ଜନସଂଖ୍ୟା ବୃଦ୍ଧି ପାଇଁ ଅଜବ ମନ୍ତ୍ରଣାଳୟ ଗଠନ କରିବାକୁ ଯୋଜନା କରୁଛନ୍ତି ପୁଟିନ

ୟୁକ୍ରେନ ଯୁଦ୍ଧ ମଧ୍ୟରେ ରୁଷିଆର ଜନସଂଖ୍ୟା ହ୍ରାସ ଯୋଗୁ ରାଷ୍ଟ୍ରପତି ପୁଟିନ ଚିନ୍ତାରେ ଅଛନ୍ତି। ପୁଟିନ ସରକାର ଏକ ନୂତନ ତଥା ଅଜବ ମନ୍ତ୍ରଣାଳୟ ଗଠନ କରିବାକୁ ଚିନ୍ତା କରୁଛନ୍ତି ଯାହା ଦ୍ବାରା ଲୋକେ ଅଧିକ ସନ୍ତାନ ଜନ୍ମ କରିବାକୁ ଉତ୍ସାହିତ ହୋଇପାରିବେ...

WhatsApp Image 2024-11-09 at 4.08.46 PM

ମସ୍କୋ: ରୁଷିଆ ସରକାର ଏକ ନୂତନ ତଥା ଅଜବ ମନ୍ତ୍ରଣାଳୟ ଗଠନ କରିବାକୁ ଚିନ୍ତା କରୁଛନ୍ତି । ଯାହା ଦ୍ବାରା ଦେଶର ଲୋକମାନଙ୍କ ମଧ୍ୟରେ ହ୍ରାସ ପାଉଥିବା କାମ ବାସନା  ଏବଂ ଜନ୍ମହାର ବୃଦ୍ଧି ହୋଇ ପାରିବ। ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ସରକାର ସେକ୍ସ ମନ୍ତ୍ରଣାଳୟ ଗଠନ ପାଇଁ ଯୋଜନା କରୁଛନ୍ତି। ଦେଶର ବହୁ ସଂଖ୍ୟକ ପୁରୁଷଙ୍କୁ ୟୁକ୍ରେନ ଯୁଦ୍ଧ ପାଇଁ ପଠାଯାଇଛି।

ବ୍ରିଟେନ ଗଣମାଧ୍ୟମ ଦାବି କରିଛି ଯେ ୟୁକ୍ରେନ ଯୁଦ୍ଧରେ ୬ଲକ୍ଷ ରୁଷିଆ ସୈନିକ ନିହତ ହୋଇଛନ୍ତି। ଏହି କାରଣରୁ, ରୁଷିଆର ଅଧିକାରୀମାନେ ପ୍ରତିଦିନ ନୂତନ ଅଜବ ଚିନ୍ତାଧାରା ଉପରେ ବିଚାର କରୁଛନ୍ତି ଯାହା ଦ୍ବାରା ଜନ୍ମ ହାର ବୃଦ୍ଧି ହୋଇପାରିବ ଏବଂ ଅଧିକରୁ ଅଧିକ ସନ୍ତାନ ଜନ୍ମ ପାଇଁ ଲୋକଙ୍କୁ ଉତ୍ସାହିତ କରାଯାଇପାରିବ। ତେବେ ରୁଷିଆ ମହିଳାମାନେ ଏଭଳି ଚିନ୍ତାଧାରାକୁ ଜୋରଦାର୍ ବିରୋଧ କରିଛନ୍ତି।

ଏହାପୂର୍ବରୁ, ଅନ୍ୟ ଯୋଜନା ଆସିଥିଲା। ଏହା ଅନ୍ତର୍ଗତ ରାତି ୧୦ଟାରୁ  ୨ଟା ମଧ୍ୟରେ ଇଣ୍ଟରନେଟ୍ ଏବଂ ଲାଇଟ୍ ବନ୍ଦ କରାଯିବା ଉଚିତ୍ ଯାହା ଦ୍ବାରା ଯୁବବର୍ଗମାନେ ଶାରୀରିକ ସମ୍ପର୍କ ସ୍ଥାପନ କରିପାରିବେ ଏବଂ ଅଧିକରୁ ଅଧିକ ସନ୍ତାନ ଜନ୍ମ ହୋଇପାରିବେ।  ଅନ୍ୟ ଏକ ଅଜବ ଚିନ୍ତାଧାରା ବୋଲି କୁହାଯାଇଥିଲା।  

ଘରେ ପିଲାମାନଙ୍କୁ ଲାଳନପାଳନ କରିବା ଏବଂ ଘର କାମ କରିବା ପାଇଁ ସରକାର ମହିଳାମାନଙ୍କୁ ଟଙ୍କା ଦେବାକୁ ମଧ୍ୟ ଯୋଜନା କରାଯାଇଛି। ରୁଷିଆରେ ଗଠନ ହେବାକୁ ଥିବା ସେକ୍ସ ମନ୍ତ୍ରଣାଳୟ ରୁଷୀୟ ଦମ୍ପତିମାନଙ୍କୁ ବିପୁଳ ଅର୍ଥ ଦେବ।

ସରକାରଙ୍କ ଟଙ୍କାରେ ବିବାହରେ ରାତ୍ରି ପାଇଁ ହୋଟେଲ ରୁମ୍ ବୁକ୍ କରାଯିବାକୁ ମଧ୍ୟ ଏହି ଯୋଜନାରେ ଲକ୍ଷ୍ୟ ରଖାଯାଇଛି। ଯାହାଦ୍ୱାରା ଗର୍ଭଧାରଣକୁ ପ୍ରୋତ୍ସାହିତ କରାଯାଇପାରିବ।

ମସ୍କୋଭିଚ୍ ମନ୍ତ୍ରଣାଳୟ ଅନୁଯାୟୀ, ବର୍ତ୍ତମାନ ରୁଷିଆର ସେକ୍ସ ମନ୍ତ୍ରଣାଳୟର ଏହି ଯୋଜନା ବିରୋଧରେ ଏକ ପିଟିସନ ଦାଖଲ କରାଯାଇଛି। ଦି ସନ୍ ରିପୋର୍ଟ ଅନୁଯାୟୀ, ଏଭଳି ଅଜବ ଧାରଣା ପଛରେ ଥିବା ବ୍ୟକ୍ତି କିଏ ଏପର୍ଯ୍ୟନ୍ତ ତାଙ୍କ ନାମ ପ୍ରକାଶ ପାଇନାହିଁ।

ରୁଷିଆରେ ଦମ୍ପତିମାନଙ୍କୁ ସନ୍ତାନ ଜନ୍ମ କରିବାକୁ ଉତ୍ସାହିତ କରିବା ପାଇଁ ଏକ ନୂତନ ପଦକ୍ଷେପ ନିଆଯାଇଛି। ଖାବାରୋଭସ୍କ ଅଞ୍ଚଳରେ ୧୮ ରୁ ୨୩ ବର୍ଷ ବୟସର ଯୁବତୀମାନଙ୍କୁ ସନ୍ତାନ ଜନ୍ମ କରିବା ପାଇଁ ବିପୁଳ ପରିମାଣର ଅର୍ଥ ଦିଆଯାଉଛି। ପ୍ରଥମ ସନ୍ତାନର ଜନ୍ମ ପାଇଁ ବିପୁଳ ପରିମାଣର ଅର୍ଥ ଦିଆଯାଉଛି।

ଅଧିକ ପଢ଼ନ୍ତୁ: ସରକାରୀ କର୍ମଚାରୀ ଏବଂ ବିଚାରପତିଙ୍କ ବିରୋଧରେ ପିଏମ୍ଏଲ୍‌ଏ ମାମଲା ପୂର୍ବରୁ ଅନୁମତି ଜରୁରୀ: ସୁପ୍ରିମକୋର୍ଟ

ରୁଷିଆର ଜଣେ ଆଞ୍ଚଳିକ ସ୍ୱାସ୍ଥ୍ୟମନ୍ତ୍ରୀ ଦାବି କରିଛନ୍ତି ଯେ ମହିଳାମାନେ କାର୍ଯ୍ୟ କରିବା ସମୟରେ ଯୌନ ସମ୍ପର୍କ ରଖିପାରିବେ ଯାହା ଦ୍ବାରା ସେମାନେ ଗର୍ଭବତୀ ହୋଇପାରିବେ। ବାସ୍ତବରେ ରୁଷିଆରେ ଜନ୍ମ ହାର ହ୍ରାସ ଯୋଗୁ ସରକାରଙ୍କ ଅବସ୍ଥା ଖରାପ ହେବାରେ ଲାଗିଛି।

ତେଣୁ ସରକାର ଚାହୁଁଛନ୍ତି ଯେ ମହିଳାମାନେ ଯଥାସମ୍ଭବ ସନ୍ତାନ ଜନ୍ମ କରନ୍ତୁ। ରୁଷିଆର ରାଷ୍ଟ୍ରପତି ପୁଟିନ ମଧ୍ୟ ମହିଳାମାନଙ୍କୁ ଅଧିକ ସନ୍ତାନ ଜନ୍ମ ପାଇଁ ନିବେଦନ କରିଛନ୍ତି। ୟୁକ୍ରେନ ଯୁଦ୍ଧ ରୁଷିଆର ଜନସଂଖ୍ୟା ସଙ୍କଟକୁ  ବୃଦ୍ଧି କରିଥିବା କୁହାଯାଉଛି। 

ଅଧିକ ପଢ଼ନ୍ତୁ: ୩ ବିବାହ, ୫ ସନ୍ତାନ: ଡୋନାଲ୍ଡ ଟ୍ରମ୍ପଙ୍କ ପରିବାର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe