Puri had 62 email exchanges: ଏପ୍‌‌ଷ୍ଟିନ୍‌-ପୁରୀଙ୍କ ମଧ୍ୟରେ ୬୨ ଇମେଲ ବିନିମୟ ଓ ୧୪ ବୈଠକ ଅଭିଯୋଗ କଲା କଂଗ୍ରେସ

Advertisment

ନରେନ୍ଦ୍ର ମୋଦୀ କ୍ଷମତାକୁ ଆସିବା ପରେ ଏପ୍‌ଷ୍ଟିନ୍‌ଙ୍କ ସହିତ ପୁରୀଙ୍କର ୧୪ ଥର ବୈଠକ ହୋଇଛି। ୨୦୧୪ ଜୁନ୍‌ ୫, ୬, ୮ ଓ ୯ ତାରିଖ, ସେପ୍ଟେମ୍ବର ୧୯, ୨୩ ଓ ୨୪ ରେ ଓ ଅକ୍ଟୋବର ୯ ଓ ୧୦ ତାରିଖରେ ଏପ୍‌ଷ୍ଟିନଙ୍କୁ ଭେଟି ପୁରୀ କ’ଣ ଆଲୋଚନା କରିଥିଲେ ବୋଲି ଖେଡା ପ୍ରଶ୍ନ କରିଥିଲେ।

ନରେନ୍ଦ୍ର ମୋଦୀ କ୍ଷମତାକୁ ଆସିବା ପରେ ଏପ୍‌ଷ୍ଟିନ୍‌ଙ୍କ ସହିତ ପୁରୀଙ୍କର ୧୪ ଥର ବୈଠକ ହୋଇଛି। ୨୦୧୪ ଜୁନ୍‌ ୫, ୬, ୮ ଓ ୯ ତାରିଖ, ସେପ୍ଟେମ୍ବର ୧୯, ୨୩ ଓ ୨୪ ରେ ଓ ଅକ୍ଟୋବର ୯ ଓ ୧୦ ତାରିଖରେ ଏପ୍‌ଷ୍ଟିନଙ୍କୁ ଭେଟି ପୁରୀ କ’ଣ ଆଲୋଚନା କରିଥିଲେ ବୋଲି ଖେଡା ପ୍ରଶ୍ନ କରିଥିଲେ।

New Project (1)

Photograph: (@sambad.in)

ନୂଆଦିଲ୍ଲୀ: ବିବାଦୀୟ ଏପ୍‌ଷ୍ଟିନ୍‌ ଫାଇଲକୁ ନେଇ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କୁ ପୁଣିଥରେ ତୀବ୍ର ସମାଲୋଚନା କରିଛି କଂଗ୍ରେସ ପାର୍ଟି। ହରଦୀପ୍‌ ପୁରୀ କେନ୍ଦ୍ର ମନ୍ତ୍ରୀ ନ ଥିବା ସମୟରେ ୨୦୧୪ରୁ ୨୦୧୭ ମସିହା ମଧ୍ୟରେ ଏପ୍‌ଷ୍ଟିନ୍‌ଙ୍କ ସହିତ ୬୨ ଥର ଇମେଲ ବିନିମୟ କରିଛନ୍ତି ଓ ୧୪ ଥର ଭେଟିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି। କଂଗ୍ରେସ ପୁରୀଙ୍କ ବିରୋଧରେ ନିଜ ଆକ୍ରମଣକୁ ଅଧିକ ତୀବ୍ର କରି ତାଙ୍କ ଇସ୍ତଫା ଦାବି କରିଛି।

ଅଧିକପଢ଼ନ୍ତୁ:ଶ୍ରୀଲଙ୍କା ସଂସଦ ରାଜନେତାଙ୍କ ସୁବିଧା ସୁଯୋଗ ସମାପ୍ତ କରିବା ଦିଗରେ ଏକ ପ୍ରମୁଖ ଓ ଐତିହାସିକ ନିଷ୍ପତ୍ତି ନେଇଛି

ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ପ୍ରବକ୍ତା ପୱନ ଖେଡ଼ା ପ୍ରଶ୍ନ କରିଥିଲେ ଯେ, ପୁରୀ କାହାକୁ ପ୍ରତିନିଧିତ୍ୱ କରୁଛନ୍ତି ଏବଂ ଏପ୍‌ଷ୍ଟିନଙ୍କ ସହ ତାଙ୍କର କି ପ୍ରକାର ଆଲୋଚନା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ଷମତାକୁ ଆସିବା ପରେ ଏପ୍‌ଷ୍ଟିନ୍‌ଙ୍କ ସହିତ ପୁରୀଙ୍କର ୧୪ ଥର ବୈଠକ ହୋଇଛି। ୨୦୧୪ ଜୁନ୍‌ ୫, ୬, ୮ ଓ ୯ ତାରିଖ, ସେପ୍ଟେମ୍ବର ୧୯, ୨୩ ଓ ୨୪ ରେ ଓ ଅକ୍ଟୋବର ୯ ଓ ୧୦ ତାରିଖରେ ଏପ୍‌ଷ୍ଟିନଙ୍କୁ ଭେଟି ପୁରୀ କ’ଣ ଆଲୋଚନା କରିଥିଲେ ବୋଲି ଖେଡା ପ୍ରଶ୍ନ କରିଥିଲେ। ୨୦୧୭ ପର୍ଯ୍ୟନ୍ତ ଏହା ଚାଲିଥିଲା। ପୁରୀ ଏହି ସମୟ ମଧ୍ୟରେ ଏପ୍‌ଷ୍ଟିନ୍‌କୁ ୩୨ଟି ଇମେଲ ପଠାଇଥିବାବେଳେ ଏପ୍‌ଷ୍ଟିନ୍‌ ତାଙ୍କୁ ୩୦ଟି ଇମେଲ ପଠାଇଥିଲେ। ପୁରୀ ନିଜ ସାକ୍ଷାତକାରରେ ଅନେକ ମିଛ କଥା କହିଥିବା ଖେଡ଼ା କହିଥିଲେ। ପୁରୀ ସେତେବେଳେ ମନ୍ତ୍ରୀ ପଦରେ ନଥିଲେ ଓ ଜଣେ ସାଧାରଣ ଲୋକ ଭାବେ ଏପ୍‌ଷ୍ଟିନ୍‌ଙ୍କ ସହିତ ସରକାରଙ୍କ ନୀତି ସମ୍ପର୍କରେ ସେ କାହିଁକି ଆଲୋଚନା କରିଥିଲେ ବୋଲି ଖେଡ଼ା ପ୍ରଶ୍ନ କରଥିଲେ।

ଏପ୍‌ଷ୍ଟିନ୍‌କୁ ୩୨ଟି ଇମେଲ ପଠାଇଥିବାବେଳେ ଏପ୍‌ଷ୍ଟିନ୍‌ ତାଙ୍କୁ ୩୦ଟି ଇମେଲ ପଠାଇଥିଲେ

ପୁରୀ ତାଙ୍କ ସାକ୍ଷାତକାରରେ ଗୋଟିଏ ପରେ ଗୋଟିଏ ମିଛ କହି ନିଜକୁ ଭୁଲ୍‌ ପ୍ରମାଣିତ କରିସାରିଛନ୍ତି ବୋଲି ଖେଡା କହିଥିଲେ। ଏପ୍‌ଷ୍ଟିନ୍‌ ଫାଇଲ ହେଉଛି ଜେଫ୍ରି ଏପଷ୍ଟିନ୍ ଏବଂ ତାଙ୍କ ସହଯୋଗୀ ଘିସଲେନ୍ ମ୍ୟାକ୍ସୱେଲଙ୍କ ଯୌନ ଅପରାଧର ତଦନ୍ତ ସହିତ ଜଡିତ ହଜାର ହଜାର ପୃଷ୍ଠାର ଦଲିଲ୍, ଯେଉଁଥିରେ ଯାତ୍ରା ଲଗ୍, ରେକର୍ଡିଂ ଏବଂ ଇମେଲ ରହିଛି। ୨୦୧୯ ମସିହାରେ ଏପ୍‌ଷ୍ଟିନଙ୍କ ହାଜତ ମୃତ୍ୟୁ ପରଠାରୁ ଏହା ଆଲୋଚନାର ବିଷୟ ହୋଇଛି। ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍ସ ଗେଟ୍ସ ପ୍ରସଙ୍ଗରେ ମଧ୍ୟ କେନ୍ଦ୍ର ସରକାରଙ୍କୁ ଖେଡ଼ା ସମାଲୋଚନା କରିଛନ୍ତି। ଭାରତରେ ଚାଲିଥିବା ଏଆଇ ସମ୍ମିଳନୀକୁ ଗେଟ୍ସ ଆସିବା ଏବଂ ଭାଷଣ ଦେବା ନେଇ ନିଜେ ଘୋଷଣା କରିଥିବାବେଳେ ସରକାରୀ ସୂତ୍ର ଅନୁଯାୟୀ ଗେଟ୍ସ ଏଆଇ ସମ୍ମିଳନୀକୁ ଆସୁନଥିବା କୁହାଯାଇଛି ବୋଲି ଖେଡା କହି ସମାଲୋଚନା କରିଛନ୍ତି।

ଅଧିକପଢ଼ନ୍ତୁ:ଜମ୍ମୁ ଜୁଭେନାଇଲ ହୋମ୍‌ରୁ ଫେରାର୍‌ ଘଟଣା: ଅମ୍ବାଲାରୁ ଦୁଇ ପାକିସ୍ତାନ ନାଗରିକ ଗିରଫ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe