ପୁଟିନଙ୍କୁ ବଡ଼ ଝଟକା ଦେବାକୁ ପ୍ରସ୍ତୁତି: ଜେଲେନସ୍କିଙ୍କ ସହ ମିଶି ମସ୍କୋ ଉପରେ ଆକ୍ରମଣ ଯୋଜନା କଲେ ଟ୍ରମ୍ପ!

ଏକ ଆଶ୍ଚର୍ଯ୍ୟଜନକ ଖୁଲାସାରେ, ଟ୍ରମ୍ପ୍ ଜେଲେନସ୍କିଙ୍କୁ ପଚାରିଛନ୍ତି , ଯଦି ଆମେରିକା ତାଙ୍କୁ ଦୂରଗାମୀ ଅସ୍ତ୍ର ଦେଉଛି, ତେବେ ୟୁକ୍ରେନ ମସ୍କୋ ଏବଂ ସେଣ୍ଟ ପିଟର୍ସବର୍ଗ ଉପରେ ଆକ୍ରମଣ କରିପାରିବ କି? ରିପୋର୍ଟ ଅନୁସାରେ, ଟ୍ରମ୍ପ୍ ଏବେ ରୁଷିଆ ଉପରେ ଚାପ ବୃଦ୍ଧି କରିବାକୁ ଚାହୁଁଛନ୍ତି...

Preparing to deal a big blow to Putin: Trump plans attack on Moscow with Zelensky!

Preparing to deal a big blow to Putin: Trump plans attack on Moscow with Zelensky! Photograph: (sambad.in)

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବ୍ୟକ୍ତିଗତ ଭାବରେ ୟୁକ୍ରେନକୁ ରୁଷିଆ ଭିତରେ ଆକ୍ରମଣ କରିବାକୁ ଉତ୍ସାହିତ କରିଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ସେ ଏପରି ମଧ୍ୟ ପଚାରିଥିଲେ ଯେ, ଯଦି ଆମେରିକା ଦୂରଗାମୀ ଅସ୍ତ୍ରଶସ୍ତ୍ର ଯୋଗାଇ ଦିଏ ତେବେ ୟୁକ୍ରେନ ମସ୍କୋ ଏବଂ ସେଣ୍ଟ ପିଟର୍ସବର୍ଗକୁ ଟାର୍ଗେଟ କରିପାରିବ କି? ଟ୍ରମ୍ପ୍ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ମଧ୍ୟରେ ସମ୍ପ୍ରତି ହୋଇଥିବା ଆଲୋଚନା ଉପରେ ଆଧାରିତ ଫାଇନାନ୍ସିଆଲ୍ ଟାଇମ୍ସ ଏବଂ ୱାଶିଂଟନ୍ ପୋଷ୍ଟର ଏକ ରିପୋର୍ଟରେ ଏହା ପ୍ରକାଶ ପାଇଛି।

ରିପୋର୍ଟ ଅନୁଯାୟୀ, ଜୁଲାଇ ୪ ତାରିଖରେ ଜେଲେନସ୍କିଙ୍କ ସହ ଏକ ଫୋନ୍ କଥାବାର୍ତ୍ତା ସମୟରେ ଟ୍ରମ୍ପ୍ ପଚାରିଥିଲେ ଯେ, ଯଦି ଆମେରିକା ଦୂରଗାମୀ ଅସ୍ତ୍ରଶସ୍ତ୍ର ଯୋଗାଇ ଦିଏ, ତେବେ ୟୁକ୍ରେନ ସେନା ରୁଷିଆର ସାମରିକ ଘାଟି ଉପରେ ଆକ୍ରମଣ କରିପାରିବ କି? ସେ ସିଧାସଳଖ ଜେଲେନସ୍କିଙ୍କୁ ପଚାରିଥିଲେ, ଆପଣ ମସ୍କୋ ଏବଂ ସେଣ୍ଟ ପିଟର୍ସବର୍ଗକୁ ଟାର୍ଗେଟ କରିପାରିବେ କି? ଫାଇନାନ୍ସିଆଲ୍ ଟାଇମ୍ସ ଅନୁଯାୟୀ, ଟ୍ରମ୍ପ୍ ଏହି କଥାବାର୍ତ୍ତାରେ କହିଥିଲେ, ସେ ରୁଷିଆକୁ ଯନ୍ତ୍ରଣା ଦେବାକୁ ଚାହାନ୍ତି ଯାହା ଦ୍ୱାରା ଭ୍ଲାଡିମିର ପୁଟିନ୍‌ଙ୍କୁ ଶାନ୍ତି ଚୁକ୍ତିରେ ପ୍ରବେଶ କରିବାକୁ ବାଧ୍ୟ କରାଯାଇପାରିବ।

କୁହାଯାଉଛି, ଟ୍ରମ୍ପ୍ ଏବେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଉପରେ ନିରାଶ ହୋଇଛନ୍ତି ଏବଂ ପୂର୍ବ ଅପେକ୍ଷା ଅଧିକ ଆକ୍ରମଣାତ୍ମକ ମନୋଭାବ ଗ୍ରହଣ କରୁଛନ୍ତି। ପ୍ରାରମ୍ଭରେ ସେ ଆମେରିକା-ରୁଷିଆ ସମ୍ପର୍କକୁ ସହଜ କରିବାକୁ ଏବଂ ୟୁକ୍ରେନଠାରୁ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରିଥିଲେ, ଏବେ ସେ ରୁଷିଆକୁ କଠୋର ଆର୍ଥିକ ଦଣ୍ଡ ଏବଂ ନାଟୋ ମାଧ୍ୟମରେ ଅସ୍ତ୍ରଶସ୍ତ୍ର ଯୋଗାଣ ବିଷୟରେ କହୁଛନ୍ତି।

ଓଭାଲ ଅଫିସରେ ନାଟୋ ସେକ୍ରେଟାରୀ ଜେନେରାଲ ମାର୍କ ରୁଟେଙ୍କ ସହ ଏକ ବୈଠକରେ ଟ୍ରମ୍ପ୍ ରୁଷିଆକୁ ଚେତାବନୀ ଦେଇ କହିଥିଲେ ଯେ, ଯଦି ଯୁଦ୍ଧ ବନ୍ଦ ନହୁଏ, ତେବେ ମସ୍କୋକୁ କଠୋର ଶୁଳ୍କ ଏବଂ ଆର୍ଥିକ ଦଣ୍ଡର ସମ୍ମୁଖୀନ ହେବାକୁ ପଡିବ। ସେ ଏହା ମଧ୍ୟ କହିଥିଲେ,  ସେ ଏହି ଯୁଦ୍ଧର ଶେଷ ହେବା ନେଇ  କ୍ରୋଧିତ।

ଅଧିକ ପଢ଼ନ୍ତୁ: ଶୁଭାଂଶୁଙ୍କୁ ଅଭିନନ୍ଦନ ଜଣାଇଲେ ମୋଦୀ

ଟୋମାହକ୍ କ୍ଷେପଣାସ୍ତ୍ର ଦେବା ଉପରେ ବିଚାର କରାଯାଉଛି ବୋଲି କୁହାଯାଉଛି। ୱାଶିଂଟନ୍ ପୋଷ୍ଟର ୧୪ ଜୁଲାଇ ରିପୋର୍ଟ ଅନୁଯାୟୀ, ଟ୍ରମ୍ପ୍ ୟୁକ୍ରେନ୍‌କୁ ୩୦୦ କିଲୋମିଟର ଦୂରତା ବିଶିଷ୍ଟ ଏଟିଏସିଏମଏସ କ୍ଷେପଣାସ୍ତ୍ର ବ୍ୟବହାର କରିବାକୁ ଅନୁମତି ଦେଇଛନ୍ତି। କେବଳ ଏତିକି ନୁହେଁ, ଆମେରିକା ଏବେ ଟୋମାହକ୍ କ୍ରୁଜ୍ କ୍ଷେପଣାସ୍ତ୍ର ଦେବାକୁ ମଧ୍ୟ ବିଚାର କରୁଛି। ଯାହା ସିଧାସଳଖ ମସ୍କୋ ଏବଂ ସେଣ୍ଟ ପିଟର୍ସବର୍ଗ ଉପରେ ଆକ୍ରମଣ କରିପାରିବ। ଯଦିଓ ଏହି ଟୋମାହକ୍ କ୍ଷେପଣାସ୍ତ୍ରଗୁଡ଼ିକ ବର୍ତ୍ତମାନର ୧୦ ବିଲିୟନ ଡଲାର ସହାୟତା ପ୍ୟାକେଜରେ ଅନ୍ତର୍ଭୁକ୍ତ ନୁହେଁ।  ତଥାପି ଯଦି ଟ୍ରମ୍ପ୍ ରୁଷିଆ ଉପରେ ଚାପ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଅନ୍ତି ତେବେ ଭବିଷ୍ୟତରେ ଏଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯାଇପାରିବ। ରିପୋର୍ଟ ଅନୁଯାୟୀ, ଶୁକ୍ରବାର ପର୍ଯ୍ୟନ୍ତ ଏ ବିଷୟରେ ଆଲୋଚନା ଚାଲିଥିଲା।

ଟ୍ରମ୍ପ୍ ଏଭଳି  ଆଭିମୁଖ୍ୟ ପ୍ରକାଶ କରିଥିବାରୁ ଏହାକୁ  ନେଇ ୟୁରୋପୀୟ ସହଯୋଗୀ ଏବଂ ୟୁକ୍ରେନ ଏକ ସକାରାତ୍ମକ ସଙ୍କେତ ଭାବରେ ଦେଖୁଛନ୍ତି। ୟୁକ୍ରେନ ବହୁ ଦିନ ଧରି ଦାବି କରିଆସୁଥିଲା ଯେ, ଆମେରିକା ରୁଷିଆ ଉପରେ ଚାପ ବୃଦ୍ଧି କରୁ। ଏବେ ଟ୍ରମ୍ପ୍ ଶାନ୍ତି ସପକ୍ଷରେ କହି   ରୁଷିଆ ଉପରେ ସାମରିକ ଏବଂ ଆର୍ଥିକ ଚାପ ପକାଇବାକୁ ପ୍ରସ୍ତୁତ ଥିବା ଯୋଜନା କରୁଥିବା ମନେ ହେଉଛି।  କିଭ୍ ଆଶା କରୁଛି ଯେ, ଆମେରିକାର ଭୂମିକା ନିର୍ଣ୍ଣାୟକ ପ୍ରମାଣିତ ହୋଇପାରିବ। ତଥାପି, ହ୍ୱାଇଟ୍ ହାଉସ୍ ଏହି ରିପୋର୍ଟଗୁଡ଼ିକୁ ନେଇ କୌଣସି  ପ୍ରତିକ୍ରିୟା ଦେଇନାହିଁ।

ଅଧିକ ପଢ଼ନ୍ତୁ:ଚୀନ ସାମନାରେ ପାକିସ୍ତାନକୁ ଗାଳିଦେଲେ ଜୟଶଙ୍କର

donald-trump | vladimir-putin | volodymyr-zelensky | USA | Russia | Ukraine

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe