ପ୍ରଶାନ୍ତଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ

ପହଲଗାମ୍‌ରେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଓଡ଼ିଆ ଯୁବକ ପ୍ରଶାନ୍ତ ଶତପଥୀଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଶେଷ ଦର୍ଶନ କରିଛନ୍ତି....

Prashant's last rites completed

Prashant's last rites completed Photograph: (sambad.in)

ବାଲେଶ୍ୱର: ପହଲଗାମ୍‌ରେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଓଡ଼ିଆ ଯୁବକ ପ୍ରଶାନ୍ତ ଶତପଥୀଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଶେଷ ଦର୍ଶନ କରିଛନ୍ତି  ।

ଗୁରୁବାର ସକାଳେ ମୁଖ୍ୟମନ୍ତ୍ରୀ ବାଲେଶ୍ୱର ଇସାଣୀ ଗାଁରେ ପହଞ୍ଚି ଶେଷ ଦର୍ଶନ କରିବା ସହ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଏହାସହିତ ମୃତକଙ୍କ ପରିବାକୁ ସହାୟତା ରାଶି ମଧ୍ୟ ଘୋଷଣା କରିଛନ୍ତି। 

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବକ, ମୃତ ପ୍ରଶାନ୍ତଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦ ଲକ୍ଷ ଟଙ୍କାର ସହାୟତା ରାଶି ମିଳିବ। ଏହାସହିତ ପ୍ରଶାନ୍ତଙ୍କ ସ୍ତ୍ରୀଙ୍କୁ ଚାକିରି ମିଳିବା ସହ ପୁଅ ପାଠପଢ଼ାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ପ୍ରଶାନ୍ତଙ୍କ ଶେଷ ଯାତ୍ରାରେ ମୁଖ୍ୟମନ୍ତ୍ରୀ ସାମିଲ ହୋଇଥିଲେ  । 

ଅଧିକ ପଢ଼ନ୍ତୁ: ହିଡମାକୁ ଧରିବା ଲାଗି ଅପରେସନ ଜାରି

ପ୍ରଶାନ୍ତଙ୍କ ୯ ବର୍ଷର ଛୋଟ ପୁଅ ବାପାକୁ  ଅନ୍ତିମ ବିଦାୟ ଦେଇଛନ୍ତି। କିଛି ଜାଣ ନଥିଲେ ବି  ବିଧି ବିଧାନ ଅନୁସାରେ ବାପାଙ୍କର ଅନ୍ତିମ କ୍ରିୟା କରିଛି।

last rites of Prashant
last rites of Prashant Photograph: (sambad.in)

ପ୍ରଶାନ୍ତଙ୍କ କୋକେଇ ଆଗେ ଆଗେ ଖଇ କଉଡ଼ି ବିଞ୍ଚି ବିଞ୍ଚି ସେ ବାପାଙ୍କୁ ଶ୍ମଶାନକୁ ନେଇ ଯାଇଥିଲେ।

ଗାଁ ଶ୍ମଶାନରେ ପ୍ରଶାନ୍ତଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି।

ଅଧିକ ପଢ଼ନ୍ତୁ: ଦିବ୍ୟାଙ୍ଗଙ୍କ ଗୁହାଳ ପୋଛି ନେଲେ ଚୋର: ୨୫ ବଡ଼ ଛେଳି ନେଲେ ଛୁଆଙ୍କୁ ଛାଡି ଦେଲେ

CM Mohan Charan Majhi 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe