାର ସକାଳେ ମୁଖ୍ୟମନ୍ତ୍ରୀ ବାଲେଶ୍ୱର ଇସାଣୀ ଗାଁରେ ପହଞ୍ଚି ଶେଷ ଦର୍ଶନ କରିବା ସହ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଏହାସହିତ ମୃତକଙ୍କ ପରିବାକୁ ସହାୟତା ରାଶି ମଧ୍ୟ ଘୋଷଣା କରିଛନ୍ତି।
ପ୍ରଶାନ୍ତଙ୍କ ୯ ବର୍ଷର ଛୋଟ ପୁଅ ବାପାକୁ ଅନ୍ତିମ ବିଦାୟ ଦେଇଛନ୍ତି। କିଛି ଜାଣ ନଥିଲେ ବି ବିଧି ବିଧାନ ଅନୁସାରେ ବାପାଙ୍କର ଅନ୍ତିମ କ୍ରିୟା କରିଛି।
ପ୍ରଶାନ୍ତଙ୍କ କୋକେଇ ଆଗେ ଆଗେ ଖଇ କଉଡ଼ି ବିଞ୍ଚି ବିଞ୍ଚି ସେ ବାପାଙ୍କୁ ଶ୍ମଶାନକୁ ନେଇ ଯାଇଥିଲେ।
ଗାଁ ଶ୍ମଶାନରେ ପ୍ରଶାନ୍ତଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି।
ଅଧିକ ପଢ଼ନ୍ତୁ: ଦିବ୍ୟାଙ୍ଗଙ୍କ ଗୁହାଳ ପୋଛି ନେଲେ ଚୋର: ୨୫ ବଡ଼ ଛେଳି ନେଲେ ଛୁଆଙ୍କୁ ଛାଡି ଦେଲେ
CM Mohan Charan Majhi
Follow Us