Advertisment

Putin threatens to cut off gas supplies: ମଧ୍ୟପ୍ରାଚ୍ୟ ସଙ୍କଟ ମଧ୍ୟରେ ୟୁରୋପକୁ ଗ୍ୟାସ୍ ଯୋଗାଣ ବନ୍ଦ କରିବାକୁ ଧମକ ଦେଲେ ପୁଟିନ

Advertisment

ଇରାନ ଯୁଦ୍ଧର ସୁଯୋଗ ନେଇ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁରୋପକୁ ଗ୍ୟାସ୍ ଯୋଗାଣ ବନ୍ଦ କରିବାର ଧମକ ଦେଇଛନ୍ତି। ଗଣମାଧ୍ୟମ ସହ କଥା ହୋଇ ସେ କହିଛନ୍ତି, ଇରାନରେ ଯୁଦ୍ଧ ଯୋଗୁ ସୃଷ୍ଟି ହୋଇଥିବା ଗ୍ୟାସ୍ ଅଭାବ ମସ୍କୋକୁ ଅନ୍ୟ ଦେଶକୁ ରପ୍ତାନି କରିବାର ସୁଯୋଗ ଦେଇପାରେ।

ଇରାନ ଯୁଦ୍ଧର ସୁଯୋଗ ନେଇ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁରୋପକୁ ଗ୍ୟାସ୍ ଯୋଗାଣ ବନ୍ଦ କରିବାର ଧମକ ଦେଇଛନ୍ତି। ଗଣମାଧ୍ୟମ ସହ କଥା ହୋଇ ସେ କହିଛନ୍ତି, ଇରାନରେ ଯୁଦ୍ଧ ଯୋଗୁ ସୃଷ୍ଟି ହୋଇଥିବା ଗ୍ୟାସ୍ ଅଭାବ ମସ୍କୋକୁ ଅନ୍ୟ ଦେଶକୁ ରପ୍ତାନି କରିବାର ସୁଯୋଗ ଦେଇପାରେ।

Putin threatens to cut off gas supplies

Putin threatens to cut off gas supplies Photograph: (sambad.in)

ମସ୍କୋ: ଇରାନ ଯୁଦ୍ଧର ସୁଯୋଗ ନେଇ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁରୋପକୁ ଗ୍ୟାସ୍ ଯୋଗାଣ ବନ୍ଦ କରିବାର ଧମକ ଦେଇଛନ୍ତି। ଗଣମାଧ୍ୟମ ସହ କଥା ହୋଇ ସେ କହିଛନ୍ତି, ଇରାନରେ ଯୁଦ୍ଧ ଯୋଗୁ ସୃଷ୍ଟି ହୋଇଥିବା ଗ୍ୟାସ୍ ଅଭାବ ମସ୍କୋକୁ ଅନ୍ୟ ଦେଶକୁ ରପ୍ତାନି କରିବାର ସୁଯୋଗ ଦେଇପାରେ।

ପୁଟିନଙ୍କ ଏଭଳି ମନ୍ତବ୍ୟ ଦେବା ପଛର କାରଣ?

ଜାନୁଆରି ୨୬ ତାରିଖରେ ୟୁରୋପୀୟ ସଂଘ ରୁଷ ଗ୍ୟାସ୍ ଆମଦାନି ଉପରେ ବ୍ୟାପକ ନିଷେଧକୁ ମଞ୍ଜୁର କରିବା ପରେ ପୁଟିନଙ୍କ ଏଭଳି ମନ୍ତବ୍ୟ ଆସିଛି । ଏହି ଯୋଜନାରେ ରୁଷ ତରଳୀକୃତ ପ୍ରାକୃତିକ ଗ୍ୟାସ (ଏଲ୍‌ଏନ୍‌ଜି) ଓ ପାଇପ୍‌ଲାଇନ୍‌ ଗ୍ୟାସ୍‌କୁ ପର୍ଯ୍ୟାୟକ୍ରମେ ବନ୍ଦ କରିବାକୁ କହିଥିଲା। ଯାହା ଦ୍ୱାରା ୨୦୨୭ ଶେଷ ସୁଦ୍ଧା ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ହେବ।
କ୍ରେମଲିନ୍ ସାମ୍ବାଦିକ ପାଭେଲ୍ ଜାରୁବିନ୍‌ଙ୍କ ସହ କଥାବାର୍ତ୍ତା ସମୟରେ ପୁଟିନ୍ ୟୁରୋପ ପ୍ରତିବନ୍ଧକ ଲାଗୁ କରିବା ପୂର୍ବରୁ ଗ୍ୟାସ୍ ରପ୍ତାନି ବନ୍ଦ କରିବାକୁ କହିଛନ୍ତି।

ୟୁରୋପୀୟ ସଂଘ ଗୋଟିଏ ମାସ ମଧ୍ୟରେ ରୁଷୀୟ ଗ୍ୟାସ୍ କ୍ରୟ ଉପରେ କଟକଣା ଲାଗୁ କରିବାକୁ ଯୋଜନା କରୁଥିବା ପୁଟିନ କହିଛନ୍ତି। ଏବେ ରୁଷ ପାଇଁ ଅନ୍ୟ ବଜାରଗୁଡ଼ିକ ଖୋଲିବାରେ ଲାଗିଛି। ବର୍ତ୍ତମାନ ୟୁରୋପୀୟ ବଜାରକୁ ଯୋଗାଣ ବନ୍ଦ କରିବା ଆମ ପାଇଁ ଅଧିକ ଲାଭଦାୟକ ହୋଇପାରେ। ଖୋଲିଥିବା ନୂଆ ବଜାରକୁ ଯିବା ପାଇଁ ଆମେ ଯୋଜାନ କରୁଛୁ। ଆମେରିକା-ଇରାନ ଯୁଦ୍ଧ ଯୋଗୁ ସଙ୍କଟ ବଢିବାରେ ଲାଗିଛି। ଏହା ମଧ୍ୟପ୍ରାଚ୍ୟକୁ ହିଂସାକୁ ଠେଳି ଦେଇଛି। ଫଳରେ ସାରା ବିଶ୍ୱରେ ତେଲ ଏବଂ ଗ୍ୟାସ୍‌ର ମୂଲ୍ୟ ବୃଦ୍ଧି ପାଇଛି।

ହମୁର୍ଜ୍ ପ୍ରଣାଳୀ ବନ୍ଦ ହେବା ଯୋଗୁ ଗ୍ରାହକମାନେ ଅଧିକ ମୂଲ୍ୟରେ ପ୍ରାକୃତିକ ଗ୍ୟାସ୍ କିଣିବାକୁ ବାଧ୍ୟ ହେଉଛନ୍ତି। ଏହା ଏକ ସ୍ୱାଭାବିକ ସ୍ଥିତି, ଏଠାରେ ଅନ୍ୟ କିଛି ନାହିଁ, କୌଣସି ରାଜନୈତିକ ଏଜେଣ୍ଡା ନାହିଁ , ଏହା କେବଳ ବ୍ୟବସାୟ ବ‌ୋଲି ପୁଟିନ କହିଛନ୍ତି। ରୁଷ ସର୍ବଦା ଆମର ସମସ୍ତ ସହଯୋଗୀଙ୍କ ପାଇଁ ଏକ ନିର୍ଭରଯୋଗ୍ୟ ଶକ୍ତି ଯୋଗାଣକାରୀ ହୋଇଆସିଛି। ଏହା ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ପୁଟିନ କହିଛନ୍ତି।

ଆହୁରି ପଢ଼ନ୍ତୁ:Trump's big victory: ଆମେରିକା କଂଗ୍ରେସରେ ଟ୍ରମ୍ପଙ୍କ ବଡ଼ ବିଜୟ, ଇରାନ ଯୁଦ୍ଧ ପ୍ରସ୍ତାବିତ ବିଲ୍ କାଟ୍ ଖାଇଲା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe