Advertisment

Iran-Israel tension: ଆମେରିକା ଓ ଇସ୍ରାଏଲ ଆକ୍ରମଣ ମଧ୍ୟରେ ବଡ଼ ପ୍ରଶ୍ନ

Advertisment

ଇରାନ ଉପରେ ଇସ୍ରାଏଲ ଓ ଆମେରିକାର ଭୟଙ୍କର ଆକ୍ରମଣ ଓ ଇରାନର ସମାନ ଢଙ୍ଗରେ ଜବାବୀ କାର୍ଯ୍ୟାନୁ‌ଷ୍ଠାନ ମଧ୍ୟରେ ସବୁଠାରୁ ବଡ଼ ପ୍ରଶ୍ନ ଇରାନର ପ୍ରମୁଖ ନେତା ଅୟାତୋଲ୍ଲା ଖେମିନି ଏବେ କେଉଁଠି? ଏହାପୂର୍ବରୁ ତାଙ୍କ କାର୍ଯ୍ୟାଳୟ ନିକଟରେ ଆକ୍ରମଣ ହୋଇଥିଲା।

ଇରାନ ଉପରେ ଇସ୍ରାଏଲ ଓ ଆମେରିକାର ଭୟଙ୍କର ଆକ୍ରମଣ ଓ ଇରାନର ସମାନ ଢଙ୍ଗରେ ଜବାବୀ କାର୍ଯ୍ୟାନୁ‌ଷ୍ଠାନ ମଧ୍ୟରେ ସବୁଠାରୁ ବଡ଼ ପ୍ରଶ୍ନ ଇରାନର ପ୍ରମୁଖ ନେତା ଅୟାତୋଲ୍ଲା ଖେମିନି ଏବେ କେଉଁଠି? ଏହାପୂର୍ବରୁ ତାଙ୍କ କାର୍ଯ୍ୟାଳୟ ନିକଟରେ ଆକ୍ରମଣ ହୋଇଥିଲା।

Untitled-15.jpg

ତେହେରାନ: ଇରାନ ଉପରେ ଇସ୍ରାଏଲ ଓ ଆମେରିକାର ଭୟଙ୍କର ଆକ୍ରମଣ ଓ ଇରାନର ସମାନ ଢଙ୍ଗରେ ଜବାବୀ କାର୍ଯ୍ୟାନୁ‌ଷ୍ଠାନ ମଧ୍ୟରେ ସବୁଠାରୁ ବଡ଼ ପ୍ରଶ୍ନ ଇରାନର ପ୍ରମୁଖ ନେତା ଅୟାତୋଲ୍ଲା ଖେମିନି ଏବେ କେଉଁଠି? ଏହାପୂର୍ବରୁ ତାଙ୍କ କାର୍ଯ୍ୟାଳୟ ନିକଟରେ ଆକ୍ରମଣ ହୋଇଥିଲା।

ରଏଟର୍ସର ଏକ ରିପୋର୍ଟ ଅନୁଯାୟୀ ଆମେରିକା ଓ ଇସ୍ରାଏଲ ଆକ୍ରମଣ ବେଳେ ଖେମିନି ତେହେରାନରେ ନଥିଲେ। ସେ କୌଣସି ସୁରକ୍ଷିତ ସ୍ଥାନକୁ ଚାଲି ଯାଇଥିବା କୁହାଯାଉଛି। ତାଙ୍କୁ କେଉଁଠିକୁ ନିଆଯାଇଛି ସେ ସମ୍ପର୍କରେ କିଛି ଜଣାପଡ଼ିନାହିଁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ବଡ଼ଧରଣର ଆକ୍ରମଣ କରିଥିବା ସ୍ବୀକାର କରିଛନ୍ତି। ‘ଟ୍ରୁଥ ସୋସିଆଲ’ରେ ଟ୍ରମ୍ପ ଏକ ୮ ମିନିଟର ଭିଡିଓ ସେୟାର କରି ଇରାନ ଉପରେ ୱାସିଂଟନର ଆକ୍ରମଣକୁ ଯଥାର୍ଥ ବୋଲି ଦର୍ଶାଇଛନ୍ତି।

ଆହୁରି ପଢ଼ନ୍ତୁ: Attack: ଆମେରିକା-ଇସ୍ରାଏଲ ଆକ୍ରମଣ: ଦକ୍ଷିଣ ଇରାନ ସ୍କୁଲରେ ୪୦ ଛାତ୍ରୀ ମୃତ

ଇରାନର ଅତ୍ୟନ୍ତ କଠୋର ଶାସନ ଓ ଦୁଷ୍ଟ ଲୋକଙ୍କ ଗୋଷ୍ଠୀଠାରୁ ଆସନ୍ନ ବିପଦକୁ ଦୂର କରି ଆମେରିକୀୟ ଲୋକଙ୍କୁ ସୁରକ୍ଷା ଦେବା ଆମର ମୁଖ୍ୟ ଲକ୍ଷ୍ୟ ବୋଲି ଟ୍ରମ୍ପ କହିଛନ୍ତି। ଇରାନର ଭୟଙ୍କର କାର୍ଯ୍ୟକଳାପ ଆମେରିକା, ଆମ ସୈନ୍ୟ, ବିଦେଶରେ ଥିବା ଆମ ସାମରିକ ଘାଟି ଓ ଆମ ସହଯୋଗୀ ଦେଶଙ୍କ ପ୍ରତି ବିପଦ ସୃଷ୍ଟି କରୁଛି। ୪୭ ବର୍ଷ ହେଲା ଇରାନର ଶାସନ ବ୍ୟବସ୍ଥା ଆମେରିକା ଓ ଏହାର ନିରୀହ ଲୋକଙ୍କୁ ଟାର୍ଗେଟ କରି ରକ୍ତପାତ ଚଳାଇଛି ବୋଲି ଟ୍ରମ୍ପ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe