ଲକ୍ଷ୍ନୌ: ବିଏସପି ସୁପ୍ରିମୋ ମାୟାବତୀଙ୍କ ଉପରେ ବିଜେପି ବିଧାୟକଙ୍କ ମନ୍ତବ୍ୟ ସମ୍ପର୍କରେ ଏସପି ସଭାପତି ଅଖିଳେଶ ଯାଦବ ସମ୍ପୃକ୍ତ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସେ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ ଉତ୍ତରପ୍ରଦେଶର ଜଣେ ପୂର୍ବତନ ମହିଳା ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଉତ୍ତରପ୍ରଦେଶର ଜଣେ ବିଧାୟକ କହିଥିବା ଅଶ୍ଳୀଳ ଶବ୍ଦ ଦର୍ଶାଉଛି ଯେ ବିଜେପି ଲୋକଙ୍କ ମନରେ ମହିଳା ତଥା ବିଶେଷକରି ବଞ୍ଚିତ ତଥା ଶୋଷିତ ସମାଜରୁ ଆସୁଥିବା ଲୋକଙ୍କ ପାଇଁ କେତେ ତିକ୍ତତା ଭରି ରହିଛି।
ରାଜନୀତିରେ ଭିନ୍ନ ଭିନ୍ନ ସ୍ଥାନ ରହିଛି କିନ୍ତୁ ଜଣେ ମହିଳା ଭାବରେ ତାଙ୍କର ସମ୍ମାନ ପ୍ରତି ଆଞ୍ଚ୍ ଆଣିବାର ଅଧିକାର କାହାର ନାହିଁ। ବିଜେପି କହୁଛି ଆମେ ତାଙ୍କୁ ମୁଖ୍ୟମନ୍ତ୍ରୀ କରି ଏକ ଭୁଲ କରିଛୁ, ଏହା ମଧ୍ୟ ଗଣତାନ୍ତ୍ରିକ ଦେଶରେ ଜନମତକୁ ଅପମାନିତ କରିବା ଏବଂ ବିନା ପ୍ରମାଣ ଆଧାରରେ ଅଭିଯୋଗ କରିବା ଯେ ମାୟାବତୀ ସବୁଠାରୁ ଦୁର୍ନୀତିଗ୍ରସ୍ତ ମୁଖ୍ୟମନ୍ତ୍ରୀ ଅଟନ୍ତି। ସର୍ବସାଧାରଣରେ ଦିଆଯାଇଥିବା ଏହି ମନ୍ତବ୍ୟ ପାଇଁ ବିଜେପି ବିଧାୟକଙ୍କ ବିରୋଧରେ ମାନହାନୀ ମାମଲା ଦାଏର ହେବା ଉଚିତ୍ ବୋଲି ଅଖିଳେଶ କହିଛନ୍ତି।
ତାଙ୍କ ବିରୋଧରେ ବିଜେପି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍। ଯଦି ସେ ମାନସିକସ୍ତରରେ ଅସୁସ୍ଥ ତେବେ ତାଙ୍କର ଚିକିତ୍ସା କରାଯିବା ଆବଶ୍ୟକ। ଅନ୍ୟଥା, ଏହା ପଛରେ ବିଜେପିର କିଛି ଷଡଯନ୍ତ୍ର ଅଛି ବୋଲି କହିବା ଭୁଲ ହେବ ନାହିଁ।
ମାୟାବତୀ କହିଛନ୍ତି ଯଦି ବିଜେପି ଏହାର ବିଧାୟକଙ୍କ ବିରୋଧରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରେ, ତା’ହେଲେ ଉତ୍ତରପ୍ରଦେଶର ଆଗାମୀ ବିଧାନସଭା ନିର୍ବାଚନରେ ​​ତଥା ବର୍ତ୍ତମାନର ୧୦ଟି ଉପନିର୍ବାଚନରେ ଲୋକମାନେ ଏହାର ଜବାବ ବିଜେପିକୁ ଦେବେ।
ଅଧିକ ପଢ଼ନ୍ତୁ:https://sambad.in/india-and-beyond/ukraines-biggest-drone-attack-on-moscow-1184010/
ବର୍ତ୍ତମାନ ମାୟାବତୀଙ୍କୁ ଅଖିଳେଶ ଯାଦବଙ୍କ ସମର୍ଥନ ଏବଂ ବିଏସପି ମୁଖ୍ୟ ଏହାର ଜବାବରେ କୃତଜ୍ଞତା ଜଣାଇବା ଉପନିର୍ବାଚନ ଏବଂ ଭବିଷ୍ୟତ ରାଜନୀତି ସହ ଜଡିତ ହେବ ବୋଲି ରାଜ୍ୟ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି।
Follow Us