ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ୱାୟନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି । ସଂସଦରେ ସେ ୱାନନାଡ ପାଇଁ ଏକ ସ୍ୱତନ୍ତ୍ର ପ୍ୟାକେଜ ଦାବି କରି ସେ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟିଛନ୍ତି। ଜୁଲାଇ ୩୦ରେ ପ୍ରବଳ ବର୍ଷା ମଧ୍ୟରେ କେରଳର ୱାୟନାଡରେ ଏକ ଭୂସ୍ଖଳନ ଘଟିଥିଲା। ଏହି ଭୂସ୍ଖଳନରେ ହଜାର ହଜାର ଲୋକ ପ୍ରଭାବିତ ହୋଇଥିଲେ ଏବଂ ଶହ ଶହ ଲୋକ ପ୍ରାଣ ହରାଇଥିଲେ। ପ୍ରଭାବିତ ଲୋକଙ୍କ ପାଇଁ ଏକ ସ୍ୱତନ୍ତ୍ର ପ୍ୟାକେଜ୍ ପାଇଁ ୱାୟନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ କେନ୍ଦ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି।
ଅଧିକ ପଢ଼ନ୍ତୁ: ମୋଦୀ ଏବଂ ଟ୍ରମ୍ପଙ୍କ ବନ୍ଧୁତାରେ ଫାଟ !: ମତଭେଦ ହେବା ଆଶଙ୍କା ଘନେଇଲା
ପ୍ରିୟଙ୍କା ଗାନ୍ଧୀ କହିଛନ୍ତି, ରାଜନୀତିକୁ ଦୂରେଇ ରହି ସେଠାକାର ଲୋକଙ୍କୁ ଯଥାସମ୍ଭବ ସାହାଯ୍ୟ କରିବା ପାଇଁ ଆମେ ନିବେଦନ କରିଛୁ। ଆମେ ଶାହଙ୍କୁ କହିଥିଲୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ୱାୟନାଡ ଯାଇଛନ୍ତି। ସେ ସେଠାରେ ଯନ୍ତ୍ରଣା ଭୋଗୁଥିବା ଲୋକଙ୍କୁ ଭେଟିଥିଲେ। ବର୍ତ୍ତମାନ ସେହି ଲୋକମାନେ ଆଶା କରୁଛନ୍ତି ଯେ, ପ୍ରଧାନମନ୍ତ୍ରୀ ଆସିଥିଲେ ତେଣୁ ସେମାନେ ନିଶ୍ଚିତ ଭାବରେ କିଛି ସାହାଯ୍ୟ ପାଇବେ। ପ୍ରିୟଙ୍କା ଗାନ୍ଧୀ ଏହା ମଧ୍ୟ କହିଛନ୍ତି ଯେ ଗୃହମନ୍ତ୍ରୀ ଅମିତ ଶାହ ଆମକୁ ସକାରାତ୍ମକ ଆଶ୍ୱାସନା ଦେଇଛନ୍ତି।
ସୂଚନାଯୋଗ୍ୟ,ନିକଟରେ ୱାୟନାଡ ଆସନରେ ଅନୁଷ୍ଠିତ ଉପନିର୍ବାଚନରେ ​​ଜିତି ପ୍ରିୟଙ୍କା ସାଂସଦ ହୋଇଛନ୍ତି। ସାଂସଦ ହେବା ପୂର୍ବରୁ ମଧ୍ୟ ସେ ଏହି ଅଞ୍ଚଳରେ ବହୁତ ସକ୍ରିୟ ଥିଲେ।
ଅଧିକ ପଢ଼ନ୍ତୁ: ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଆକ୍ରମଣକୁ ନେଇ ଆମେରିକା ଚିନ୍ତିତ
Follow Us