ମୌନ ରହି ପିଲାଙ୍କୁ ହ୍ବାଟସଆପ ଜରିଆରେ ପାଠପଢ଼ାନ୍ତି ବାବା

ବୁନ୍ଦେଲଖଣ୍ଡର ମହୋବାରେ ରହୁଥିବା ପୟାହାରି ବାବା ୪୧ବର୍ଷ ଧରି ମୌନ ରହିବା ସହିତ ଗତ ୪୦ବର୍ଷ ହେବ ସେ ଖାଦ୍ୟ ଗ୍ରହଣ କରି ନାହାନ୍ତି।  ‌‌‌କେବଳ କ୍ଷୀର ଓ ଚା’ ପିଇ ବଞ୍ଚି ରହିଛନ୍ତି।

00


ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭ ମେଳା ଜାନୁଆରି ୧୩ରୁ ଆରମ୍ଭ ହୋଇ ଫେବ୍ରୁଆରି ୨୬ ପର୍ଯ୍ୟନ୍ତ ଚାଲିବ । ଏହି ମହାକୁମ୍ଭ ମେଳାରେ ସାମିଲ ହେବାପାଇଁ ଦେଶର କୋଣ-ଅନୁକୋଣରୁ ଅନେକ ନାଗା ସାଧୁଙ୍କ ଆଗମନ ହେବାରେ ଲାଗିଛି। ଏମାନଙ୍କ ପାଇଁ ଯୋଗଧାମ ନିର୍ମାଣ ହୋଇଛି।

ଅଧିକପଢ଼ନ୍ତୁବିବାହ ବାର୍ଷିକରେ ଜୀବନ ହାରିଲେ ଦମ୍ପତି

ଏହି କ୍ରମରେ ମହୋବାରେ ବସବାସ କରୁଥିବା ଜଣେ ମୌନି ବାବାଙ୍କୁ ନେଇ ଚର୍ଚ୍ଚା  ଜୋର ଧରିଛି। ଏହି ବାବାଙ୍କ ବାସ୍ତବ ନାମ ଦିନେଶ ସ୍ବରୂପ ବ୍ରହ୍ମଚାରୀ। ସେ ପୟାହାରି ମୌନି ବାବା ନାମରେ ପରିଚିତ। ଯାହାଙ୍କ ତମ୍ବୁ ତଳେ  ସାଧୁଙ୍କ ଅପେକ୍ଷା ଛାତ୍ରଙ୍କ ସଂଖ୍ୟା ଅଧିକ ରହିଥିବା ଦେଖିବାକୁ ମିଳିଛି।  ଏହି ଛାତ୍ରମାନଙ୍କୁ ବାବା ହ୍ବାଟସଆପ ଜରିଆରେ ପାଠପଢ଼ାଇ ଥାଆନ୍ତି।

ଅଧିକପଢ଼ନ୍ତୁ:  ଝିଅକୁ ସ୍କୁଲରେ ଛାଡ଼ିକି ଆସିଲା ବେଳେ ସହଦେବଙ୍କୁ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ

ବୁନ୍ଦେଲଖଣ୍ଡର ମହୋବାରେ ରହୁଥିବା ପୟାହାରି ବାବା ୪୧ବର୍ଷ ଧରି ମୌନ ରହିବା ସହିତ ଗତ ୪୦ବର୍ଷ ହେବ ସେ ଖାଦ୍ୟ ଗ୍ରହଣ କରି ନାହାନ୍ତି।  ‌‌‌କେବଳ କ୍ଷୀର ଓ ଚା’ ପିଇ ବଞ୍ଚି ରହିଛନ୍ତି।  ପିଲାଙ୍କୁ ଶିକ୍ଷା ଦେବା ହେଉଛି ବାବାଙ୍କ ଏକମାତ୍ର ଲକ୍ଷ୍ୟ। ଉକ୍ତ ବାବାଙ୍କ ପାଖକୁ ଆସୁଥିବା ଭକ୍ତଙ୍କୁ ‌ସେ ପ୍ରସାଦ ଭାବେ ଚା’ ପିଇବାକୁ ଦେଇଥାଆନ୍ତି। ମୌନି ବାବା ଦ୍ରୁତଗତିରେ ଗାଡ଼ିବି ଚଲାଇ ଥାଆନ୍ତି। ଏହି କାରଣରୁ ସେ ୪୫ ମିନିଟ ଭିତରେ ମୌନି ବାବା ପ୍ରତାପଗଢ଼ରୁ ପ୍ରୟାଗରାଜ କୁମ୍ଭମେଳାରେ ପହଞ୍ଚିଥିଲେ।’

ମୌନି ବାବାଙ୍କ ବିଶ୍ବାସ କଥା ନକହିଲେ ଶକ୍ତି ସଞ୍ଚାର ହୋଇଥାଏ। ଯାହାକୁ ବିଶ୍ବ କଲ୍ୟାଣର କାମରେ ଆସିଥାଏ। ବାବା ଗୋଟିଏ ଗ୍ରନ୍ଥ ଲେଖିଛନ୍ତି। ଯାହାର ଶୀର୍ଷକ ରହିଛି, ‘ଧର୍ମ କର୍ମ ମର୍ମ ସାଗର’। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe