ନୂଆଦିଲ୍ଲୀ: ୱାୟନାଡ ଲୋକସଭା ଆସନରେ ଉପନିର୍ବାଚନ ପୂର୍ବରୁ କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଜନସାଧାରଣଙ୍କୁ ଚିଠି ଲେଖିଛନ୍ତି। ପ୍ରିୟଙ୍କା ଗାନ୍ଧୀ ଏହି ଚିଠିକୁ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ସେ ଲେଖିଛନ୍ତି ୱାୟନାଡର ମୋର ପ୍ରିୟ ଭଉଣୀ ଏବଂ ଭାଇମାନେ, ମୁଁ ମୋ ଭାଇଙ୍କ ସହ କିଛି ମାସ ପୂର୍ବରୁ ଚୁରାମାଲା ଏବଂ ମୁଣ୍ଡକ୍କାଇ ଯାଇଥିଲି। ସେଠାରେ ଭୂସ୍ଖଳନ ଏବଂ ଆପଣମାନଙ୍କର ହୋଇଥିବା କ୍ଷତି ମୁଁ ଅତି ନିକଟରୁ ଦେଖିଲି।

Advertisment

ମୁଁ କିଛି ପିଲାମାନଙ୍କୁ ଭେଟିଥିଲି ଯେଉଁମାନେ ଏହି ବିନାଶରେ ନିଜର ସମସ୍ତ ପ୍ରିୟଜନଙ୍କୁ ହରାଇଥିଲେ। ମାତାମାନେ ସେମାନଙ୍କର ସନ୍ତାନ ଏବଂ ପରିବାର ପାଇଁ ଦୁଃଖୀଥିଲେ। ପ୍ରାକୃତିକ ବିପର୍ଯ୍ୟୟ ସେମାନଙ୍କର ବିନାଶ ଘଟାଇଥିଲା।  ତଥାପି ଏହି ଦୁଃଖଦ ଘଟଣା ମଧ୍ୟରେ ଆପଣମାନଙ୍କର ଅପାର ସାହସ ଏବଂ ଧୈର୍ଯ୍ୟ ଅତୁଟ ରହିଥିଲା।

ପ୍ରିୟଙ୍କା ଗାନ୍ଧୀ ଲେଖିଛନ୍ତି ଅପଣମାନଙ୍କର ଏକଜୁଟ ଶକ୍ତି ଦେଖି ମୁଁ ଚକିତ ହୋଇ ଯାଇଥିଲା। ଡାକ୍ତର, ଜନ ପ୍ରତିନିଧୀ, ସ୍ବେଚ୍ଛାସେବୀ, ସାମାଜିକ କର୍ମୀ, ଶିକ୍ଷକ, ନର୍ସ, ଗୃହିଣୀ ସମସ୍ତେ ପରସ୍ପରକୁ ସାହାଯ୍ୟ କରିଥିଲେ। କେହି କ୍ରୋଧ ପ୍ରକାଶ କଲେ ନାହିଁ କିମ୍ବା ଅନ୍ୟକୁ ଦୋଷ ଦେଲେ ନାହିଁ। କାହାର ମନରେ ଲୋଭ  ନ ଥିଲା। ଯେତେବେଳେ କି ଏକ ବଡ଼ ଦୁଃଖଦ ଘଟଣାରେ ଆପଣ ଅସହାୟ ଥିଲେ, ସେତେବେଳେ ଆପଣ ପରସ୍ପରକୁ ସମର୍ଥନ କରୁଥିଲେ ଏବଂ ସାନ୍ତ୍ୱନା ମଧ୍ୟ ଦେଉଥିଲେ।

ଘରକୁ ଫେରିବାବେଳେ ମୁଁ ଅନୁଭବ କଲି ଯେ ସଂସଦରେ ଆପଣମାନଙ୍କ ପାଇଁ ପ୍ରତିନିଧିତ୍ୱ କରିବା ମୋ ଲାଗି ଗୌରବର ବିଷୟ ହେବ। ଆପଣମାନଙ୍କଠାରୁ ଶିଖିବା, ଆପଣମାନଙ୍କର ଜୀବନ ଏବଂ ଆପଣମାନେ ସମ୍ମୁଖୀନ ହେଉଥିବା ଆହ୍ୱାନଗୁଡ଼ିକୁ ବୁଝିବା, ଏବଂ ଏହି ସାହସୀ ସମ୍ପ୍ରଦାୟର ଏକ ଅଂଶ ହେବା ମୋର ସମ୍ମାନ ହେବ। ଯେଉଁମାନେ କି ପରସ୍ପରକୁ କିପରି ସମ୍ମାନ ଦେବେ ଏବଂ କଠିନ ସମୟରେ ମଧ୍ୟ ଦୃଢ଼ ଭାବରେ ଠିଆ ହେବେ।

ଆପଣମାନେ ମୋ ଭାଇଙ୍କୁ ନିଜର ଭଲ ପାଇବା ଦେଇଛନ୍ତି। ଯେତେବେଳେ ମୋ ଭାଇ ମୋତେ ୱାୟନାଡ ପାଇଁ କଂଗ୍ରେସ ପ୍ରାର୍ଥୀ ହେବାକୁ କହିଥିଲେ, ସେତେବେଳେ ସେ ନିଜ ହୃଦୟରେ ଗର୍ବ ଓ ଦୁଃଖରେ ଏପରି କରିଥିଲେ।

ମୁଁ ତାଙ୍କୁ ପ୍ରତିଶ୍ରୁତି ଦେଇଥିଲି ଯେ ଏଠାରେ ମୋର କାର୍ଯ୍ୟ ଏହି ବନ୍ଧନକୁ ଦୃଢ଼ କରିବ ଏବଂ ମୁଁ ଆପଣଙ୍କ ପାଇଁ ଲଢ଼ିବା ପାଇଁ ଏବଂ ସଂସଦରେ ଆପଣମାନଙ୍କ ପ୍ରତିନିଧିତ୍ୱ କରି ସମସ୍ତ କାର୍ଯ୍ୟ କରିବି।  ମୁଁ ଆପଣଙ୍କ ସହଯୋଗରେ ଆମ ସମସ୍ତଙ୍କ ଭବିଷ୍ୟତ ପାଇଁ ଏହି ସଂଗ୍ରାମକୁ ଅପେକ୍ଷା କରିଛି ଏବଂ ଆପଣ ମୋତେ ସାଂସଦ ଭାବେ ବାଛିଲେ ମୁଁ କୃତଜ୍ଞ ହେବି।

ସୂଚନାଯୋଗ୍ୟ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ୱାୟନାଡ ସହିତ ୟୁପିର  ରାୟବରେଲିରୁ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ରାହୁଲ ଗାନ୍ଧୀ ଏହି ଦୁଇଟି ଆସନରେ ଜିତିଥିଲେ। ଏହା ପରେ ସେ ୱାୟନାଡ ଆସନ ଛାଡିବାକୁ ସ୍ଥିର କଲେ। ଏହି କାରଣରୁ ୱାୟନାଡ ଲୋକସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି। ନଭେମ୍ବର ୧୩ରେ ୱାୟନାଡରେ ମତଦାନ ହେବ ଏବଂ ନଭେମ୍ବର ୨୩ରେ ଭୋଟ୍ ଗଣତି କରାଯିବ। କଂଗ୍ରେସ ପ୍ରିୟଙ୍କା ଗାନ୍ଧୀଙ୍କୁ ୱାୟନାଡରୁ ପ୍ରାର୍ଥୀ କରିଛି। 

ଅଧିକ ପଢ଼ନ୍ତୁ:

ବିଦେଶରେ ୮୦ ଫୁଟ ମାଟି ତଳେ ଭାରତର ସୁନା: ୯୦ଟନ୍ ଷ୍ଟିଲ୍ ସିଲିଣ୍ଡରରେ ତାଲା ପଡି ରହିଛି

ପରାଜୟ ପାଇଁ କିଏ ଦାୟୀ, କାହାକୁ ଦୋଷ ଦେଲେ ରୋହିତ...