ହାଇଦ୍ରାବାଦ: ଡିସେମ୍ବର ୨୦୨୪ରେ ହାଇଦ୍ରାବାଦର ଚିକ୍କଡପଲ୍ଲୀରେ ପୁଷ୍ପା-୨ର ପ୍ରିମିୟର ସମୟରେ ଦଳାଚକଟା ଘଟଣାରେ ଦାଖଲ ହୋଇଥିବା ଚାର୍ଜସିଟରେ ଅଭିନେତା ଅଲ୍ଲୁ ଅର୍ଜୁନ ଓ ତାଙ୍କ ସୁରକ୍ଷା ଦଳକୁ ୨୩ ଜଣ ଅଭିଯୁକ୍ତଙ୍କ ନାମ ଅଛି। ନିକଟରେ ଦାଖଲ ହୋଇଥିବା ଚାର୍ଜସିଟରେ ଥିଏଟର ମ୍ୟାନେଜମେଣ୍ଟକୁ ମୁଖ୍ୟ ଅଭିଯୁକ୍ତ ଭାବେ ନାମିତ କରାଯାଇଥିବା ବେଳେ ଅର୍ଜୁନଙ୍କୁ ୧୧ ନମ୍ବର ଅଭିଯୁକ୍ତ ଭାବେ ଦର୍ଶାଯାଇଛି।

Advertisment

Operation Sindoor : ହଁ ! ଆମେ ଯୁଦ୍ଧବିରତି ପାଇଁ  ଭାରତକୁ ଅନୁରୋଧ କରିଥିଲୁ : ପାକ୍ ଉପ-ପ୍ରଧାନମନ୍ତ୍ରୀ

ସୂଚନାଯୋଗ୍ୟ, ଗତ ବର୍ଷ ଡିସେମ୍ବର ୪ରେ ସନ୍ଧ୍ୟା ଥିଏଟରରେ ‘ପୁଷ୍ପା-୨’ ଚଳଚ୍ଚିତ୍ରର ସ୍କ୍ରିନିଂ ସମୟରେ ଦଳାଚକଟାରେ ୩୫ ବର୍ଷୀୟା ମହିଳାଙ୍କ ମୃତ୍ୟୁ ଓ ତାଙ୍କ ୮ ବର୍ଷର ପୁଅ ଆହତ ହେବା ପରେ ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରାଯାଇଥିଲା। ପ୍ରିମିୟର୍ ସମୟରେ ଅଭିନେତାଙ୍କ ଝଲକ ପାଇବା ପାଇଁ ପ୍ରଶଂସକମାନେ ଏକତ୍ରିତ ହୋଇଥିବା ବେଳେ ଦଳାଚକଟା ଘଟିଥିଲା। ଏହି ଘଟଣା ପରେ ନଗର ପୁଲିସ ଅଲ୍ଲୁ ଅର୍ଜୁନଙ୍କ ବିରୋଧରେ ମାମଲା ରୁଜୁ କରିଥିଲା।

4007 Families Without Light: ୩୪୪ ଗାଁରେ ଅନ୍ଧାର ରାଜୁତି

ମୃତ ମହିଳାଙ୍କ ପରିବାର ଦେଇଥିବା ଅଭିଯୋଗକୁ ଆଧାର କରି ତାଙ୍କ ସୁରକ୍ଷା ଦଳ ଓ ଥିଏଟର ମ୍ୟାନେଜମେଣ୍ଟ ବିରୋଧରେ ଚିକ୍କଡପଲ୍ଲୀ ପୁଲିସ ଷ୍ଟେସନରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍)ର ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇଥିଲା। ଦଳାଚକଟା ଘଟଣାରେ ଅଲ୍ଲୁ ଅର୍ଜୁନଙ୍କୁ ଡିସେମ୍ବର ୧୩, ୨୦୨୪ରେ ଗିରଫ କରାଯାଇଥିଲା ଏବଂ ତେଲେଙ୍ଗାନା ହାଇକୋର୍ଟ ତାଙ୍କୁ ମଧ୍ୟବର୍ତ୍ତିକାଳୀନ ଜାମିନ ପ୍ରଦାନ କରିବା ପରେ ମୁକ୍ତ କରାଯାଇଥିଲା। ପରେ ତାଙ୍କୁ ନିୟମିତ ଜାମିନ ମିଳିଥିଲା। ଅଲ୍ଲୁ ଅର୍ଜୁନ ଓ ଚଳଚ୍ଚିତ୍ର ପୁଷ୍ପା ପୀଡିତାଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ତେଲେଙ୍ଗାନା ସରକାର ମଧ୍ୟ ପରିବାର ପାଇଁ କ୍ଷତିପୂରଣ ଘୋଷଣା କରିଛନ୍ତି।