President With Women's World Cup: ମହାମହିମଙ୍କ ହାତରେ ମହିଳା ବିଶ୍ବକପ୍, ବିଶ୍ବବିଜୟିନୀଙ୍କୁ ଭେଟି କହିଲେ- ବିଶ୍ବାସ ଥିଲା ଦେଶର ଝିଅମାନେ ବିଶ୍ବବିଜେତା ହେବେ

ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ମୁଁ ନିଶ୍ଚିତ ଥିଲି କି ଦେଶର ଝିଅମାନେ ହିଁ ଏଥର ବିଶ୍ବ ବିଜେତା ହେବେ । ଆପଣଙ୍କ ସାହସ, ସଂକଳ୍ପ, ମାନସିକତା ଏବଂ ବଡି ଲାଙ୍ଗୁଏଜ ହିଁ କହି ଦେଉଥିଲା ବିଜୟର କଥା...

President Droupadi Murmu

President Droupadi Murmu Photograph: (sambad.in)

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ଭାରତର ସୁନାଝିଅ । ଦେଶ ପାଇଁ ଗର୍ବ ଆଣିଥିବା ବିଶ୍ବବିଜୟିନୀଙ୍କୁ ନିମନ୍ତ୍ରଣ କରି ସେମାନଙ୍କୁ ଶୁଭେଚ୍ଛା ସହ ସାବାସୀ ଦେଲେ ରାଷ୍ଟ୍ରପତି । ଭାରତୀୟ ମହିଳା କ୍ରିକେଟ୍ ଦଳର ପ୍ରତି ଖେଳାଳିଙ୍କୁ ପ୍ରଶଂସା କରିବା ସହ ବିଶ୍ବକପ୍ ଧରି ଫଟୋ ଉଠାଇଲେ ରାଷ୍ଟ୍ରପତି ।

world cup
world cup Photograph: (sambad.in)

ମନକଥା କହିଲେ ମହାମହିମ

ରାଷ୍ଟ୍ରପତି ଦଳକୁ ଅଭିନନ୍ଦନ ଜଣାଇ କହିଥିଲେ ଯେ ସେମାନେ ଇତିହାସ ସୃଷ୍ଟି କରିଛନ୍ତି ଏବଂ ଯୁବ ପିଢ଼ିଙ୍କ ପାଇଁ ଆଦର୍ଶ ହୋଇଛନ୍ତି। ଆଜି ଆପଣଙ୍କ ପାଇଁ ସାରା ବିଶ୍ବରେ ଦେଶର ଚର୍ଚ୍ଚା ହେଉଛି । ଏହି ବିଜୟକୁ ଦେଶ ଉତ୍ସବ ରୂପେ ପାଳନ କରୁଛି । ଫାଇନାଲ ମ୍ୟାଚ ଦିନ ମୁଁ ଉତ୍ତରାଖଣ୍ଡରେ ଥିଲି । କିନ୍ତୁ ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ମୁଁ ନିଶ୍ଚିତ ଥିଲି କି ଦେଶର ଝିଅମାନେ ହିଁ ଏଥର ବିଶ୍ବ ବିଜେତା ହେବେ । ଆପଣଙ୍କ ସାହସ, ସଂକଳ୍ପ, ମାନସିକତା ଏବଂ ବଡି ଲାଙ୍ଗୁଏଜ ହିଁ କହି ଦେଉଥିଲା ବିଜୟର କଥା । 

ଟିମ୍ କ୍ୟାପଟେନ ନିଜ ଅନୁଭୂତି ମହାମହିମଙ୍କ ସାମ୍ନାରେ ବଖାଣିଥିଲେ । କେମିତି ଏଥର ସେମାନେ ବିଶ୍ବକପକୁ ଦେଶ ବାହାରକୁ ଯିବାକୁ ଦେବେନି ବୋଲି ସଙ୍କଳ୍ପ ନେଇ ପରିଶ୍ରମ କରି ନିଷ୍ଠାର ସହ ଖେଳିଥିଲେ ତାହା କହିଥିଲେ । ଅଲରାଉଣ୍ଡର ଦୀପ୍ତି ଶର୍ମା କହିଥିଲେ- ଆମେ ଖାଲି ବିଜୟରେ ସାଙ୍ଗରେ ନଥିଲୁ ପରାଜୟ ବେଳେ ବି କାନ୍ଧରେ କାନ୍ଧ ମିଶାଇ ଲଢିଛୁ, ରହିଛୁ । ମହିଳା କ୍ରିକେଟର ଏମିତି ଉନ୍ନତି ହେଉ ଏବଂ ଆମେ ଏମିତି ଦେଶର ନାଁ ରଖୁ ବୋଲି ଦୀପ୍ତି ରାଷ୍ଟ୍ରପତିଙ୍କ ଆଗରେ କହିଥିଲେ । 

ଆହୁରି ପଢନ୍ତୁ-

Fertility ଆଶଙ୍କାରେ ସନ୍ତାନ ସ୍ବପ୍ନ: ହ୍ରାସ ପାଉଛି ପୁରୁଷଙ୍କ ଶୁକ୍ରାଣୁ, କମୁଛି ପ୍ରଜନନ କ୍ଷମତା... କାରଣ ଶୁଣିଲେ ବୁଲେଇଦେବ ମଥା

କାଲି ଭେଟିଥିଲେ ପ୍ରଧାନମନ୍ତ୍ରୀ

ତେବେ ଗତକାଲି ବିଶ୍ବ ବିଜୟିନୀଙ୍କୁ ବି ଭେଟିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ଦିଲ୍ଲୀ ଲୋକକଲ୍ୟାଣ ମାର୍ଗ ସ୍ଥିତ ନିଜ ବାସଭବନରେ ପୂରା ଟିମଙ୍କୁ ଭେଟିଥିଲେ ମୋଦୀ । ଟିମ୍ କ୍ୟାପଟେନଙ୍କୁ ସ୍ବାଗତ କରିବା ସହ ସମସ୍ତ ଖେଳାଳୀ ଏବଂ ଅନ୍ୟ ସଦସ୍ୟଙ୍କୁ ଭବ୍ୟ ସ୍ବାଗତ କରିଥିଲେ । ଚାମ୍ପିଅନ୍ସମାନଙ୍କୁ ସମ୍ମାନିତ କରିବା ସହ ସେମାନଙ୍କ ଠାରୁ  କାହାଣୀ ଶୁଣିଥିଲେ ପ୍ରଧାନମନ୍ତ୍ରୀ ମୋଦି । ଜଣ ଜଣ କରି ସମସ୍ତଙ୍କ ଠାରୁ ସେମାନଙ୍କ ବିଶ୍ବ ବିଜୟୀ ଯାତ୍ରର ସଂଘର୍ଷ ଏବଂ ସଫଳତା କଥା ଶୁଣିଥିଲେ । ଏଥିସହ ବିଶ୍ବକପ ଟ୍ରଫି ସହ ବି ଗ୍ରୁପ ଫଟୋ ଉଠାଇଥିଲେ ପ୍ରଧାନମନ୍ତ୍ରୀ । 

ଆହୁରି ପଢନ୍ତୁ-

CM Election Campaign: ନୂଆପଡ଼ାରେ ନିର୍ବାଚନ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe