ନୂଆଦିଲ୍ଲୀ: ୬୧,୦୦୦ ଯୁବକ ଯୁବତୀଙ୍କୁ ବଡ଼ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ୧୮ତମ ନିଯୁକ୍ତି ମେଳାରେ ୬୧,୦୦୦ ଯୁବକ  ଓ ଯୁବତୀଙ୍କୁ ସରକାରୀ ସେବା ପାଇଁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ। ଏହି ନିଯୁକ୍ତି ପତ୍ରକୁ ନେସନ୍ ବିଲ୍ଡିଂ ବା ରାଷ୍ଟ୍ର ନିର୍ମାଣ ଭାବେ ବର୍ଣ୍ଣନା କରିଛନ୍ତି ମୋଦୀ। ଅର୍ଥାତ୍ ଏହି ନୁଯୁକ୍ତି ପତ୍ର ଦ୍ଵାରା କେବଳ ଯୁବକ ଯୁବତୀଙ୍କୁ ଚାରିକି ମିଳିବ ତା ନୁହେଁ, ଦେଶକୁ ଏକ ନୂଆ ଗତି ମିଳିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି, ଆଜି ଏହି ଯୁବକମାନଙ୍କ ଜୀବନରେ ଏକ ନୂତନ ଆରମ୍ଭ ହେଲା। ଏହି ନିଯୁକ୍ତି ପତ୍ରଗୁଡ଼ିକୁ କେବଳ ଏକ ଦସ୍ତାବିଜ ନୁହେଁ, ବରଂ ଏହା ଏକ ‘ରାଷ୍ଟ୍ର ନିର୍ମାଣ ପାଇଁ ନିମନ୍ତ୍ରଣ ପତ୍ର’ ଏବଂ ଏକ ‘ସଂକଳ୍ପ ପତ୍ର’। ଯାହା ଏକ ବିକଶିତ ଭାରତ ନିର୍ମାଣକୁ ତ୍ୱରାନ୍ୱିତ କରିବ।

Advertisment

ମହିଳାଙ୍କୁ ପ୍ରାଧାନ୍ୟ

ଏହି ନିଯୁକ୍ତି ମେଳାର ଏକ ପ୍ରମୁଖ ସଫଳତା ହେଉଛି ମହିଳା ସଶକ୍ତୀକରଣ। ଆଜିର କାର୍ଯ୍ୟକ୍ରମରେ ୮୦୦୦ରୁ ଅଧିକ ମହିଳା ସରକାରୀ ସେବା ପାଇଁ ନିଯୁକ୍ତି ପତ୍ର ପାଇଛନ୍ତି। ଗତ ୧୧ ବର୍ଷ ମଧ୍ୟରେ ଦେଶର କାର୍ଯ୍ୟଶକ୍ତିରେ ମହିଳାମାନଙ୍କ ଅଂଶଗ୍ରହଣ ପ୍ରାୟ ଦ୍ୱିଗୁଣିତ ହୋଇଥିବା ନେଇ ପ୍ରଧାନମନ୍ତ୍ରୀ ମୋଦୀ ଗର୍ବ ଅନୁଭବ କରିଛନ୍ତି। ଏହି ପରିବର୍ତ୍ତନ ସମାଜରେ ବଢ଼ୁଥିବା ସମାନତା ଏବଂ ବିକାଶରେ ମହିଳାମାନଙ୍କ ଅବଦାନକୁ ସ୍ପଷ୍ଟ କରୁଛି।

ଆହୁରି ପଢ଼ନ୍ତୁ: Water Problem: ଖରାଦିନ ପୂର୍ବରୁ ଶୁଖିଲା ଦିଲ୍ଲୀର ଟ୍ୟାପ୍

ଟେକନୋଲୋଜି ସହିତ ନିଜକୁ ଉନ୍ନତ କରିବାର ମନ୍ତ୍ର

ଦ୍ରୁତଗତିରେ ବଦଳୁଥିବା ଟେକନୋଲୋଜିର ଏହି ଯୁଗରେ, ପ୍ରଧାନମନ୍ତ୍ରୀ ମୋଦୀ ଯୁବପିଢ଼ିଙ୍କୁ ନିରନ୍ତର ଶିଖିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ଦେଶର ଆବଶ୍ୟକତା ଏବଂ ପରିବର୍ତ୍ତନ ସହିତ, ସରକାରୀ କର୍ମଚାରୀମାନଙ୍କୁ ମଧ୍ୟ ନିରନ୍ତର ନିଜକୁ ଅପଗ୍ରେଡ୍ କରିବାକୁ ପଡ଼ିବ।

ଆହୁରି ପଢ଼ନ୍ତୁ: Donald Trump: ଯିଏ ଗ୍ରିନ୍‌ଲାଣ୍ଡକୁ ଶାସନ କରିବ, ସେ ମହାକାଶର ରାଜା ହେବ!