raghav chadha Photograph: (sambad.in)
ନୂଆଦିଲ୍ଲୀ: ଗିଗ୍ କର୍ମଚାରୀମାନଙ୍କ ସ୍ବାର୍ଥ ପାଇଁ ସ୍ବର ଉତ୍ତୋଳନ କରିଥିବା ଆପ୍ ସାଂସଦ ରାଘବ ଚଢ଼ା ଡେଲିଭରି ବଏ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ସେ ବ୍ଲିଙ୍କଇଟ୍ର ଡେଲିଭରି ରାଇଡର୍ ହୋଇଛନ୍ତି। ତାହାର ଏକ ଭିଡିଓ ସେ ସୋସିଆଲ ମିଡିଆ ‘ଏକ୍ସ’ରେ ସେୟାର କରିଛନ୍ତି। ସେଥିରେ ସେ ବ୍ଲିଙ୍କ୍ଇଟ୍ ଲେଖାଥିବା ଏକ ହଳଦିଆ ଟି-ସାର୍ଟ ପିନ୍ଧିବା ସହ ଜଣେ ଡେଲିଭରି ଏଜେଣ୍ଟଙ୍କଠାରୁ ବ୍ୟାଗ୍ ନେଇ ସ୍କୁଟି ପଛରେ ବସୁଥିବା ଦେଖିବାକୁ ମିଳୁଛି। ସ୍କୁଟରଟି ଯାଇ ଏକ ଷ୍ଟୋର୍ ପାଖରେ ଅଟକୁଛି। ସେଠାରୁ ସେ ଜିନିଷ ସଂଗ୍ରହ କରି ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାତ୍ରା କରୁଛନ୍ତି। ଗ୍ରାହକଙ୍କ ଘର ପାଖରେ ଡେଲିଭରି ଏଜେଣ୍ଟ ଜଣକ ଲିଫ୍ଟରୁ ବାହାରି ବେଲ ବଜାଇବା ବେଳେ ରାଘବ ତାଙ୍କ ପଛରେ ଚାଲୁଥିବା ଭିଡିଓରେ ଦେଖିବାକୁ ମିଳୁଛି। ଭିଡିଓର କ୍ୟାପସନ୍ରେ ରାଘବ ଲେଖିଛନ୍ତି ଯେ ବୋର୍ଡରୁମ୍ରୁ କିଛି ସମୟ ବାହାରେ।
ଆହୁରି ପଢନ୍ତୁ- KIIT Chess Tournament 2026: ୧୪ରୁ କିଟ୍ରେ ଚେସ୍ ମହାକୁମ୍ଭ: ସାମାଜିକ ଓ ଶିକ୍ଷାଗତ ଚେସ୍ ଉପରେ ଅନ୍ତର୍ଜାତୀୟ ସମ୍ମିଳନୀ
ଆହୁରି ପଢନ୍ତୁ- E Cigarate: ଲୋକସଭାରେ ଇ-ସିଗାରେଟ ଟାଣିବା ପ୍ରସଙ୍ଗ: ବାଚସ୍ପତି କହିଲେ ତଦନ୍ତ ଚୂଡ଼ାନ୍ତ ପର୍ଯ୍ୟାୟରେ
ଜଣେ ବ୍ଲିଙ୍କଇଟ୍ ଡେଲିଭରି ରାଇଡରଙ୍କ ଜୀବନ ଅନୁଭୂତି। ଗତବର୍ଷ ଡିସେମ୍ବର ୩୧ରେ ଗିଗ୍ ଶ୍ରମିକମାନେ କରିଥିବା ଦେଶବ୍ୟାପୀ ଧର୍ମଘଟକୁ ରାଘବ ସମର୍ଥନ କରିଥିଲେ। ସଂସଦରେ ସେ ସେମାନଙ୍କ ପ୍ରସଙ୍ଗ ଉଠାଇଥିଲେ। ସେମାନଙ୍କ ଦୀର୍ଘ କାର୍ଯ୍ୟ ସମୟ, ଅଳ୍ପ ପାଉଣା, ସାମାଜିକ ସୁରକ୍ଷାର ଅଭାବ ଉପରେ ସେ ଆଲୋକପାତ କରିଥିଲେ ଯାହା ପରବର୍ତ୍ତୀ ସମୟରେ ଏକ ଜାତୀୟ ବିତର୍କରେ ପରିଣତ ହୋଇଥିଲା। ଏହି ପ୍ରସଙ୍ଗକୁ ଆହୁରି ତ୍ବରାନ୍ବିତ କରିବା ଲାଗି ସେ ଝାଡ଼ଖଣ୍ଡର ଜଣେ ଡେଲିଭରି ପାର୍ଟନରଙ୍କୁ ନିଜ ଘରକୁ ଭୋଜନରେ ଡକାଇଥିଲେ।
Follow Us